ଅନୁଗୋଳ: ତେଲସିଂହା ଗାଁରେ ବୃଦ୍ଧଙ୍କୁ ଖଣ୍ଡାରେ ହାଣି ହତ୍ୟା, ଅଭିଯୁକ୍ତ ଗିରଫ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ଅନ୍ତର୍ଗତ ତେଲସିଂହା ଗାଁରେ ଶନିବାର ସକାଳେ ଜଣେ ବୃଦ୍ଧଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ମଦନମୋହନ ପ୍ରଧାନ। ସେ ଜଣେ ଅବସରପ୍ରାପ୍ତ ଶିକ୍ଷକ ବୋଲି ଜଣାପଡ଼ିଛି। ହତ୍ୟା ଅଭିଯୋଗରେ କଣିହାଁ ପୋଲିସ୍ ଗାଁର ପ୍ରଫୁଲ ବିଶ୍ୱାଳ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତାଙ୍କଠାରୁ ଏକ ଖଣ୍ଡା ଜବତ କରାଯାଇଛି। ହତ୍ୟାର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ପୂର୍ବ ଶତ୍ରୁତାରୁ ମଦନମୋହନଙ୍କୁ […]

angual

Rakesh Mallick
  • Published: Saturday, 21 November 2015
  • , Updated: 21 November 2015, 01:23 PM IST

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ଅନ୍ତର୍ଗତ ତେଲସିଂହା ଗାଁରେ ଶନିବାର ସକାଳେ ଜଣେ ବୃଦ୍ଧଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ମଦନମୋହନ ପ୍ରଧାନ। ସେ ଜଣେ ଅବସରପ୍ରାପ୍ତ ଶିକ୍ଷକ ବୋଲି ଜଣାପଡ଼ିଛି। ହତ୍ୟା ଅଭିଯୋଗରେ କଣିହାଁ ପୋଲିସ୍ ଗାଁର ପ୍ରଫୁଲ ବିଶ୍ୱାଳ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତାଙ୍କଠାରୁ ଏକ ଖଣ୍ଡା ଜବତ କରାଯାଇଛି। ହତ୍ୟାର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ପୂର୍ବ ଶତ୍ରୁତାରୁ ମଦନମୋହନଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି।

Related story