ପୁଲିସ୍‌ ଏସ୍. ଆଇ ପଦ ପାଇଁ ଆବେଦନ ଆରମ୍ଭ, ଏଥର ହେବନି ଭିଭାଭୋସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଓଡ଼ିଶା ପୁଲିସ୍‌ ୪୭୭ଟି ପୁଲିସ୍‌ ଏସ୍. ଆଇ ପଦବୀ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଏଥିପାଇଁ ଅନ୍‌ଲାଇନ୍‌ରେ ଆବେଦନପତ୍ର ଆହ୍ୱାନ କରାଯାଇଛି। ନିଯୁକ୍ତି ପଦ୍ଧତି ସଂପର୍କରେ  ସୂଚନା ଦେଇ ଏଡିଜି ଯଶୋବନ୍ତ ଜେଠୱା କହିଛନ୍ତି,   ଅନଲାଇନ ଆବେଦନ ପାଇଁ ଆଜିଠୁ ପୋର୍ଟାଲ ଖୋଲା ଯାଇଛି। ଏଯାଏ ୨୮୩୧ ପ୍ରାର୍ଥୀ ରେଜିଷ୍ଟ୍ରେସନ, ୭୭୨ ଆବେଦନ କରିସାରିଲେଣି। ଅଗଷ୍ଟ ୬ରୁ ୧୬ ମଧ୍ୟରେ  କମ୍ପ୍ୟୁଟର ବେସ୍‌ଡ ଲିଖିତ ପରୀକ୍ଷା କରାଯିବ। ୨ଟି ପେପର ବିଶିଷ୍ଟ […]

adg jaswant jetwa

Niharika Rout
  • Published: Tuesday, 22 June 2021
  • , Updated: 22 June 2021, 02:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଓଡ଼ିଶା ପୁଲିସ୍‌ ୪୭୭ଟି ପୁଲିସ୍‌ ଏସ୍. ଆଇ ପଦବୀ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଏଥିପାଇଁ ଅନ୍‌ଲାଇନ୍‌ରେ ଆବେଦନପତ୍ର ଆହ୍ୱାନ କରାଯାଇଛି।

ନିଯୁକ୍ତି ପଦ୍ଧତି ସଂପର୍କରେ  ସୂଚନା ଦେଇ ଏଡିଜି ଯଶୋବନ୍ତ ଜେଠୱା କହିଛନ୍ତି,   ଅନଲାଇନ ଆବେଦନ ପାଇଁ ଆଜିଠୁ ପୋର୍ଟାଲ ଖୋଲା ଯାଇଛି। ଏଯାଏ ୨୮୩୧ ପ୍ରାର୍ଥୀ ରେଜିଷ୍ଟ୍ରେସନ, ୭୭୨ ଆବେଦନ କରିସାରିଲେଣି।

ଅଗଷ୍ଟ ୬ରୁ ୧୬ ମଧ୍ୟରେ  କମ୍ପ୍ୟୁଟର ବେସ୍‌ଡ ଲିଖିତ ପରୀକ୍ଷା କରାଯିବ। ୨ଟି ପେପର ବିଶିଷ୍ଟ କେବଳ ସଂକ୍ଷିପ୍ତ ଉତ୍ତରମୂଳକ ପରୀକ୍ଷା ହେବ। SI ନିଯୁକ୍ତି ପରୀକ୍ଷାରେ ଭିଭାଭୋସ୍ ହେବନି କହିଲେ ଏଡିଜି ଜେଠୱା।

ପ୍ରଥମ ଥର ପାଇଁ ତୃତୀୟ ଲିଙ୍ଗିମାନଙ୍କୁ ଓଡ଼ିଶା ପୁଲିସ୍‌ ବିଭାଗରେ ଆବେଦନ କରିବାକୁ ଆହ୍ୱାନ କରାଯାଉଥିବା କହିଛନ୍ତି ଜେଠୱା।

ଆସନ୍ତା ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଏହି ପଦ ନିମନ୍ତେ ଆବେଦନ କରିହେବ।  ଦୀର୍ଘ ୨୭ ବର୍ଷ ପରେ ଓଡ଼ିଶା ପୁଲିସ୍‌ ରିକ୍ୟୁଟମେଣ୍ଟ ବୋର୍ଡ ସବଇନ୍ସପେର ନିଯୁକ୍ତି ପ୍ରକ୍ରିୟାକୁ ପରିଚାଳନା କରୁଛି । ପୂର୍ବରୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ଏହି ଦାୟିତ୍ୱ ତୁଲାଉଥିଲା।

ପ୍ରଥମଥର ପାଇଁ କିନ୍ନରଙ୍କୁ ଏଥିରେ ସାମିଲ କରାଯାଇଛି । କିନ୍ନରମାନେ ପୁଲିସ୍‌ ସବ୍ଇନ୍ସପେକ୍ଟର ପଦବୀ ପାଇଁ ଆବେଦନ କରିପାରିବେ । ଓଡ଼ିଶା ପୁଲିସ୍ ପକ୍ଷରୁ ସବ୍‌ଇନ୍‌ସପେକ୍ଟର ଓ କନଷ୍ଟେବଳ (କମ୍ୟୁନିକେସନ) ପଦବୀ ପାଇଁ ବାହାରିଥିବା  ବିଜ୍ଞପ୍ତିରେ ଏହି କଥା ଉଲ୍ଲେଖ ରହିଛି। କିନ୍ନରମାନେ ଏସ୍.ଆଇ ପଦବୀ ପାଇଁ ଆବେଦନ କରିବାରେ ତାମିଲନାଡୁ ପରେ ଓଡ଼ିଶା ହେଉଛି ଦ୍ୱିତୀୟ ରାଜ୍ୟ।

୪୭୭ଟି ସବ୍‌ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିଭଳି ୨୪୪ଟି କନଷ୍ଟେବଳ (କମ୍ୟୁନିକେସନ) ପଦବୀ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ଯୋଗ୍ୟ ପ୍ରାର୍ଥୀ ଏଥିନିମନ୍ତେ ଅନଲାଇନରେ ଆବେଦନ କରିପାରିବେ।

ସବ୍‌ଇନ୍ସପେକ୍ଟର ପଦବୀ ପାଇଁ ଯେଉଁମାନେ ଆବେଦନ କରିବେ ସେମାନଙ୍କ ବୟସ ୨୧ ବର୍ଷରୁ କମ୍ ହୋଇନଥିବ କି ୧.୧.୨୦୨୧ ସୁଦ୍ଧା ୨୫ ବର୍ଷରୁ ଅଧିକ ହୋଇନଥିବ। ତେବେ ଏସ୍‌ଟି, ଏସ୍‌ସି, ଏସ୍‌ଇବିସି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ବୟସ ୫ ବର୍ଷ କୋହଳ ରହିଛି।

ସେହିଭଳି କନଷ୍ଟେବଳ (କମ୍ୟୁନିକେସନ) ପଦବୀ ପାଇଁ ଯେଉଁମାନେ ଆବେଦନ କରିବେ ସେମାନଙ୍କ ବୟସ ୧୮ ବର୍ଷରୁ କମ୍ ହୋଇ ନଥିବ ତଥା ୧.୧.୨୦୨୧ ସୁଦ୍ଧା ୨୩ ବର୍ଷରୁ ଅଧିକ ହୋଇନଥିବ।

ଏ ସଂପର୍କରେ ଡିଜିପି ଅଭୟ କିଛି ଦିନ ପୂର୍ବେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ସୂଚନା ଦେଇ କହିଥିଲେ , ସବ୍‌ଇନ୍ସପେକ୍ଟର ପଦବୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ପାସ୍‌ ରଖାଯାଇଛି।  ଏଥିସହ ପ୍ରାର୍ଥୀମାନଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷାରେ ଵି କୃତକାର୍ଯ୍ୟ ହେଵାକୁ ପଡିବ।

ସେହିଭଳି କନଷ୍ଟେବଳ (କମ୍ୟୁନିକେସନ) ପଦବୀ ପାଇଁ ଇଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ସର୍ବନିମ୍ନ ଶିକ୍ଷା ଯୋଗ୍ୟତା ଯୁକ୍ତ ୨ ପାସ୍‌  ରଖାଯାଇଥିବା ବେଳେ ସେମାନେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ କୌଣସି ଅନୁଷ୍ଠାନରୁ କମ୍ପ୍ୟୁଟର ଆପ୍ଲିକେସନରେ ଡିପ୍ଲୋମା କରିଥିବା ଆବଶ୍ୟକ। ଏହାବାଦ୍‌ ଶାରୀରିକ ଦକ୍ଷତା ପରୀକ୍ଷାରେ ଵି ସେମାନଙ୍କୁ କୃତକାର୍ଯ୍ୟ ହେଵାକୁ ପଡ଼ିବ।

 

Related story