ସହରାଞ୍ଚଳ ଲୋକଙ୍କୁ ଆକ୍ୱାଗାର୍ଡ ମାନର ଜଳ, ରାଜଧାନୀରୁ ଆରମ୍ଭ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ୪ଟି ମହାନଗର ନିଗମରେ ଖୁବ୍‍ଶୀଘ୍ର ଟ୍ୟାପ୍‍ ଯୋଗେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟଜଳ ଯୋଗାଣ ଉପଲବ୍ଧ ହେବ। ଲୋକେ ସିଧାସଳଖ ଏହି ଟ୍ୟାପ୍‍ରୁ ଆକ୍ୱାଗାର୍ଡ ମାନର ପାଣି ପିଇପାରିବେ । ଭୁବନେଶ୍ୱର ମହାନଗର ନିଗମର କେତେକ ୱାର୍ଡରେ ପ୍ରଥମ ପର୍ଯ୍ୟାୟରେ ଏଭଳି ଜଳଯୋଗାଣ ଆରମ୍ଭ ହୋଇଥିବାବେଳେ ବ୍ରହ୍ମପୁର, ପୁରୀ ଓ କଟକରେ ମଧ୍ୟ ବିଶୁଦ୍ଧଜଳ ଯୋଗାଇ ଦିଆଯିବ। ଏହି ତାଲିକାରେ ସମ୍ବଲପୁର ମହାନଗର ନିଗମକୁ ଅର୍ନ୍ତଭୁକ୍ତ ଲାଗି ସରକାରୀ ସ୍ତରରେ ମତପ୍ରକାଶ […]

water1.

Manoranjan Sial
  • Published: Wednesday, 17 June 2020
  • , Updated: 17 June 2020, 06:51 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ୪ଟି ମହାନଗର ନିଗମରେ ଖୁବ୍‍ଶୀଘ୍ର ଟ୍ୟାପ୍‍ ଯୋଗେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟଜଳ ଯୋଗାଣ ଉପଲବ୍ଧ ହେବ। ଲୋକେ ସିଧାସଳଖ ଏହି ଟ୍ୟାପ୍‍ରୁ ଆକ୍ୱାଗାର୍ଡ ମାନର ପାଣି ପିଇପାରିବେ । ଭୁବନେଶ୍ୱର ମହାନଗର ନିଗମର କେତେକ ୱାର୍ଡରେ ପ୍ରଥମ ପର୍ଯ୍ୟାୟରେ ଏଭଳି ଜଳଯୋଗାଣ ଆରମ୍ଭ ହୋଇଥିବାବେଳେ ବ୍ରହ୍ମପୁର, ପୁରୀ ଓ କଟକରେ ମଧ୍ୟ ବିଶୁଦ୍ଧଜଳ ଯୋଗାଇ ଦିଆଯିବ। ଏହି ତାଲିକାରେ ସମ୍ବଲପୁର ମହାନଗର ନିଗମକୁ ଅର୍ନ୍ତଭୁକ୍ତ ଲାଗି ସରକାରୀ ସ୍ତରରେ ମତପ୍ରକାଶ ପାଇଛି ।

ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଆଜି ସହରାଞ୍ଚଳରେ ୱାଟ୍‍କୋର ପାନୀୟ ଜଳଯୋଗାଣ ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ୱାଟ୍‍କୋର ପରିଚାଳନା ନିର୍ଦ୍ଦେଶକ ପି.କେ.ସ୍ୱାଇଁଙ୍କ ସମେତ ଅନ୍ୟ ବରିଷ୍ଠ ଯନ୍ତ୍ରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ । ସମୀକ୍ଷା ସମୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୱାଟ୍‍କୋ ପକ୍ଷରୁ ଜଳଯୋଗାଣ ସଂକ୍ରାନ୍ତରେ ଶ୍ରୀ ସ୍ୱାଇଁ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। କଟକ ମହାନଗର ନିଗମରେ ୱାଟ୍‍କୋ ପକ୍ଷରୁ ଜଳଯୋଗାଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବାକୁ ଥିବାବେଳେ ପୁରୀରେ ଲୋକେ ଖୁବ୍‍ଶୀଘ୍ର ବିଶୁଦ୍ଧଜଳ ପାଇପାରିବେ ବୋଲି ଅଧିକାରୀମାନେ ମନ୍ତ୍ରୀଙ୍କୁ ଅବଗତ କରିଛନ୍ତି।

ଉଲ୍ଲେଖନୀୟ ଯେ ସହରାଞ୍ଚଳରେ ଲୋକଙ୍କୁ ପାଇପ୍‍ ଯୋଗେ ‘ଆକ୍ୱାଗାର୍ଡ ' ମାନର ବିଶୁଦ୍ଧ ଜଳଯୋଗାଣ ଲାଗି ୱାଟ୍‍କୋ
ପକ୍ଷରୁ ପଦକ୍ଷେପ ନିଆଯାଉଛି। ଏଥିପାଇଁ ସ୍ୱତନ୍ତ୍ର ଭାବେ ପାଇପ୍‍ ବିଛାଯିବା ସହିତ ପ୍ରତ୍ୟେକ ଲୋକଙ୍କ ଘରକୁ ଉନ୍ନତମାନର କଳଙ୍କିବିହୀନ ପାଇପ୍‍ ସଂଯୋଗ ହେଉଛି। ସେହିଭଳି ପାଣିର ମାନ ନିମୟିତ ଭାବେ ପରୀକ୍ଷା ଲାଗି ବ୍ୟବସ୍ଥା ହୋଇଥିବାବେଳେ ସହରାଞ୍ଚଳରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଗୁଡିକୁ ଏଥିପାଇଁ ତାଲିମ ପ୍ରଦାନ କରାଯାଇଛି।

ସେମାନେ ଜଳର ମାନ ପରୀକ୍ଷା ସହିତ ପ୍ରତ୍ୟେକ ହିତାଧିକାରୀଙ୍କ ଘରୁ ଜଳଯୋଗାଣ ସଂକ୍ରାନ୍ତୀୟ ବିଲ୍‍ ଆଦାୟ କରିବେ। ହିତାଧିକାରୀମାନେ କେତେ ଜଳ ବ୍ୟବହାର କରୁଛନ୍ତି ସେଥିପାଇଁ ଜଳମିଟର ଲାଗୁଥିବାବେଳେ ତଦନୁଯାୟୀ ବିଲ୍‍ ଆଦାୟ ହେବ।

Related story