ରାଜ୍ୟର ଏମ୍‌ଏସ୍‌ଏମ୍‌ଇ ଇସ୍ପାତ ଶିଳ୍ପ ପାଇଁ ୫୦% ଲୁହା ପଥର ସଂରକ୍ଷିତ ରହୁ, ବିଜ୍ଞାପନ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗଢ଼ି ଉଠିଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଇସ୍ପାତ ଶିଳ୍ପ ଗୁଡ଼ିକରେ ଲୁହାପଥରର ଅଭାବ ଦେଖାଯାଉଛି। ହେଲେ ଏହାକୁ ଅଣଦେଖା କରି ବାହାର ରାଜ୍ୟକୁ ପଠାଯାଉଛି ଲୁହାପଥର। ଏଣୁ ରୁଗ୍‌ଣ ଅବସ୍ଥାରେ ଥିବା ରାଜ୍ୟର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଇସ୍ପାତ ଶିଳ୍ପ ଇସ୍ପାତ କ୍ଷେତ୍ରର ପୁନରୁଦ୍ଧାର ପାଇଁ ରାଜ୍ୟରେ ଉତ୍ପାଦନ ହେଉଥିବା ଲୁହାପଥରରୁ ସର୍ବନିମ୍ନ ୫୦ ପ୍ରତିଶତ ସଂରକ୍ଷିତ ରଖାଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ଉତ୍କଳ […]

Mines

Jitendra Garnayak
  • Published: Monday, 06 September 2021
  • , Updated: 06 September 2021, 03:03 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗଢ଼ି ଉଠିଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଇସ୍ପାତ ଶିଳ୍ପ ଗୁଡ଼ିକରେ ଲୁହାପଥରର ଅଭାବ ଦେଖାଯାଉଛି। ହେଲେ ଏହାକୁ ଅଣଦେଖା କରି ବାହାର ରାଜ୍ୟକୁ ପଠାଯାଉଛି ଲୁହାପଥର। ଏଣୁ ରୁଗ୍‌ଣ ଅବସ୍ଥାରେ ଥିବା ରାଜ୍ୟର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଇସ୍ପାତ ଶିଳ୍ପ ଇସ୍ପାତ କ୍ଷେତ୍ରର ପୁନରୁଦ୍ଧାର ପାଇଁ ରାଜ୍ୟରେ ଉତ୍ପାଦନ ହେଉଥିବା ଲୁହାପଥରରୁ ସର୍ବନିମ୍ନ ୫୦ ପ୍ରତିଶତ ସଂରକ୍ଷିତ ରଖାଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ଉତ୍କଳ ଚ୍ୟାମ୍ବର୍ସ ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରି ଏବଂ ଓଡ଼ିଶା ସ୍ପଞ୍ଜ ଆଇରନ ଉତ୍ପାଦନକାରୀ ସଂଘ। ଏପରିକି ଖବର କାଗଜରେ ଖୋଲା ବିଜ୍ଞାପନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଏହି ଦୁଇ ସଂଘ।

ବିଜ୍ଞାପନରେ ସେମାନେ ଦର୍ଶାଇଛନ୍ତି ଯେ ସ୍ଥାନୀୟ ଶିଳ୍ପୋଦ୍ୟୋଗୀଙ୍କ ପ୍ରତିବାଦ ସତ୍ତ୍ୱେ ରାଜ୍ୟରେ ଉତ୍ପାଦିତ ୬୦ ପ୍ରତିଶତ ଲୁହାପଥର ଅଲଗା ରାଜ୍ୟକୁ ପଠାଯାଉଛି। ରାଜ୍ୟରେ ଲୁହାପଥର ଦର ଆକାଶଛୁଆଁ ହୋଇଥିବାରୁ ଖଣି ବ୍ୟବସାୟୀ ଲାଭବାନ ହେଉଛନ୍ତି। କିନ୍ତୁ ଲୁହା ପଥର ଅଭାବରୁ ରାଜ୍ୟର ସ୍ପଞ୍ଜ ଆଇରନ ୟୁନିଟ୍ ଗୁଡ଼ିକ ବନ୍ଦ ହୋଇଗଲାଣି। ତେଣୁ ପ୍ରି-ଏମ୍ପସନ ଯୋଜନା ଅନୁଯାୟୀ ୫୦% ଲୁହାପଥର ରାଜ୍ୟ ପାଇଁ ସଂରକ୍ଷିତ ରଖିବାକୁ ଅପିଲ୍‌ କରାଯାଇଛି।

ପ୍ରି-ଏମ୍ପସନ ଯୋଜନା ଅନୁଯାୟୀ, ଲୁହାପଥର ରାଜ୍ୟ ପାଇଁ ସଂରକ୍ଷିତ ରଖିବା ଦ୍ୱାରା ରାଜକୋଷକୁ ଅର୍ଥ ଆସିବା ସହ ରୋଜଗାର ସୁଯୋଗ ମଧ୍ୟ ସୃଷ୍ଟି ହୋଇପରିବ ବୋଲି ଏହି ବିଜ୍ଞାପନରେ ଦର୍ଶାଯାଇଛି। ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଇସ୍ପାତ ଶିଳ୍ପ ରୁଗଣ ଅବସ୍ଥାକୁ ଚାଲି ଯାଇଥିବା ବେଳେ ପ୍ରି-ଏମ୍ପସନ ସ୍କିମ ହିଁ ଏହାକୁ ଉଦ୍ଧାର କରିପାରିବ ବୋଲି ବିଜ୍ଞାପନରେ ଦର୍ଶାଯାଇ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ କରାଯାଇଛି।

Related story