ଯୋଡ଼ାମୁଣ୍ଡ ଶିଶୁଙ୍କ ଚିକିତ୍ସା ଖର୍ଚ୍ଚ ଚିନ୍ତା: ଦିନକର ଦରମା ପ୍ରଦାନ ପାଇଁ  ଜିଲ୍ଲାପାଳଙ୍କ ନିବେଦନ

କନ୍ଧମାଳ: କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା ବଳିଆଙ୍କ ଚିକିତ୍ସା ସହାୟତା ପାଇଁ ହାତ ବଢାଇଛି ଜିଲ୍ଲା ପ୍ରଶାସନ।  ଜିଲ୍ଲାର ସରକାରୀ କର୍ମଚାରୀଙ୍କୁ ସହାୟତା ଲାଗି ନିବେଦନ କରିଛନ୍ତି ଜିଲ୍ଲାପାଳ ବୃନ୍ଦା ଡି.। ସରକାରୀ କର୍ମଚାରୀ ନିଜ ନିଜର ଦିନକର ଦରମା ଦେବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଏହାପୂର୍ବରୁ ଶିଶୁ ଦୁହିଁଙ୍କର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ କୋଟିଏ ଟଙ୍କାର ସହାୟତା ଦେଇଛନ୍ତି।  ଦିଲ୍ଲୀ ଏମସରେ ଦୁଇ ଶିଶୁଙ୍କ ଯୋଡା ମୁଣ୍ଡ ଅଲଗା କରାଯିବାକୁ ସମସ୍ତ ପରୀକ୍ଷା ନିରୀକ୍ଷା ଚାଲିଛି।

conjoined-twins-640x350

Rakesh Mallick
  • Published: Tuesday, 01 August 2017
  • , Updated: 01 August 2017, 02:15 PM IST

Related story