ତେଲ ତାତି ନା ରାଜନୀତି ?

ରାଜ୍ୟରେ ପୁନର୍ବାର ବଢ଼ିଛି ତେଲ ତାତି। ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଓଡ଼ିଶା ଗସ୍ତରେ ଆସିବା ପୂର୍ବରୁ ତୈଳଦର ନେଇ ରାଜନୈତିକ ଝଡ଼ ଉଠିଥିଲା। ଏ ପ୍ରସଙ୍ଗକୁ ଆୟୁଧ କରି ଶାସକ ଦଳ ରାଜନୈତିକ ପାଣିପାଗକୁ ଗରମ ରଖିବାକୁ ପ୍ରୟାସ ଜାରି ରଖଛି। ସେପଟେ ଅର୍ଥନୀତିଜ୍ଞ ମତ ଦେଇଛନ୍ତି, ଏ ଦୁଇଦଳ ଯଦି ତୈଳଦର ବୃଦ୍ଧିକୁ ନେଇ ଏତେ ଚିନ୍ତିତ, ତେବେ ଜିଏସଟି ଅନ୍ତର୍ଭୁକ୍ତ କରି ଉଭୟ ରାଜ୍ୟ ଓ କେନ୍ଦ୍ର, ପେଟ୍ରୋଲ ଡିଜେଲ ବାବଦ […]

Oil

Oil

Ordigital Desk
  • Published: Monday, 09 April 2018
  • Updated: 09 April 2018, 09:00 PM IST

Sports

Latest News

[caption id="attachment_226097" align="alignleft" width="133"] ସୁଜାତା ସାବତ ପାଢ଼ୀ[/caption]

ରାଜ୍ୟରେ ପୁନର୍ବାର ବଢ଼ିଛି ତେଲ ତାତି। ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଓଡ଼ିଶା ଗସ୍ତରେ ଆସିବା ପୂର୍ବରୁ ତୈଳଦର ନେଇ ରାଜନୈତିକ ଝଡ଼ ଉଠିଥିଲା। ଏ ପ୍ରସଙ୍ଗକୁ ଆୟୁଧ କରି ଶାସକ ଦଳ ରାଜନୈତିକ ପାଣିପାଗକୁ ଗରମ ରଖିବାକୁ ପ୍ରୟାସ ଜାରି ରଖଛି ସେପଟେ ଅର୍ଥନୀତିଜ୍ଞ ମତ ଦେଇଛନ୍ତି, ଏ ଦୁଇଦଳ ଯଦି ତୈଳଦର ବୃଦ୍ଧିକୁ ନେଇ ଏତେ ଚିନ୍ତିତ, ତେବେ ଜିଏସଟି ଅନ୍ତର୍ଭୁକ୍ତ କରି ଉଭୟ ରାଜ୍ୟ କେନ୍ଦ୍ର, ପେଟ୍ରୋଲ ଡିଜେଲ ବାବଦ ଭାଟ୍ ଛାଡ଼ କରନ୍ତୁ। ରାଜ୍ୟ ସରକାର ଜିଏସ୍‌ଟି ଅନ୍ତର୍ଭୁକ୍ତ କରିବା ଦିଗରେ ଅଗ୍ରସର ହୁଅନ୍ତୁ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ରାଜ୍ୟକୁ ଚିଠି ଲେଖିଛନ୍ତି।

ଜିଏସଟି କାଉନସିଲ ସହ ରାଜ୍ୟ ସରକାର ଆଲୋଚନା କରି, ତୈଳ ବ୍ୟବସାୟକୁ ଜିଏସଟି ଅନ୍ତର୍ଭୁକ୍ତ କରିବାକୁ ପଦକ୍ଷେପ ନେଲେ, ପେଟ୍ରୋଲ ଦର ପାଖାପାଖି ୨୭ ଟଙ୍କା କମି ପାରନ୍ତା ବୋଲି ବିଜେପି ଯୁକ୍ତି ରଖିଛି। ସଂଘୀୟ ବ୍ୟବସ୍ଥାରେ ଆପୋଷ ଆଲୋଚନା କରି ପଦକ୍ଷେପ ନେଲେ ସାଧାରଣ ଲୋକେ ଉପକୃତ ହୋଇପାରନ୍ତେ। କିନ୍ତୁ ତାହା ହୋଇପାରୁନି। କେବଳ ଦୋଷ ଲଦାଲଦିରେ ସମୟ ଯାଉଛି। ଲୋକଙ୍କ ଭାବପ୍ରବଣତା ସହ ଖେଳି ଦୋଷାରୋପ ରାଜନୀତି କରିବା ଏ ରାଜନୈତିକ ଦଳଙ୍କ ଅଭ୍ୟାସ ପାଲଟି ଯାଇଛି।

ଲୋକଙ୍କ ମନରେ ପ୍ରଶ୍ନ, ଦେଶର ପ୍ରଧାନସେବକ କାହିଁକି ଦରବୃଦ୍ଧି ରୋକିବା ଦିଗରେ କିଛି ପଦକ୍ଷେପ ନେଉ ନାହାଁନ୍ତି ? ବାସ୍ତବ କଥା ହେଲା, ପେଟ୍ରୋଲ ଡିଜେଲର ଦର ସଂପୂର୍ଣ୍ଣ ଭାବେ ଅନ୍ତର୍ଜାତୀୟ ବଜାର ଦ୍ୱାରା ନିୟନ୍ତ୍ରଣ ହୋଇଥାଏ। ତେବେ ଏ କଥା ସତ ଯେ, ଯେହେତୁ ପେଟ୍ରୋଲିୟମ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ନେତା, ତେଣୁ ତାଙ୍କୁ ଅଡୁଆରେ ପକାଇବାକୁ ବିଜେଡି ସବୁବେଳେ ଅଣ୍ଟା ଭିଡ଼ି ବସିଛି।

ଏ କଥା ସତ ଯେ, ପେଟ୍ରୋଲିୟମ ମନ୍ତ୍ରାଳୟକୁ କେବଳ ତୈଳ କାରବାର ଭିତରେ ସୀମିତ ନରଖି, ଏହାକୁ ବହୁମୁଖୀ କରିବାରେ ମୋଦି ସରକାର ଓ ଧର୍ମେନ୍ଦ୍ରଙ୍କର ନିଶ୍ଚିତ କିଛି ଭୂମିକା ରହିଛି। ପହଲ ଉଜ୍ଜଳା ଭଳି ଯୋଜନା ଦ୍ୱାରା ଲୋକେ ଲାଭବାନ ହୋଇଛନ୍ତି। ପାଇପ  ଯୋଗେ ଗ୍ୟାସ ଯୋଗାଣ ନିଶ୍ଚିତ ଭାବେ ନୂଆ ପଦକ୍ଷେପ। ମୋଦି ଓଡ଼ିଶାକୁ ପୂର୍ବ-ଭାରତରେ ବିକାଶର ପ୍ରୟୋଗଶାଳା କରିବେ ବୋଲି ଯେଉଁ ରଣହୁଙ୍କାର ଦେଇଛନ୍ତି, ତାହା ତୈଳ ମନ୍ତ୍ରାଳୟ ଓ ଧର୍ମେନ୍ଦ୍ରଙ୍କ କାନ୍ଧରେ କାର୍ଯ୍ୟକାରୀ ହେଉଛି। ଏହାଦ୍ୱାରା ଧର୍ମେନ୍ଦ୍ରଙ୍କ ପ୍ରଭାବ ସ୍ୱଭାବିକ ଭାବେ ବଢୁଛି। ଯାହା ବିଜେଡି କେବେ ଚାହିଁବ ନାହିଁ।

ଏହା ପୂର୍ବରୁ ସେପ୍ଟେମ୍ୱରରେ ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ଓଡ଼ିଶା ବନ୍ଦ କରିଥିଲା ବିଜେଡି। ସେତେବେଳେ ସାଧାରଣ ଲୋକେ ହଇରାଣ ହୋଇଥିଲେ। ତେଣୁ ପ୍ରତିବାଦ ଏକପ୍ରକାର ବୁମେରାଂ ହୋଇଥିଲା। ସେଥିପାଇଁ ଏଥର ଶାନ୍ତିପୂର୍ଣ୍ଣ ଆନ୍ଦୋଳ କରିଛି। ହିସାବ ଅନୁଯାୟୀ, ରାଜ୍ୟ ସରକାର ପେଟ୍ରୋଲ ଲିଟର ପିଛା ପାଉଛନ୍ତି ୨୯.୨୮ ଟଙ୍କା। ଡିଜେଲରେ ୨୫.୬୪ ଭାଟ୍‌ ନେଉଛନ୍ତି। କେନ୍ଦ୍ରକୁ ଦୋଷ ଦେବା ବଦଳରେ ରାଜ୍ୟବାସୀଙ୍କ ଦୁଃଖ ଲାଘବ କରିବାକୁ ନବୀନ ସରକାର ଆଗେଇ ଆସିବା ଦରକାର ବୋଲି ବିଜେପି କହିଛି। ୟୁପିଏ ସରକାର ଅମଳରେ ଯେତେବେଳେ ପଟ୍ରୋଲ ଡିଜେଲ ଦରବୃଦ୍ଧି ହେଉଥିଲା, ତାହା ରିହାତି ଦରରେ ଆସୁଥିଲା। କିନ୍ତୁ ବର୍ଦ୍ଧିତ ମାତ୍ରାରେ ଦର ଥିଲାବେଳେ, ରିହାତି କିପରି ସମ୍ଭବ ହେଉଥିଲା ତାହା ଏକ ଅସମାହିତ ପ୍ରଶ୍ନ?

ବିଶେଷଜ୍ଞଙ୍କ ମତରେ, ଏବେ ମୋଦି ସରକାର ତୈଳଦରରେ ହାତ ମାରି ଦେଶର ଅର୍ଥନୀତି ଉପରେ ଅଧିକ ଚାପ ପକାଇବାକୁ ଚାହିଁବନି। ପେଟ୍ରୋଲିୟମ ପ୍ରଡକ୍ଟକୁ ଜିଏସଟି ପରିସରକୁ ଆଣିଲେ ୧୬ ପ୍ରତିଶତ ଦର ହ୍ରାସ ପାଇବ। କିନ୍ତୁ ଓଡ଼ିଶା ଭଳି ଅନ୍ୟକିଛି ରାଜ୍ୟ ଏଥିରେ  ସହମତ ନୁହଁନ୍ତି। ବରଂ ବିଜେଡି ନେତାଏ ଯୁକ୍ତି କରୁଛନ୍ତି, ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଭାଟ୍ ପରିମାଣ ଖୁବ୍ କମ୍। କିନ୍ତୁ ଭାଟ୍ ଛାଡ଼ ପାଇଁ ରାଜି ନୁହେଁ। ବିଜେପିର ଯୁକ୍ତି, ଓଡ଼ିଶା ସରକାର ଲୋକଙ୍କୁ ଖୁସି କରିବାକୁ ଅନେକ ଟଙ୍କା ଖର୍ଚ୍ଚ କରି ମାଗଣା ଯୋଜନା ସବୁ କରୁଛନ୍ତି। ସେଇ ଯୋଜନା ଭିତରେ ପେଟ୍ରୋଲ୍‌ ଉପରୁ ଭାଟ୍ ଛାଡ଼ ବ୍ୟବସ୍ଥା ବି କରନ୍ତୁ। କିନ୍ତୁ ତାହା ହେବନି। ବିଜେଡି-ବିଜେପି କଳି ଭିତରେ ଏବେ ସାଧାରଣ ଲୋକେ ଯାହା ହନ୍ତସନ୍ତ ହେବା ସାର ହେଉଛି।

Phone: 7008462886

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos