ଓକିଲ ଆସିଲେନି ! ନିଜ ପାଇଁ ନିଜେ ଲଢ଼ିଲେ ବିଧାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କନିଷ୍ଠ ଯନ୍ତ୍ରୀଙ୍କୁ କାନ ଧରି ଉଠବସ୍ କରାଇବା ମାମଲାରେ ନିଜ ପାଇଁ ନିଜେ ଲଢ଼ିଛନ୍ତି ପାଟଣାଗଡ଼ ବିଧାୟକ ସରୋଜ ମେହେର। ସରୋଜ ମେହେରଙ୍କ ଜାମିନ ଆବେଦନର ଆଜି ଶୁଣାଣି ଥିଲା। ତେବେ ଆନ୍ଦୋଳନ ଚାଲିଥିବା ଯୋଗୁ କୌଣସି ଓକିଲ ନଆସିବାରୁ ଭୁବନେଶ୍ୱର ସ୍ପେଶାଲ ଏଡିଜେ କୋର୍ଟରେ ସେ ନିଜ ପାଇଁ ନିଜେ ଯୁକ୍ତି ଉପସ୍ଥାପନ କରିଥିଲେ। ସେହିପରି ପ୍ରତିପକ୍ଷ କନିଷ୍ଠ ଯନ୍ତ୍ରୀ ଓ ତାଙ୍କ ପତ୍ନୀ ମଧ୍ୟ ନିଜ ପକ୍ଷ ରଖିଥିଲେ। ଉଭୟ ପକ୍ଷର […]

5ty

Tapas Behera
  • Published: Monday, 01 July 2019
  • , Updated: 01 July 2019, 04:39 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କନିଷ୍ଠ ଯନ୍ତ୍ରୀଙ୍କୁ କାନ ଧରି ଉଠବସ୍ କରାଇବା ମାମଲାରେ ନିଜ ପାଇଁ ନିଜେ ଲଢ଼ିଛନ୍ତି ପାଟଣାଗଡ଼ ବିଧାୟକ ସରୋଜ ମେହେର। ସରୋଜ ମେହେରଙ୍କ ଜାମିନ ଆବେଦନର ଆଜି ଶୁଣାଣି ଥିଲା। ତେବେ ଆନ୍ଦୋଳନ ଚାଲିଥିବା ଯୋଗୁ କୌଣସି ଓକିଲ ନଆସିବାରୁ ଭୁବନେଶ୍ୱର ସ୍ପେଶାଲ ଏଡିଜେ କୋର୍ଟରେ ସେ ନିଜ ପାଇଁ ନିଜେ ଯୁକ୍ତି ଉପସ୍ଥାପନ କରିଥିଲେ। ସେହିପରି ପ୍ରତିପକ୍ଷ କନିଷ୍ଠ ଯନ୍ତ୍ରୀ ଓ ତାଙ୍କ ପତ୍ନୀ ମଧ୍ୟ ନିଜ ପକ୍ଷ ରଖିଥିଲେ। ଉଭୟ ପକ୍ଷର ଶୁଣାଣି ଶେଷ ହୋଇଛି। ତେବେ କୋର୍ଟ ଜୁଲାଇ ୫ରେ ପୁଣି ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ସେହିପରି ବିଧାୟକଙ୍କ ଚିକିତ୍ସା ନିଷ୍ପତ୍ତି ଜେଲ କର୍ତ୍ତୃପକ୍ଷଙ୍କ ଉପରେ ଛାଡ଼ିଛନ୍ତି କୋର୍ଟ

ଜେଇଙ୍କୁ ଉଠବସ୍ ଘଟଣାରେ ଶ୍ରୀ ମେହେରଙ୍କୁ ଗିରଫ କରାଯାଇଥିଲା। ଗତ ରାତିରେ ତାଙ୍କୁ ପାଟଣାଗଡ଼ ଜେଲରୁ କଡ଼ା ସୁରକ୍ଷାରେ ଭୁବନେଶ୍ୱର ଅଣାଯାଇଥିଲା। ଜୁନ୍ ୪ ତାରିଖରେ ବଲାଙ୍ଗିର ବେଲପଡ଼ା ବ୍ଳକ ଗମ୍ଭାରୀ ଗାଁର ଏକ ନିମ୍ନମାନର ରାସ୍ତାକାମକୁ ନେଇ ବିଧାୟକ ସରୋଜ ମେହେର ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ସର୍ବ ସମ୍ମୁଖରେ କାନ ଧରି ଉଠବସ୍ କରାଇଥିଲେ। ଏ ନେଇ ଯନ୍ତ୍ରୀଙ୍କ ପତ୍ନୀ ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏହି ମାମଲାରେ ଗତ ୨୪ ତାରିଖରେ ବିଧାୟକଙ୍କୁ ଗିରଫ କରିଥିଲା।

ଉଲ୍ଲେଖଯୋଗ୍ୟ, ରାଜ୍ୟର ବିଧାୟକ ଓ ସାଂସଦଙ୍କ ବିରୋଧରେ ଥିବା ସବୁ ମାମଲାର ଶୁଣାଣି ପାଇଁ ଭୁବନେଶ୍ୱରରେ ଜଣେ ସ୍ପେଶାଲ ଜଜଙ୍କୁ ନିଯୁକ୍ତ କରାଯାଇଛି।

Related story