‘ରାଉରକେଲାରେ ୨୫ ପ୍ରତିଶତ ଲୋକଙ୍କଠାରେ ଡେଭଲପ୍‌ ହୋଇଛି ଆଣ୍ଟିବଡି’

ରାଉରକେଲା(ଓଡ଼ିଶା ରିପୋର୍ଟର): ରାଉରକେଲାରେ ୨୫ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡି ଡେଭଲପ୍‌ ହୋଇଛି । RMRC ପକ୍ଷରୁ ହୋଇଥିବା ସେରୋ ସର୍ଭେରୁ ଏହା ଜଣା ପଡ଼ିଥିବା କହିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ଗତ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୫ ତାରିଖ ମଧ୍ୟରେ ରାଉରକେଲାରେ ସେରୋ ସର୍ଭେ ହୋଇଥିବା ବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଆଣ୍ଟିବଡ଼ି ଡେଭଲପ୍‌  ହେଲେ କରୋନା ପ୍ରତିଷେଧକରେ ସହାୟକ ହେବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ରାଉରକେଲାରେ କରୋନା ଅକ୍ରାନ୍ତଙ୍କ ପାଇଁ […]

coovid-3

Niharika Rout
  • Published: Wednesday, 09 September 2020
  • , Updated: 09 September 2020, 08:55 AM IST

ରାଉରକେଲା(ଓଡ଼ିଶା ରିପୋର୍ଟର): ରାଉରକେଲାରେ ୨୫ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡି ଡେଭଲପ୍‌ ହୋଇଛି । RMRC ପକ୍ଷରୁ ହୋଇଥିବା ସେରୋ ସର୍ଭେରୁ ଏହା ଜଣା ପଡ଼ିଥିବା କହିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।

ଗତ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୫ ତାରିଖ ମଧ୍ୟରେ ରାଉରକେଲାରେ ସେରୋ ସର୍ଭେ ହୋଇଥିବା ବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଆଣ୍ଟିବଡ଼ି ଡେଭଲପ୍‌  ହେଲେ କରୋନା ପ୍ରତିଷେଧକରେ ସହାୟକ ହେବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି।

ରାଉରକେଲାରେ କରୋନା ଅକ୍ରାନ୍ତଙ୍କ ପାଇଁ ICU ବେଡ୍ ଖାଲି ରହିଛି । ଝାରସୁଗୁଡ଼ା ଓ ସମ୍ବଲପୁରରେ ଚିହ୍ନଟ ହେଉଥିବା ଆକ୍ରାନ୍ତ ରାଉରକେଲାରେ ଚିକିତ୍ସିତ ହୋଇପାରିବେ। ତେବେ ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସ୍ଥିତିର ସମୀକ୍ଷା କରିବା ପରେ ଏହି ଜିଲ୍ଲାରେ ମୃତ୍ୟୁ ହାର କମୁଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

ସ୍ୱାସ୍ଥ୍ୟ ସଚିବ ଓ DMETଙ୍କ ସହ ଯାଇ ଜିଲ୍ଲାରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ହାଇଟେକ୍ କୋଭିଡ୍ ହସ୍ପିଟାଲ, ଜେ.ପି. ହସ୍ପିଟାଲ ଓ ଶାନ୍ତି ମେମୋରିଆଲ୍ ହସ୍ପିଟାଲ  ପରିଦର୍ଶନ କରି କୋଭିଡ୍ ପରିଚାଳନାକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ କରୋନା ସଂକ୍ରମଣ ରୋକିବା, ଆାକ୍ରାନ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ।

ଉଲ୍ଲେଖନୀୟ ଯେ,  ସୁନ୍ଦରଗଡ଼ ଜିଲ୍ଲାରେ ପଜିଟିଭ ୧ ପ୍ରତିଶତ ରହିଥିଲା ବେଳେ ରାଉରକେଲାରେ ୮ ପ୍ରତିଶତ ପଜିଟିଭ ରହିଛନ୍ତି । ଆଗାମୀ ଦିନରେ ପଜିଟିଭ କମିବା ନେଇ ଆଶା କରାଯାଉଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ।

Related story