ସିନ୍ଧିଆଙ୍କୁ ଧନ୍ୟବାଦ ଦେଲେ, ଜମ୍ମୁ ଓ ଗୌହାଟିକୁ ବିମାନ ଦାବି କଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ର ବିମାନ ଚଳାଚଳ ଓ ବେସାମରିକ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆଉ ରଖିଛନ୍ତି ନୂଆ ଦାବି। ଭୁବନେଶ୍ୱରରୁ ଜମ୍ମୁ ଓ ଗୌହାଟିକୁ ବିମାନ ଚଳାଚଳ କରିବାକୁ ଆଜି ଚିଠି ଲେଖି ଅନୁରୋଧ କରିଛନ୍ତି। ଏହି ଦାବି ଦୀର୍ଘ ଦିନର ବୋଲି ଶ୍ରୀମତୀ ଷଡଙ୍ଗୀ ଚିଠିରେ ଉଲ୍ଲେଖ କରିଛନ୍ତି। Bhubaneswar is a very important city in Eastern India and deserves to […]

Aparajita and Jyotiraditya

Manoranjan Sial
  • Published: Monday, 18 October 2021
  • , Updated: 18 October 2021, 06:51 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ର ବିମାନ ଚଳାଚଳ ଓ ବେସାମରିକ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆଉ ରଖିଛନ୍ତି ନୂଆ ଦାବି। ଭୁବନେଶ୍ୱରରୁ ଜମ୍ମୁ ଓ ଗୌହାଟିକୁ ବିମାନ ଚଳାଚଳ କରିବାକୁ ଆଜି ଚିଠି ଲେଖି ଅନୁରୋଧ କରିଛନ୍ତି। ଏହି ଦାବି ଦୀର୍ଘ ଦିନର ବୋଲି ଶ୍ରୀମତୀ ଷଡଙ୍ଗୀ ଚିଠିରେ ଉଲ୍ଲେଖ କରିଛନ୍ତି।

https://twitter.com/AprajitaSarangi/status/1450037675189149697?s=20

ନଭେମ୍ୱର ୨ ତାରିଖରେ ଭୁବନେଶ୍ୱରରୁ ଜୟପୁର ଓ ଡିସେମ୍ୱର ୧ ତାରିଖରେ ଭୁବନେଶ୍ୱରରୁ ଗୋଆକୁ ଉଡ଼ିବ ଇଣ୍ଡିଗୋ ବିମାନ। ଜୟପୁରକୁ ସପ୍ତାହରେ ୩ଥର ଏହି ବିମାନ ଚଳାଚଳ କରିବ। ଏହି ବିମାନ ସେବା ଆରମ୍ଭ ହେବା ଦ୍ୱାରା ମନ୍ଦିରମାଳିନୀ ଭୁବନେଶ୍ୱର ଓ ଗୋଲାପି ସହର ଜୟପୁର ମଧ୍ୟରେ ଦୂରତା କମିବ। ଠିକ୍‌ ସେହିଭଳି ଡିସେମ୍ୱର ୧ ତାରିଖରେ ଭୁବନେଶ୍ୱରରୁ ଗୋଆକୁ ମଧ୍ୟ ଇଣ୍ଡିଗୋ ଉଡ଼ିବ ବିମାନ।

ସୂଚନାରୁ ପ୍ରକାଶ, ଭୁବନେଶ୍ୱରରୁ ଜୟପୁର ଓ ଗୋଆକୁ ବିମାନ ଚଳାଚଳ କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Related story