‘ଓଟିଭି’କୁ ଅତିଥି ହୋଇ ଆସିଥିବା ବେଳେ କ’ଣ କହିଥିଲେ ଜେଟ୍‌ଲୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଆଉ ନାହାନ୍ତି ବିଜେପିର ସଙ୍କଟମୋଚକ । ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଆଜି ପରଲୋକ ହୋଇଯାଇଛି। ଜଣେ ତୁଙ୍ଗନେତାକୁ ହରାଇ ଆଜି ସମସ୍ତେ ମର୍ମାହତ। ତେବେ ସେ କେନ୍ଦ୍ର ମନ୍ତ୍ରୀଥିବା ବେଳେ ଓଟିଭିର ଏକ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ହୋଇ ଆସିଥିଲେ। ୨୦୧୭ରେ ଓଟିଭିର ୨୦ ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ସେ ଯୋଗଦେଇ ଥିଲେ। ତେବେ ସେତେବେଳେ ସେ କ’ଣ କହିଥିଲେ ତାଙ୍କ ବକ୍ତବ୍ୟର କିଛି […]

p-38

Tapas Behera
  • Published: Saturday, 24 August 2019
  • , Updated: 24 August 2019, 07:12 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଆଉ ନାହାନ୍ତି ବିଜେପିର ସଙ୍କଟମୋଚକ । ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଆଜି ପରଲୋକ ହୋଇଯାଇଛି। ଜଣେ ତୁଙ୍ଗନେତାକୁ ହରାଇ ଆଜି ସମସ୍ତେ ମର୍ମାହତ। ତେବେ ସେ କେନ୍ଦ୍ର ମନ୍ତ୍ରୀଥିବା ବେଳେ ଓଟିଭିର ଏକ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ହୋଇ ଆସିଥିଲେ। ୨୦୧୭ରେ ଓଟିଭିର ୨୦ ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ସେ ଯୋଗଦେଇ ଥିଲେ। ତେବେ ସେତେବେଳେ ସେ କ’ଣ କହିଥିଲେ ତାଙ୍କ ବକ୍ତବ୍ୟର କିଛି ଅଂଶକୁ ଉଦ୍ଧୃତ କରି ଆମେ ଏଠାରେ ପ୍ରକାଶ କରୁଛୁ। ସେ କହିଥିଲେ ଯେ,

ଜାଣିବାର ଅଧିକାର ହେଉଛି ବାକ ସ୍ୱାଧୀନତାର ଅଂଶବିଶେଷ। ସବୁ ଖବର ଜାଣିବାର ଅଧିକାର ଲୋକଙ୍କର ରହିଛି। ଏ ଦିଗରେ ଜାତୀୟ ଗଣମାଧ୍ୟମ ସନ୍ତୁଳନ ରକ୍ଷା କରି ପାରୁ ନାହାନ୍ତି। କିନ୍ତୁ ଆଞ୍ଚଳିକ ଗଣମାଧ୍ୟମ ଏ ସମ୍ବନ୍ଧରେ ସନ୍ତୁଳନ ରକ୍ଷା କରୁଛନ୍ତି। ସେ କହିଥିଲେ ଯେ, ଏକ ଚ୍ୟାନେଲ୍‌ର ବିଶ୍ୱସନୀୟତା ଦର୍ଶକଙ୍କୁ ବାନ୍ଧି ରଖେ। ଓଟିଭି ଗତ ୨୦ ବର୍ଷ ହେବ ସାରା ବିଶ୍ୱରେ ଥିବା ଓଡ଼ିଆଙ୍କ ମଧ୍ୟରେ ଏହି ବିଶ୍ୱସନୀୟତା ସୃଷ୍ଟି କରିପାରିଛି।”

https://youtu.be/vVFGG9niW-0

Related story