କୋର୍ଟ ରୁମରେ ଚେତା ହରାଇଲେ ମହାରଥୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଗିରଫ ହୋଇଥିବା ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ଆଜି କୋର୍ଟରୁମରେ ବେହୋସ ହୋଇପଡ଼ିଥିଲେ। ତାଙ୍କୁ କିଛି ସମୟ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଗିରଫ ପରେ ପୁଲିସ ତାଙ୍କୁ ଆଜି କୋର୍ଟ ଚାଲାଣ କରାଯିବାବେଳେ ସେ ଅସୁସ୍ଥତା ଅନୁଭବ କରିଥିଲେ। ମହାରଥୀ ଗିରଫ ହେବାପରେ ପିପିଲି ଥାନା ଓ କୋର୍ଟ ବାହାରେ ତାଙ୍କର ହଜାର ହଜାର ସମର୍ଥକ […]

pradeep

Manoranjan Sial
  • Published: Monday, 22 April 2019
  • , Updated: 22 April 2019, 08:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଗିରଫ ହୋଇଥିବା ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ଆଜି କୋର୍ଟରୁମରେ ବେହୋସ ହୋଇପଡ଼ିଥିଲେ। ତାଙ୍କୁ କିଛି ସମୟ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

ଗିରଫ ପରେ ପୁଲିସ ତାଙ୍କୁ ଆଜି କୋର୍ଟ ଚାଲାଣ କରାଯିବାବେଳେ ସେ ଅସୁସ୍ଥତା ଅନୁଭବ କରିଥିଲେ। ମହାରଥୀ ଗିରଫ ହେବାପରେ ପିପିଲି ଥାନା ଓ କୋର୍ଟ ବାହାରେ ତାଙ୍କର ହଜାର ହଜାର ସମର୍ଥକ ତୁମୂଳ ପାଟିତୁଣ୍ଡ ଓ ହୋ-ହାଲ୍ଲା କରୁଥିବା ଦେଖିବାକୁ ମିଳିଛି। ପିପିଲି କୋର୍ଟରୁ ତାଙ୍କୁ ଭୁବନେଶ୍ୱରର ସ୍ୱତନ୍ତ୍ର କୋର୍ଟ ଅଣାଯାଇଛି। ତେବେ କୋର୍ଟ ତାଙ୍କୁ ଜାମିନ ମଞ୍ଜୁର କରିବେ କି ନାହିଁ ତାହା ଜଣାପଡ଼ିନି।

ଅନ୍ୟପକ୍ଷରେ ପିପିଲିରେ ମହାରଥୀଙ୍କ ଗିରଫକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ପ୍ରତିକ୍ରିୟା ଦେଇଛନ୍ତି। ପିପିଲିରେ ନିର୍ବାଚନ ଉପରେ ଏହି ଗିରଫଦାରୀର କିଛି ପ୍ରଭାବ ପଡ଼ିବ ନାହିଁ। ନିର୍ବାଚନ ଯଥାରୀତି ହେବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ମାମଲାରେ ଶ୍ରୀ ମହାରଥୀଙ୍କ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ମିଳିବା ପରେ ପୁଲିସ ତାଙ୍କ ନାଁରେ ବହୁ ସଙ୍ଗୀନ ଦଫା ଲଗାଇ ଗିରଫ କରିଥିବା ଜଣାପଡ଼ିଛି।

Related story