ଯୌତୁକ ନିର୍ଯାତନା ଅଭିଯୋଗରେ ସେନା ଅଧିକାରୀ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୌତୁକ ନିର୍ଯାତନା ଅଭିଯୋଗରେ ଜଣେ ସେନା ଅଧିକାରୀଙ୍କୁ ପୁଲିସ ଗିରଫ କରିଛି। ଭୁବନେଶ୍ୱର ମହିଳା ଥାନା ପୁଲିସ ତାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଜଣେ ମେଜର। ତାଙ୍କ ନାଁ ସୌମ୍ୟରଞ୍ଜନ ପତି ବୋଲି ସୂଚନା ମିଳିଛି । ତାଙ୍କ ପତ୍ନୀଙ୍କ ଏତଲା ଆଧାରରେ ପୁଲିସ ଗିରଫ କରିଥିବା ସୂଚନା ମିଳିଛି। ସଂପୃକ୍ତ ସେନା ଅଧିକାରୀ ଜଣଙ୍କ ଫରିଦାବାଦରେ କାର୍ଯ୍ୟରତ ଥିଲେ। ଯୌତୁକ ଓ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ […]

arest

Tapaswini Nayak
  • Published: Friday, 09 October 2020
  • , Updated: 09 October 2020, 09:19 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୌତୁକ ନିର୍ଯାତନା ଅଭିଯୋଗରେ ଜଣେ ସେନା ଅଧିକାରୀଙ୍କୁ ପୁଲିସ ଗିରଫ କରିଛି। ଭୁବନେଶ୍ୱର ମହିଳା ଥାନା ପୁଲିସ ତାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଜଣେ ମେଜର। ତାଙ୍କ ନାଁ ସୌମ୍ୟରଞ୍ଜନ ପତି ବୋଲି ସୂଚନା ମିଳିଛି ।

ତାଙ୍କ ପତ୍ନୀଙ୍କ ଏତଲା ଆଧାରରେ ପୁଲିସ ଗିରଫ କରିଥିବା ସୂଚନା ମିଳିଛି। ସଂପୃକ୍ତ ସେନା ଅଧିକାରୀ ଜଣଙ୍କ ଫରିଦାବାଦରେ କାର୍ଯ୍ୟରତ ଥିଲେ। ଯୌତୁକ ଓ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ। ଏନେଇ ଥାନାରେ ଏତଲା ଦେବା ପରେ ପୁଲିସ ଗିରଫ କରିଥିବା ସୂଚନା ମିଳିଛି।

ଗିରଫ ପରେ ସେନାଅଧିକାରୀଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ମାମଲାର ଶୁଣାଣି ପାଇଁ ଗତକାଲି ରାତିରେ କୋର୍ଟ ଖୋଲାଯାଇଥିଲା। ସୌମ୍ୟରଞ୍ଜନଙ୍କ ଜାମିନ ନାମଞ୍ଜୁର ସହ ତାଙ୍କୁ ଆର୍ମୀ କଷ୍ଟୋଡିକୁ ଅଦାଲତ ପଠାଇଥିବା କହିଛନ୍ତି ଅଭିଯୋଗକାରୀଙ୍କ ଓକିଲ।

 

Related story