ଆସନ୍ତାକାଲି ୩୦୦ ଅଧ୍ୟାୟ ପୂରଣ କରିବ 'ଆପଣ ଏକା ନୁହଁନ୍ତି'

ଭୁବନେଶ୍ୱର: ଆମ ସମାଜରେ ନିମ୍ନ ମଧ୍ୟବିତ୍ତ ଓ ଗରିବ ଗୁରୁବାଙ୍କ ପାଇଁ ସମସ୍ୟାର ଅନ୍ତଃ ନାହିଁ। ଏହି ବର୍ଗର ଲୋକଙ୍କ ଭିତରେ ଦାରିଦ୍ର୍ୟ ଅଧିକ, ତା ସହିତ ତାଳଦେଇ ଅଜ୍ଞତା ଓ ନିରକ୍ଷରତା ବି ଅଧିକ। ତେଣୁ ଏପରି ଅବସ୍ଥାରେ ସେମାନେ ସବୁ ସରକାରୀ ସହାୟତା ହାସଲ କରିବା ସେମାନଙ୍କ ପକ୍ଷରେ ସମ୍ଭବ ହୁଏନାହିଁ। ଅନେକ ସମୟରେ ସେମାନେ ନିଜ କାମ ପାଇଁ ସରକାରୀ ଅଫିସ୍‌କୁ ଦୌଡ଼ି ଦୌଡ଼ି ନୟାନ୍ତ ହୁଅନ୍ତି ସିନା, କାମ କିନ୍ତୁ ହାସଲ […]

apana-eka-nuhanti

Rakesh Mallick
  • Published: Monday, 15 August 2016
  • , Updated: 15 August 2016, 10:11 PM IST

ଭୁବନେଶ୍ୱର: ଆମ ସମାଜରେ ନିମ୍ନ ମଧ୍ୟବିତ୍ତ ଓ ଗରିବ ଗୁରୁବାଙ୍କ ପାଇଁ ସମସ୍ୟାର ଅନ୍ତଃ ନାହିଁ। ଏହି ବର୍ଗର ଲୋକଙ୍କ ଭିତରେ ଦାରିଦ୍ର୍ୟ ଅଧିକ, ତା ସହିତ ତାଳଦେଇ ଅଜ୍ଞତା ଓ ନିରକ୍ଷରତା ବି ଅଧିକ। ତେଣୁ ଏପରି ଅବସ୍ଥାରେ ସେମାନେ ସବୁ ସରକାରୀ ସହାୟତା ହାସଲ କରିବା ସେମାନଙ୍କ ପକ୍ଷରେ ସମ୍ଭବ ହୁଏନାହିଁ। ଅନେକ ସମୟରେ ସେମାନେ ନିଜ କାମ ପାଇଁ ସରକାରୀ ଅଫିସ୍‌କୁ ଦୌଡ଼ି ଦୌଡ଼ି ନୟାନ୍ତ ହୁଅନ୍ତି ସିନା, କାମ କିନ୍ତୁ ହାସଲ କରିପାରନ୍ତି ନାହିଁ।

ଏହି ପରିପ୍ରେକ୍ଷୀରେ ଓଡ଼ିଶାର ନମ୍ୱର-୧ ନ୍ୟୁଜ୍ ଚ୍ୟାନେଲ୍ ‘ଓଟିଭି’ର କାର୍ଯ୍ୟକ୍ରମ ‘ଆପଣ ଏକା ନୁହଁନ୍ତି’ ଲୋକଙ୍କୁ ସାହାଯ୍ୟ କରିବାକୁ ଅଣ୍ଟା ଭିଡ଼ିଛି। ଗତ ୬ ବର୍ଷ ଧରି ଏହି କାର୍ଯ୍ୟକ୍ରମ, ସମସ୍ୟାରେ ପଡ଼ିଥିବା ଲୋକଙ୍କ ସହ ରହିଆସିଛି। ୨୦୧୦ ସେପ୍ଟେମ୍ୱର ୩୦ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଏବେ ଏକ ଆନ୍ଦୋଳନରେ ପରିଣତ ହୋଇଛି। ଅପୂର୍ବ ଲୋକପ୍ରିୟତା ହାସଲ କରିଥିବା ଆପଣ ଏକା ନୁହଁନ୍ତି ଆସନ୍ତା ଅଗଷ୍ଟ ୧୬ ତାରିଖରେ ୩୦୦ ଅଧ୍ୟାୟ ପୂରଣ କରିବାକୁ ଯାଉଛି।

କେବଳ ବ୍ୟକ୍ତିଗତ ନୁହେଁ ଗୋଷ୍ଠୀଗତ ଭାବେ, କୌଣସି ଗାଁ ବା ସାହିର ଲୋକେ ସରକାରୀ ସହାୟତାରୁ ବଞ୍ଚିତ ହେଉଥିଲେ, କିମ୍ୱା କୌଣସି ଅବସରପ୍ରାପ୍ତ ଚାକିରିଆ ପେନ୍‌ସନ୍‌ କିମ୍ୱା ଅନ୍ୟ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିଲେ ସେମାନଙ୍କ ଲଢେ଼ଇରେ ସାମିଲ୍ ହୋଇଥାଏ ଆପଣ ଏକା ନୁହଁନ୍ତି ଟିମ୍। ଟିମ୍ ସଂପୃକ୍ତ ବ୍ୟକ୍ତି ବା ଗୋଷ୍ଠୀର ସମସ୍ୟାକୁ ଉପର ସ୍ତରରେ ପହଞ୍ଚାଇ ଏହାର ସମାଧାନ ଦିଗରେ ପଦକ୍ଷେପ ନେଇଥାଏ। ଅନେକ ସମୟରେ ଗୁରୁତର ରୋଗର ଶିକାର ହେଉଥିବା ଗରିବ ଲୋକଙ୍କ ପାଇଁ ମଧ୍ୟ ଆପଣ ଏକା ନୁହଁନ୍ତି ଲଢ଼ିଥାଏ। ସବୁଠାରୁ ବଡ଼କଥା ହେଲା, ଆମ ସମାଜରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ବ୍ୟକ୍ତିଗତ ଭାବେ ଆପଣ ଏକା ନୁହଁନ୍ତିର ଏ ଲଢେ଼ଇରେ ସାମିଲ୍ କରି ସହଯୋଗର ହାତ ବଢ଼ାଇଛନ୍ତି।

ପ୍ରତି ମଙ୍ଗଳବାର ରାତି ୧୦ଟାରେ ଓଟିଭିରେ ପ୍ରସାରଣ ହେଉଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ଅଗଷ୍ଟ ମାସ ୧୬ ତାରିଖରେ ଏହାର ୩୦୦ ଏପିସୋଡ୍ ପୂରଣ କରୁଛି। ଏହି ପରିପ୍ରେକ୍ଷୀରେ ଏକ ବିଶେଷ ଅଧ୍ୟାୟ ପ୍ରସାରଣ କରାଯିବ ବୋଲି ଚ୍ୟାନେଲ୍ ତରଫରୁ ଯୋଜନା କରାଯାଉଛି।

Related story