ବିବାଦରେ ଅରୁଣ ସାହୁ  ,ପଢନ୍ତୁ ତାଙ୍କର କିଛି ଚର୍ଚ୍ଚିତ ପୁରୁଣା ଘଟଣା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ ଚର୍ଚ୍ଚାରେ ନୟାଗଡ଼ର ବିଜେଡି ବିଧାୟକ ଅରୁଣ ସାହୁ। ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ନେତାଙ୍କୁ  ଅରୁଣ ସାହୁ ୭୦ରୁ ଅଧିକ ଉଠ୍‌ବସ୍‌ କରିଥିବା ଅଭିଯୋଗ ଆସିବା ପରେ ଏହାକୁ ସାରା ରାଜ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି ।  ଖାଲି ସେତିକି ନୁହଁ ରାଜ୍ୟରାଜନୀତିରେ ମଧ୍ୟ ଏହି ପ୍ରସଙ୍ଗକୁ  ନେଇ ହଇଚଇ ସୃଷ୍ଟି ହୋଇଛି। ଛାତ୍ର ସଂସଦ ସଭାପତି ତୁଷାର ନାୟକ ବିଶ୍ୱବିଦ୍ୟାଳୟର ସମସ୍ୟା ବିଷୟରେ କହିବାକୁ […]

maxresdefault

Rakesh Mallick
  • Published: Friday, 01 June 2018
  • , Updated: 01 June 2018, 06:47 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ ଚର୍ଚ୍ଚାରେ ନୟାଗଡ଼ର ବିଜେଡି ବିଧାୟକ ଅରୁଣ ସାହୁ। ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ନେତାଙ୍କୁ  ଅରୁଣ ସାହୁ ୭୦ରୁ ଅଧିକ ଉଠ୍‌ବସ୍‌ କରିଥିବା ଅଭିଯୋଗ ଆସିବା ପରେ ଏହାକୁ ସାରା ରାଜ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି ।  ଖାଲି ସେତିକି ନୁହଁ ରାଜ୍ୟରାଜନୀତିରେ ମଧ୍ୟ ଏହି ପ୍ରସଙ୍ଗକୁ  ନେଇ ହଇଚଇ ସୃଷ୍ଟି ହୋଇଛି। ଛାତ୍ର ସଂସଦ ସଭାପତି ତୁଷାର ନାୟକ ବିଶ୍ୱବିଦ୍ୟାଳୟର ସମସ୍ୟା ବିଷୟରେ କହିବାକୁ ଯାଇଥିବା ବେଳେ ତାଙ୍କ ପାଇଁ ଏମିତି ମହଙ୍ଗା ପଡ଼ିଲା ବୋଲି ସେ ଅଭିଯୋଗ ଆଣିଛନ୍ତି। ତେବେ ଉଠ୍‌ବସ୍ ପ୍ରତିବାଦରେ ଏବିଭିପି ଏବଂ କଂଗ୍ରେସ ଛାତ୍ର ନେତାମାନେ ଅରୁଣଙ୍କ କୁଶପୁତ୍ତଳିକା ଦାହ କକରିବା ସହ ତାଙ୍କୁ ମୟୁରଭଞ୍ଜରେ ପୁରାଇ ଦିବା ଯିବ ନାହିଁ ବୋଲି ଚେତାବନୀ  ଦେଇଛନ୍ତି। ସେପଟେ ଅରୁଣ ସାହୁ ଏହା ଉପରେ ପ୍ରତିକ୍ରୀୟା ରଖି କହିଛନ୍ତି ଯେ, ମୁଁ କେବଳ ବ୍ୟାୟାମ ପାଇଁ କହିଥିଲି। ତେବେ ଏହି ଗୋଟିଏ ଘଟଣା ନୁହଁ  ଆଗରୁ ଅନେକ ଥର ଏମିତି ବିବାଦଘେରକୁ ଆସିଛନ୍ତି ଅରୁଣ ସାହୁ।  ତେବେ ଆସନ୍ତୁ  ଜାଣିବା ପୂର୍ବରୁ କେଉଁ କେଉଁ ଘଟଣାରେ ଅରୁଣ ସାହୁ ଚର୍ଚ୍ଚାରେ ଆସିଛନ୍ତି।

ବିଜେପୁର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଲୋଭନ

ଗତ ଫେବୃଆରୀମାସରେ ବରଗଡ଼ ଜିଲ୍ଲାର ବିଜେପୁରରେ ଉପନିର୍ବାଚନ ହୋଇଥିଲା।  କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ଏଠି ଉପନିର୍ବାଚନ ହୋଇଥିଲା।  ତେବେ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ବେଳେ ବିଧାୟକ ଅରୁଣ ସାହୁ ଏକ ସଭାରେ ଯୋଗ ଦେଇ ଭୋଟରଙ୍କୁ ପ୍ରଲୋଭିତ କରିଥିବା ଅଭିଯୋଗ ହୋଇଥିଲା।  ସଭାରେ ଅରୁଣ ସାହୁ ପ୍ୟାକେଜ ଘୋଷଣା କରିଥିଲେ।  କହିଥିଲେ ଯେଉଁ ଗାଁ ଅଧିକ ଲିଡ ଦେବ ସେହି ଗାଁକୁ ଅଧିକ ପୁରସ୍କାର ମିଳିବ । ଭାଷଣରେ ଅରୁଣ କହିଥିଲେ ଯେ, କଥା ଦେଉଛି ଯେଉଁ ଗାଁ ଯେତେ ଅଧିକା ଲିଡ୍ ଦେବ ସେହି ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଅଧିକ ପୁରସ୍କୃତ କରାହେବ । ଅରୁଣଙ୍କ ଏମିତି ପ୍ୟାକେଜ ଘୋଷଣାକୁ ନେଇ ସେତେବଳେ ଖୁବ୍‌ ତୁମ୍ଭିତୋଫାନ ହୋଇଥିଲା। ଅରୁଣ ସାହୁ ଏମିତି ଲୋଭ ଦେଖାଇ ସେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ବିରୋଧୀ ଅଭିଯୋଗ ଆଣିଥିଲେ।  କେହି କେହି ଭୋଟ ନାମରେ ଏହା ଲୋକଙ୍କୁ ଏକ ପ୍ରକାର ଧମକ ବୋଲି କହିଥିଲେ।

ବମିଖାଲ ଓଭରବ୍ରିଜ୍‌

ଗତ ସେପ୍ଟେମମ୍ବର ମାସରେ ଭୁବନେଶ୍ୱରର ବମିଖାଲ ଓଭର ବ୍ରିଜ୍‌ ନିର୍ମାଣାଧୀନ ଅବସ୍ଥାରେ ଭୁଶୁଡ଼ି ପଡ଼ିଥିଲା।  ଏଥିରେ ଜଣକର ମୃତ୍ୟୁ ଘଟିଥିଲା। ତେବେ ବମିଖାଲ ଓଭର ବ୍ରିଜ୍‌କୁ ଠିକା ନେଇଥିବା ପଣ୍ଡା ଇନ୍‌ ଫ୍ରା ସଂସ୍ଥାରେ ଅରୁଣଙ୍କ ଟଙ୍କା  ଲାଗିଥିବା ସେତେବଳେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଅଭିଯୋଗ ଆଣିଥିଲେ । ଅରୁଣ ଆଇନ ମନ୍ତ୍ରୀ ଥିବା ବେଳେ ତାଙ୍କର ଟଙ୍କା ପଣ୍ଡା ଇନ୍‌ ଫ୍ରା ସଂସ୍ଥାରେ ଲାଗିଥିବା ଅଭିଯୋଗ ହୋଇଥିଲା। ତେଣୁ ତାଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ।

ଆସିଥିଲା ମାଡ଼ ଅଭିଯୋଗ

ବିଧାୟକ ହେବା ପୂର୍ବରୁ ଅରୁଣ ସାହୁ  ଉତ୍କଳ ବିଶ୍ୱବିଦ୍ୟାଳୟରେ ପଢୁଥିଲା ବେଳେ ତାଙ୍କ ନାମରେ ମାଡ଼ ଅଭିଯୋଗ ଆସିଥିଲା।  ୧୯୯୧, ଡିସେମ୍ବର ୩ରେ ଏନେଇ  ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଶ୍ରୀ ସାହୁ ଓ ଅନ୍ୟ କେତେକ ବ୍ୟକ୍ତିଙ୍କ ନେତୃତ୍ୱରେ ଦୁଇ ଶହରୁ ଅଧିକ ଛାତ୍ର ବେଆଇନ ଭାବେ କ୍ୟାମ୍ପସରେ ସମ୍ମିଳିତ ହୋଇଥିଲେ। ଏକତ୍ରିତ ହୋଇଥିବା ବ୍ୟକ୍ତିମାନେ ଅପରାଧିକ ଷଡଯନ୍ତ୍ରରେ ସାମିଲ ଥିଲେ ବୋଲି ଅଭିଯୋଗ ଆସିବା ସହ ମାମଲା ହାଇକୋର୍ଟକୁ ଯାଇଥିଲା। ତେବେ ଗତ ନଭେମ୍ବର ମାସରେ ହାଇକୋର୍ଟ ଏହି ମାମଲାକୁ ରଦ୍ଦ କରିଦେଇଥିଲେ।

Related story