ଅନୁଗୋଳ: କଲେଜ ଛାତ୍ରୀଙ୍କୁ ରାସ୍ତାରୁ ଉଠାଇ ନେଲେ ଦୁର୍ବୃତ୍ତ

ଅନୁଗୋଳ: ଜରପଡ଼ା ଥାନା ଦୁର୍ଗାପୁର ଗାଁର ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଛି। କଲେଜରୁ ନିଜର ଜଣେ ସମ୍ପର୍କୀୟଙ୍କ ସହ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ୪ରୁ ୫ ଜଣ ଯୁବକ ଏକ କାରରେ ଆସି ତାଙ୍କୁ ଉଠାଇ ନେଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଛାତ୍ରୀ ଜଣଙ୍କ ଜରପଡ଼ା ପତିତପାବନ ମହାବିଦ୍ୟାଳୟର ଯୁକ୍ତଦୁଇରେ ପଢୁଛନ୍ତି। ସେ ପରୀକ୍ଷା ଦେଇ ସମ୍ପର୍କୀୟଙ୍କ ସହ ଫେରୁଥିବା ବେଳେ ଜରପଡ଼ା-ଦୁର୍ଗାପୁର ରାସ୍ତାର ତାରିଣୀ ମନ୍ଦିର […]

anugl

Rakesh Mallick
  • Published: Thursday, 31 March 2016
  • , Updated: 31 March 2016, 03:26 AM IST

ଅନୁଗୋଳ: ଜରପଡ଼ା ଥାନା ଦୁର୍ଗାପୁର ଗାଁର ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଛି। କଲେଜରୁ ନିଜର ଜଣେ ସମ୍ପର୍କୀୟଙ୍କ ସହ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ୪ରୁ ୫ ଜଣ ଯୁବକ ଏକ କାରରେ ଆସି ତାଙ୍କୁ ଉଠାଇ ନେଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଛାତ୍ରୀ ଜଣଙ୍କ ଜରପଡ଼ା ପତିତପାବନ ମହାବିଦ୍ୟାଳୟର ଯୁକ୍ତଦୁଇରେ ପଢୁଛନ୍ତି। ସେ ପରୀକ୍ଷା ଦେଇ ସମ୍ପର୍କୀୟଙ୍କ ସହ ଫେରୁଥିବା ବେଳେ ଜରପଡ଼ା-ଦୁର୍ଗାପୁର ରାସ୍ତାର ତାରିଣୀ ମନ୍ଦିର ନିକଟରେ ଏହି ଘଟଣା ଘଟିଥିଲା।

Related story