ଅର୍ଜୁନ ସେଠୀଙ୍କ ପୁଅଙ୍କୁ ଟିକେଟ୍ ଦେଲା ବିଜେପି; ବାକି ରହିଲା ଗୋଟିଏ ଲୋକସଭା ଆସନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ଆଜି ଆଉ ତିନିଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ମୟୂରଭଞ୍ଜ, ଯାଜପୁର ଓ ଭଦ୍ରକ ଆସନ ପାଇଁ ନାଁ ଘୋଷଣା କରିଛି। ମୟୂରଭଞ୍ଜ ଲୋକସଭା ଆସନରୁ ବିଶ୍ୱେଶ୍ୱର ଟୁଡୁଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଭଦ୍ରକରୁ ଅଭିମନ୍ୟୁ ସେଠୀ ଓ ଯାଜପୁରରୁ ଅମିୟ ମଲ୍ଲିକଙ୍କୁ ପ୍ରାର୍ଥୀ କରାଯାଇଛି। ଅଭିମନ୍ୟୁ ସେଠୀ ହେଉଛନ୍ତି ଦୁଇ ଦିନ ତଳେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ଅର୍ଜୁନ ସେଠୀଙ୍କ ପୁଅ। ଅର୍ଜୁନ ସେଠୀ […]

abhi

Jitendra Garnayak
  • Published: Monday, 01 April 2019
  • , Updated: 01 April 2019, 01:35 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ଆଜି ଆଉ ତିନିଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ମୟୂରଭଞ୍ଜ, ଯାଜପୁର ଓ ଭଦ୍ରକ ଆସନ ପାଇଁ ନାଁ ଘୋଷଣା କରିଛି।

ମୟୂରଭଞ୍ଜ ଲୋକସଭା ଆସନରୁ ବିଶ୍ୱେଶ୍ୱର ଟୁଡୁଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଭଦ୍ରକରୁ ଅଭିମନ୍ୟୁ ସେଠୀ ଓ ଯାଜପୁରରୁ ଅମିୟ ମଲ୍ଲିକଙ୍କୁ ପ୍ରାର୍ଥୀ କରାଯାଇଛି।

ଅଭିମନ୍ୟୁ ସେଠୀ ହେଉଛନ୍ତି ଦୁଇ ଦିନ ତଳେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ଅର୍ଜୁନ ସେଠୀଙ୍କ ପୁଅ। ଅର୍ଜୁନ ସେଠୀ କଂଗ୍ରେସ, ଜନତା ଦଳ ଓ ବିଜେଡି ଟିକେଟ୍‌ରେ ୮ ଥର ସାଂସଦ ହୋଇଛନ୍ତି।

ଆଜିର ଏହି ଘୋଷଣା ସହିତ ବିଜେପି ରାଜ୍ୟର ମୋଟ ୨୧ଟି ଲୋକସଭା ଆସନରୁ ୨୦ଟି ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ଆଉ କେବଳ ଜଗତସିଂହପୁର ଆସନ ପାଇଁ ଦଳ ନାମ ଘୋଷଣା କରିବା ବାକି ଅଛି। ଉଭୟ କଂଗ୍ରେସ ଓ ବିଜେଡି ଏହି ଲୋକସଭା ଆସନରୁ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। କଂଗ୍ରେସ ପ୍ରତିମା ମଲ୍ଲିକଙ୍କୁ ଟିକେଟ୍ ଦେଇଥିବା ବେଳେ ବିଜେଡି ଡ. ରାଜଶ୍ରୀ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି।

ଆସ୍କାରୁ ଦଳ ଅନୀତା ପ୍ରିୟଦର୍ଶୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ, ବରଗଡ଼ରୁ ସୁରେଶ ପୂଜାରୀ, ବ୍ରହ୍ମପୁରରୁ ଭୃଗୁ ବକ୍ସିପାତ୍ର, ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ,ବଲାଙ୍ଗୀରରୁ ସଙ୍ଗୀତା ସିଂହଦେଓ, କଟକରୁ ପ୍ରକାଶ ମିଶ୍ର, ଢେଙ୍କାନାଳରୁ ରୁଦ୍ରନାରାୟଣ ପାଣି, କଳାହାଣ୍ଡିରୁ ବସନ୍ତ ପଣ୍ଡା, କନ୍ଧମାଳରୁ ଖାରବେଳ ସ୍ୱାଇଁ, କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, କେନ୍ଦୁଝରରୁ ଅନନ୍ତ ନାୟକ, ସୁନ୍ଦରଗଡ଼ରୁ ଜୁଏଲ ଓରାମ, କୋରାପୁଟରୁ ଜୟରାମ ପାଙ୍ଗି,ନବରଙ୍ଗପୁରରୁ ବଳଭଦ୍ର ମାଝି, ସମ୍ବଲପୁରରୁ ନୀତେଶ ଗଙ୍ଗଦେବ ଓ ପୁରୀରୁ ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ କରାଯାଇଛି।

ସେହିପରି ଦଳ ଆଜି ୧୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜୟ ମହାପାତ୍ରଙ୍କୁ ପାଟକୁରା ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଥିବା ବେଳେ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ଭୁବନେଶ୍ୱର ଉତ୍ତର ଆସନ ପାଇଁ ଟିକେଟ୍ ଦିଆଯାଇଛି।

ଆନନ୍ଦପୁରରୁ ଦଳ ଆଲୋକ ସେଠୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ରାଇରଙ୍ଗପୁରରୁ ନବ ଚରଣ ମାଝି, ମୋରଡ଼ାରୁ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ନୀଳଗିରିରୁ ସୁକାନ୍ତ ନାୟକ, ଆଠମଲ୍ଲିକରୁ ଭାଗିରଥୀ ପ୍ରଧାନ, ବାଙ୍କୀରୁ ଶୁଭ୍ରାଂଶୁ ଶେଖର ପାଢ଼ୀ, ଆଠଗଡ଼ରୁ ବ୍ରଜେନ୍ଦ୍ର ରାୟ, ମହାକାଳପଡ଼ାରୁ ବିଜୟ ପ୍ରଧାନ ଓ ପୁରୀରୁ ଜୟନ୍ତ ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରିଛି।

Related story