ଝାରପଡ଼ା ଜେଲ୍‌ ଗଲେ ପ୍ରଦୀପ ମହାରଥୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫ୍ଲାଇଂ ସ୍କ୍ୱାଡର ମାଜିଷ୍ଟ୍ରେଟ୍‌ ଓ ଅନ୍ୟ ସଦସ୍ୟଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଛି ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ। ଶେଷରେ ପୁଲିସ ତାଙ୍କୁ ଗିରଫ କରି ଝାରପଡ଼ା ଜେଲକୁ ପଠାଇ ଦେଇଛି। ତାଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ୨୪ ତାରିଖରେ ହେବ। ସେତେଦିନ ପର୍ଯ୍ୟନ୍ତ ସେ ଜେଲରେ ରହିବେ। ଗିରଫ ପରେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଜେଲ ହସ୍ପିଟାଲ ୱାର୍ଡରେ ଚିକିତ୍ସା କରାଯିବ। ଆବଶ୍ୟକ ପଡ଼ିଲେ ଜେଲ କର୍ତ୍ତୃପକ୍ଷ […]

5

5

Manoranjan Sial
  • Published: Monday, 22 April 2019
  • Updated: 22 April 2019, 09:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫ୍ଲାଇଂ ସ୍କ୍ୱାଡର ମାଜିଷ୍ଟ୍ରେଟ୍‌ ଓ ଅନ୍ୟ ସଦସ୍ୟଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଛି ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ। ଶେଷରେ ପୁଲିସ ତାଙ୍କୁ ଗିରଫ କରି ଝାରପଡ଼ା ଜେଲକୁ ପଠାଇ ଦେଇଛି। ତାଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ୨୪ ତାରିଖରେ ହେବ। ସେତେଦିନ ପର୍ଯ୍ୟନ୍ତ ସେ ଜେଲରେ ରହିବେ। ଗିରଫ ପରେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଜେଲ ହସ୍ପିଟାଲ ୱାର୍ଡରେ ଚିକିତ୍ସା କରାଯିବ। ଆବଶ୍ୟକ ପଡ଼ିଲେ ଜେଲ କର୍ତ୍ତୃପକ୍ଷ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରିପାରନ୍ତି।

ପୁଲିସ ତାଙ୍କ ବିରୋଧରେ ଦଫା ୩୦୭ (ହତ୍ୟାପାଇଁ ଉଦ୍ୟମ)ରୁ ଆରମ୍ଭ କରି ୩୫୩, ୩୪୧, ୩୩୨, ୧୪୭,୧୪୮,୧୪୯ ଦଫା ଲଗାଇଛି। ଏଥିସହ ୧୭୧ ବି ,୧୮୬ ଓ ଏବଂ ଲୋକ ପ୍ରତିନିଧି ଆଇନ ୧୨୩ରେ ମାମଲା ରୁଜୁ କରିଛି ପୁଲିସ। ମହାରଥୀଙ୍କୁ ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା।

ପୂରା ଘଟଣା ଥିଲା ଏମିତି। ରବିବାର ରାତି ୧୧ଟା ୪୫ ମିନିଟ୍‌ରେ ମହାରଥୀଙ୍କ ହୁଙ୍କେଇପୁର ସ୍ଥିତ ଫାର୍ମ ହାଉସରେ ମଦ ଓ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ ପାଇ ପହଞ୍ଚିଥିଲା ଫ୍ଳାଇଂ ସ୍କ୍ୱାଡର ତିନୋଟି ଗାଡ଼ି। ଫାର୍ମ ହାଉସ୍ ଫାଟକ ପାଖରେ ୨ଟି ଗାଡି ପହଞ୍ଚିବା ପରେ ସେଠାରେ ପାର୍କିଂ ହୋଇଥିବାଏକ ସ୍କୁଟିରେ ଟଙ୍କା ଥିବା ସନ୍ଦେହରେ ଯାଞ୍ଚ ପାଇଁ ଯାଇଥିଲେ ସ୍କ୍ୱାଡର ଟିମ। ଠିକ ସେତିକି ବେଳେ ପହଞ୍ଚି ଯାଇଥିଲେ ଖୋଦ୍ ମହାରଥୀ। ମାଜିଷ୍ଟ୍ରେଟଙ୍କ ଗାଡ଼ିକୁ ଅଟକାଇଥିଲେ ମହାରଥୀଙ୍କ ସମର୍ଥକ।

ସ୍କ୍ୱାଡର ନେତୃତ୍ୱ ନେଉଥିବା ମାଜିଷ୍ଟ୍ରେଟ ରବିନାରାୟଣ ପାତ୍ରଙ୍କ ସୂଚନା ଅନୁସାରେ, ମହାରଥୀ ଓ ତାଙ୍କ ସମର୍ଥକ ତାଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ରେଡ୍‌ କରିବା ପାଇଁ ଫାର୍ମ ହାଉସ ଭିତରକୁ ପଶିବାକୁ ଦେଇନଥିଲେ ମହାରଥୀ ଓ ତାଙ୍କ ସମର୍ଥକ। ହକି ଷ୍ଟିକ ଓ ଠେଙ୍ଗା ଧରି ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ମାଡ଼ ଖାଇ ସେଠାରୁ ଗୋଟିଏ ଗାଡ଼ିରେ ଫେରିଆସିଥିଲେ ସ୍କ୍ୱାଡ଼ର କର୍ମକର୍ତ୍ତା। ତେବେ ଆକ୍ରମଣରେ ରବିନାରାୟଣଙ୍କ ସମେତ ପୁଲିସ ଏଏସଆଇ ବିନୟ କୁମାର ଦାସ  ଓ ଡ୍ରାଇଭର ଦୀପକ ଆହତ ହୋଇଛନ୍ତି। ଫ୍ଲାଇଂ ସ୍କ୍ୱାଡର କ୍ୟାମେରାମ୍ୟାନଙ୍କୁ ମଧ୍ୟ ଆକ୍ରମଣ କରି ତାଙ୍କ କ୍ୟାମେରା ଭାଙ୍ଗିଦେଇଥିଲେ ମହାରଥୀଙ୍କ ସମର୍ଥକ। ଗୁରତର ଆହତ ରବିନାରାୟଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story