ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଏମପି ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତ ସମ୍ପର୍କକୁ ନେଇ ସରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ମାମଲାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ଅନୁଭବଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ । ଅନୁଭବଙ୍କ ଆଚରଣ ଉପରେ ଅଭିଯୋଗ ଅ୍ରାଣି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ଯେ, ତାଙ୍କ ବ୍ୟବହାର ସବୁବେଳେ ବିବାଦୀୟ ହୋଇ ଆସିଛି । ବିଗତ ଦିନରେ ଜଣେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର, କଟକରେ ଜଣେ ମହିଳାଙ୍କୁ ଆକ୍ରମଣ ଏବଂ କଟକରେ ଯୁୂବକମାନଙ୍କୁ ଆକ୍ରମଣ କଥା ଉଠାଇଛନ୍ତି ନିଶିକାନ୍ତ ।
ସାଂସଦଙ୍କ ଏତାଦୃଶ ଘଟଣାକୁ ନେଇ ଦଳର ସୁପ୍ରିମୋ କେବେ ଚିନ୍ତା ପ୍ରକଟ କରିନାହାନ୍ତି କି ଅନୁଭବଙ୍କର ଏଭଳି ଆଚରଣ ସଂସଦର ଗାରିମା କ୍ଷୁର୍ଣ୍ଣ କରିଛି କି ନାହିଁ ସୁପ୍ରିମୋ କେବେ ବିଚାର କରିନାହାନ୍ତି ବୋଲି ସେ କହିଛନ୍ତି । ସେହିପରି ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ଅଭିଯୋଗକୁ ଆଧାର କରି ଅନୁଭବଙ୍କୁ ନିଶାନା କରିଛନ୍ତି ନିଶିକାନ୍ତ । ବିଜଡେିର ନାରା ଗାଁକୁ କାମ ମା’କୁ ସମ୍ମାନର କଥା ଉଠାଇ ବିଜେଡିର ନେତାମାନେ ଏହାକୁ କେମିତି ସମ୍ନାନ ଦେଉଛନ୍ତି ତାହା ବେଶ ଜଳ ଜଳ ବୋଲି ସେ ଅଭିଯୋଗ କରିଛନ୍ତି । ସେହିପରି ଏମପିଙ୍କ ଶିକ୍ଷାଗତ ଯୋଗ୍ୟତା କଥା ଉଠାଇ ସେ ଯୁକ୍ତ ୨ ଫେଲ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ, ଯୁକ୍ତ ୨ ଫେଲ ହୋଇ କନ୍ଦରପୁର କଲେଜରେ ଯୁକ୍ତ ୩ରେ ଆଡମିଶନ କଲେ କେମିତି ଓ ପରୀକ୍ଷା ଦେଲେ କେମିତି । ତେଣୁ ସେ ଏହାର ଉତର ରଖିବାକୁ ନିଶିକାନ୍ତ ଦାବି କହିଛନ୍ତି । ତାଙ୍କ ଉପରେ ଯେତେ ସବୁ ଅଭିଯୋଗ ଆସିଛି ମୁଖ୍ୟମନ୍ତ୍ରୀ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ସହ ରାଜନୌତିକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି ।