ଆନ୍ତଃରାଜ୍ୟ ପରିଷଦ ଷ୍ଟାଣ୍ଡିଂ କମିଟି ବୈଠକରେ ମହାନଦୀ ଓ ପୋଲାଭରମ ପ୍ରସଙ୍ଗ ଆଲୋଚନା

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଚାଲିଥିବା ଆନ୍ତଃରାଜ୍ୟ ପରିଷଦ ଷ୍ଟାଣ୍ଡିଂ କମିଟି ବୈଠକ ଶେଷ ହୋଇଛି। ଏଥିରେ ମହାନଦୀ ଓ ପୋଲାଭରମ୍‌ ପ୍ରସଙ୍ଗ ଆଲୋଚନା ହୋଇଥିବା ବୈଠକ ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ବିଜ୍ଞାନ ଭବନରେ ଚାଲିଥିବା ଆନ୍ତଃରାଜ୍ୟ ପରିଷଦର ଷ୍ଟାଣ୍ଡିଂ କମିଟି ବୈଠକରେ ନବୀନଙ୍କ ସମେତ ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ଯୋଗ ଦେଇଥିଲେ। ନବୀନ କହିଛନ୍ତି,“ମହାନଦୀ ଓ […]

naveen

Rakesh Mallick
  • Published: Sunday, 09 April 2017
  • , Updated: 09 April 2017, 08:34 PM IST

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଚାଲିଥିବା ଆନ୍ତଃରାଜ୍ୟ ପରିଷଦ ଷ୍ଟାଣ୍ଡିଂ କମିଟି ବୈଠକ ଶେଷ ହୋଇଛି। ଏଥିରେ ମହାନଦୀ ଓ ପୋଲାଭରମ୍‌ ପ୍ରସଙ୍ଗ ଆଲୋଚନା ହୋଇଥିବା ବୈଠକ ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ବିଜ୍ଞାନ ଭବନରେ ଚାଲିଥିବା ଆନ୍ତଃରାଜ୍ୟ ପରିଷଦର ଷ୍ଟାଣ୍ଡିଂ କମିଟି ବୈଠକରେ ନବୀନଙ୍କ ସମେତ ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ଯୋଗ ଦେଇଥିଲେ।

ନବୀନ କହିଛନ୍ତି,“ମହାନଦୀ ଓ ପୋଲାଭରମ୍ ସମସ୍ୟାର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରିବାକୁ ଦାବି କରିଛୁ। ସମସ୍ୟାର ସମାଧାନ ହେବା ପର୍ଯ୍ୟନ୍ତ ପ୍ରକଳ୍ପ କାମ ବନ୍ଦ ରଖଇବାକୁ କହିଛୁ।”

ଭଦ୍ରକ ସ୍ଥିତି ନେଇ ରାଜନାଥଙ୍କ ସହ ଆଲୋଚନା କରିଥିବା ନବୀନ କହିଛନ୍ତି। ଭଦ୍ରକକୁ ୨ ପ୍ଲାଟୁନ୍‌ ରାପିଡ ଆକ୍ସନ ଫୋର୍ସ ପଠାଇବାକୁ ରାଜନାଥଙ୍କୁ ନବୀନ କହିଛନ୍ତି।

Related story