ଅନୁଗୋଳ ରେଳ ଷ୍ଟେସନରୁ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର

ଅନୁଗୋଳ: ଅନୁଗୋଳ ଷ୍ଟେସନ୍ ନିକଟରୁ ସୋମବାର ସକାଳେ ଦୁଇ ଜଣ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଜୁନିୟର କଲେଜର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ଅମିତାଭ ବାରିକ ଓ ରେଢାଖୋଲ ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ କଳା ଛାତ୍ରୀ ନିଳିମା ପୋଢ଼। ଦୁଇ ଜଣ ଯାକ ଗତକାଲି ରାତିରେ ପୁରୀ-ଅନୁଗୋଳ ପାସେଞ୍ଜର ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ୍ କହିଛି। ପ୍ରେମ ଜନିତ କାରଣରୁ ଏହି ଦୁଇ ଛାତ୍ରଛାତ୍ରୀ […]

death

Rakesh Mallick
  • Published: Monday, 07 December 2015
  • , Updated: 07 December 2015, 04:36 AM IST

ଅନୁଗୋଳ: ଅନୁଗୋଳ ଷ୍ଟେସନ୍ ନିକଟରୁ ସୋମବାର ସକାଳେ ଦୁଇ ଜଣ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଜୁନିୟର କଲେଜର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ଅମିତାଭ ବାରିକ ଓ ରେଢାଖୋଲ ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ କଳା ଛାତ୍ରୀ ନିଳିମା ପୋଢ଼। ଦୁଇ ଜଣ ଯାକ ଗତକାଲି ରାତିରେ ପୁରୀ-ଅନୁଗୋଳ ପାସେଞ୍ଜର ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ୍ କହିଛି। ପ୍ରେମ ଜନିତ କାରଣରୁ ଏହି ଦୁଇ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ପୋଲିସ୍ ସନ୍ଦେହ କରୁଛି।

ଆଜି ସକାଳେ ଅନୁଗୋଳ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିବା ସହିତ ଉଭୟ ଛାତ୍ରଛାତ୍ରୀଙ୍କ କଲେଜ୍ ଆଇକାର୍ଡକୁ ଜବତ କରିବା ସହିତ ସେମାନଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା।

Related story