ଅଜଣା ଚାଉଳ ଭାତ ଖାଉଛନ୍ତି ଅଭିନେତ୍ରୀ , ଜାଣି ନାହାନ୍ତି ମୁଖ୍ୟମନ୍ତ୍ରୀ କିଏ ? ଦେଖନ୍ତୁ ଭିଡିଓ

Ordigital Desk
  • Published: Monday, 05 February 2018
  • , Updated: 05 February 2018, 11:23 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆମ ମୁଖ୍ୟମନ୍ତ୍ରୀ କିଏ ?&nbsp; ନବୀନ ପଟ୍ଟନାୟକ ନାଁ ଧର୍ମେନ୍ଦ୍ର ପ୍ରଧାନ ? ଏ ପ୍ରଶ୍ନକୁ ନେଇ ଆମେ ଦ୍ୱନ୍ଦ୍ୱରେ ନାହୁଁ ବରଂ ଓଲିଉଡ୍&zwnj; ଅଭିନେତ୍ରୀ ଅନୁଚୌଧୁରୀଙ୍କ କଥାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।&nbsp;&nbsp;କାରଣ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସମ୍ବୋଧନ କଲେ ଅନୁ ଚୌଧୁରୀ।&nbsp;ଗତକାଲି ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀ&nbsp; କହି ସମ୍ବୋଧନ&nbsp; କରିଥିଲେ ଅନୁ ଚୌଧୁରୀ। ସଭାରେ ଭାଷଣ ଦେବା ବେଳେ ଅନୁ ଚୌଧୁରୀ &ldquo;ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହୋଦୟ ବୋଲି ସମ୍ବୋଧନ&rdquo; କରିଥିଲେ। ଗତକାଲି ରାଜଧାନୀ ଭୁବନେଶ୍ୱରରେ କଳିଙ୍ଗ ଷ୍ଟାଡିୟମରେ ସାଇକ୍ଲୋଥନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।</p> <p>ପେଟ୍ରୋଲର କମ୍ ବ୍ୟବହାର ସଂପର୍କରେ ଏହି ସାଇକ୍ଲୋଥନ ମାଧ୍ୟମରେ ସଚେତନତା କରାଯାଇଥିଲା। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ତରଫରୁ ଏହାକୁ ଆୟୋଜନ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନୁ ଚୌଧୁରୀ, ମିହିର ଦାଶ, ସବ୍ୟସାଚ୍ଚୀ ମିଶ୍ରଙ୍କ ସହ ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଏହି ଅବସରେ ଭାଷଣ ଆରମ୍ଭରୁ ଅନୁ ଚୌଧୁରୀ ଏମିତି ଭାଷଣ ଦେଇଥିଲେ। ଅନୁଙ୍କ ଏହି ଭାଷଣଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।</p> <p>ଗତ କିଛି ଦିନ ତଳେ ବିଜେପିରେ ମିଶିଥିଲେ &nbsp;ଓଡିଉଡର ବରିଷ୍ଠ କଳାକାର ମିହିର୍ ଦାସ ଓ ନାୟିକା ଅନୁ ଚୌଧୁରୀ । ଏନେଇ ଉଭୟ ତାରକା ଗତ ଦୁଇ ତିନି ଧରି ବେଶ୍ ଚର୍ଚ୍ଚାରେ ଥିଲେ । ଏହା ପୂର୍ବରୁ ଦଳରେ ଅଭିନେତା ଶ୍ରୀତମ ଦାସ୍ ,&nbsp; ହରିହର ମହାପାତ୍ର, ଅଜିତ୍ ଦାସ୍ , ଅଭିନେତ୍ରୀ ପିଙ୍କି ପ୍ରଧାନ ପ୍ରମୁଖ ଯୋଗଦାନ କରିଛନ୍ତି ।</p> <p>ଦେଖନ୍ତୁ ପୁରା ଭିଡଓ</p>

Related story