Advertisment

ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍ ବ୍ୟବହାର ଦେହରେ ବଢ଼ାଉଛି ବ୍ୟାକ୍ଟେରିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍‌ରୁ ସୁସ୍ଥ ହେଉଛନ୍ତି, କିନ୍ତୁ ଶରୀରରୁ ଉପକାରୀ ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଛି। ଗଳାରେ ଥିବା ଅପକାରୀ ବ୍ୟାକ୍ଟେରିଆ ସିଧା ସଳଖ ଫୁସଫୁସ୍‌କୁ ଯାଉଛି। RMRC ଭୁବନେଶ୍ୱର ପକ୍ଷରୁ ହୋଇଥିବା ଏକ ଅନୁଧ୍ୟାନରୁ ଏହା ଜଣାପଡ଼ିଛି। ଦେଶରେ ପ୍ରଥମ କରି RMRC ଭୁବନେଶ୍ୱର ଏପରି ଗବେଷଣା କରିଛି। ଆଉ ଏହି ରିପୋର୍ଟ ପ୍ରସିଦ୍ଧ ସ୍ୱାସ୍ଥ୍ୟ ପତ୍ରିକା ନେଚରରେ ପ୍ରକାଶ ପାଇଛି। କୋଭିଡ୍ ଆକ୍ରାନ୍ତ ହେବା ପରେ ହୋମ୍ ଆଇସୋଲେସନ୍‌ରେ ରହି ଆଣ୍ଟି ବାୟୋଟିକ୍ ମେଡିସିନ୍ ବ୍ୟବହାର […]

ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍ ବ୍ୟବହାର ଦେହରେ ବଢ଼ାଉଛି ବ୍ୟାକ୍ଟେରିଆ

anti-bio

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍‌ରୁ ସୁସ୍ଥ ହେଉଛନ୍ତି, କିନ୍ତୁ ଶରୀରରୁ ଉପକାରୀ ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଛି। ଗଳାରେ ଥିବା ଅପକାରୀ ବ୍ୟାକ୍ଟେରିଆ ସିଧା ସଳଖ ଫୁସଫୁସ୍‌କୁ ଯାଉଛି। RMRC ଭୁବନେଶ୍ୱର ପକ୍ଷରୁ ହୋଇଥିବା ଏକ ଅନୁଧ୍ୟାନରୁ ଏହା ଜଣାପଡ଼ିଛି।

Advertisment

ଦେଶରେ ପ୍ରଥମ କରି RMRC ଭୁବନେଶ୍ୱର ଏପରି ଗବେଷଣା କରିଛି। ଆଉ ଏହି ରିପୋର୍ଟ ପ୍ରସିଦ୍ଧ ସ୍ୱାସ୍ଥ୍ୟ ପତ୍ରିକା ନେଚରରେ ପ୍ରକାଶ ପାଇଛି। କୋଭିଡ୍ ଆକ୍ରାନ୍ତ ହେବା ପରେ ହୋମ୍ ଆଇସୋଲେସନ୍‌ରେ ରହି ଆଣ୍ଟି ବାୟୋଟିକ୍ ମେଡିସିନ୍ ବ୍ୟବହାର କରିଥିବା ବ୍ୟକ୍ତିଙ୍କୁ ନେଇ RMRC ଏହି ଗବେଷଣା କରିଥିଲା।

ଏହି ରିପୋର୍ଟ ମୁତାବକ, କୋଭିଡ୍ ପାଇଁ ବ୍ୟବହାର ହୋଇଥିବା ଆଣ୍ଟିବାୟୋଟିକ୍ ମେଡିସିନ୍ ଦ୍ୱାରା ଗଳାରେ ଥିବା କିଛି ଉପକାରୀ ବ୍ୟାକ୍ଟେରିଆ ନଷ୍ଟ ହେବା ସହ ଅପକାରୀ ବ୍ୟାକ୍ଟେରିଆଙ୍କ ସଂଖ୍ୟା ବଢ଼ିଛି। ପ୍ରତି ପନ୍ଦର ଦିନରେ ଥରେ ମାସେ ଯାଏ କୋଭିଡ୍ ଚିକିତ୍ସା ଲାଗି ଆଣ୍ଟିବାୟୋଟିକ୍ ବ୍ୟବହାର କରିଥିବା ବ୍ୟକ୍ତିମାନଙ୍କର ସ୍ୱାବ୍ ନମୁନା ପରୀକ୍ଷା କରିଥିଲା ସଂସ୍ଥା। ଯେଉଁଥିରେ ଉପକାରୀ ବ୍ୟାକ୍ଟେରିଆ ମାସେ ଯାଏ ଶରୀରରେ ସୃଷ୍ଟି ହୋଇନଥିବା ରିପୋର୍ଟରେ ଉଲ୍ଲେଖ ଅଛି। ସେପଟେ ଅପକାରି ବ୍ୟାକ୍ଟେରିଆ ସଂଖ୍ୟା ମଧ୍ୟ ବଢ଼ିଯାଉଛି। ଏହା ଗଳା ଦେଇ ସିଧା ଫୁସ୍ ଫୁସକୁ ଚାଲିଯାଉଥିବାରୁ କୋଭିଡ ପରବର୍ତ୍ତୀ ଜଟିଳତା ଦେଖାଯାଉଛି।

Advertisment

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ମତ କୋଭିଡ୍ ନୂଆ ଥିବାରୁ ଆଣ୍ଟି ବାୟୋଟିକର ବହୁଳ ବ୍ୟବହାର ହୋଇଛି। ଯେଉଁଥିପାଇଁ ସମସ୍ୟା ଉପୁଜିଲା। କିନ୍ତୁ ଏହି ଜଟିଳତା ଚିର ସ୍ଥାୟୀ ନୁହେଁ।

ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନୀରଜ ମିଶ୍ରଙ୍କ କହିବା ମୁତାବକ, ଡାକ୍ତରଙ୍କ ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍ ଆଦୌ ଖାଇବା ଉଚିତ୍ ନୁହେଁ। ବିଶେଷ କରି ସାଧାରଣ ଥଣ୍ଡା, ଜ୍ୱର ଲାଗି ଏହା ବର୍ଜନୀୟ।

ତେବେ ଖୋଲା ବଜାରରେ ଆଣ୍ଟି ବାୟୋଟିକଗୁଡ଼ିକ ଉପଲବ୍ଧ ହେଉଥିବାରୁ ଡାକ୍ତରଙ୍କ ବିନା ପରାମର୍ଶରେ ଏହାର ବହୁଳ ବ୍ୟବାହାର ହେଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe