ଦୂତୀଙ୍କ ଆଣ୍ଡ୍ରୋଜେନ ହରମୋନ୍ ପ୍ରସଙ୍ଗ ରି-ଓପନ୍ କଲା ଆନ୍ତର୍ଜାତିୟ ଆଥଲେଟିକ୍ସ ମହାସଂଘ

ଭୁବନେଶ୍ୱର: ଧାବିକା ଦୂତୀ ଚାନ୍ଦଙ୍କ ଆଣ୍ଡ୍ରୋଜେନ ହରମୋନ୍ ପ୍ରସଙ୍ଗକୁ ନେଇ କୋର୍ଟ ଅଫ୍ ଆର୍ବିଟ୍ରେସନ ଫର୍ ସ୍ପୋର୍ଟସରେ ମାମଲା ରି-ଓପନ୍ କଲା ଆନ୍ତର୍ଜାତିୟ ଆଥଲେଟିକ୍ସ ମହାସଂଘ। କୌଣସି ମହିଳା ଆଥ୍‌ଲେଟିକ୍‌ଙ୍କ ଶରୀରରେ ଅଧିକ ଆଣ୍ଡ୍ରୋଜେନ୍ ହରମୋନ୍ ରହିଲେ ଏହା ତାଙ୍କୁ କିଭଳି ଅନ୍ୟ ଆଥ୍‌ଲେଟିକ୍‌ଙ୍କ ତୁଳନାରେ ଫାଇଦା ଦେଇଥାଏ, ସେନେଇ ତଥ୍ୟ ଦେବାକୁ କୋର୍ଟ IAAFକୁ କହିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଣ୍ଡ୍ରୋଜେନ୍ ସଂପର୍କିତ ତଥ୍ୟ ଦିଆଯାଇଥିବା IAAF ସଭାପତି ସାବାଷ୍ଟିଆନ୍ କୋଏ କହିଛନ୍ତି। ଏସିଆନ ଆଥଲେଟିକ୍ସ […]

dutii

Rakesh Mallick
  • Published: Tuesday, 04 July 2017
  • , Updated: 04 July 2017, 10:30 PM IST

ଭୁବନେଶ୍ୱର: ଧାବିକା ଦୂତୀ ଚାନ୍ଦଙ୍କ ଆଣ୍ଡ୍ରୋଜେନ ହରମୋନ୍ ପ୍ରସଙ୍ଗକୁ ନେଇ କୋର୍ଟ ଅଫ୍ ଆର୍ବିଟ୍ରେସନ ଫର୍ ସ୍ପୋର୍ଟସରେ ମାମଲା ରି-ଓପନ୍ କଲା ଆନ୍ତର୍ଜାତିୟ ଆଥଲେଟିକ୍ସ ମହାସଂଘ। କୌଣସି ମହିଳା ଆଥ୍‌ଲେଟିକ୍‌ଙ୍କ ଶରୀରରେ ଅଧିକ ଆଣ୍ଡ୍ରୋଜେନ୍ ହରମୋନ୍ ରହିଲେ ଏହା ତାଙ୍କୁ କିଭଳି ଅନ୍ୟ ଆଥ୍‌ଲେଟିକ୍‌ଙ୍କ ତୁଳନାରେ ଫାଇଦା ଦେଇଥାଏ, ସେନେଇ ତଥ୍ୟ ଦେବାକୁ କୋର୍ଟ IAAFକୁ କହିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଣ୍ଡ୍ରୋଜେନ୍ ସଂପର୍କିତ ତଥ୍ୟ ଦିଆଯାଇଥିବା IAAF ସଭାପତି ସାବାଷ୍ଟିଆନ୍ କୋଏ କହିଛନ୍ତି। ଏସିଆନ ଆଥଲେଟିକ୍ସ ଚାମ୍ପିୟନସିପ୍ ପାଇଁ ଭୁବନେଶ୍ୱର ଆସିଥିବା ଅବସରରେ ସେ ଏହି ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ଦୂତୀଙ୍କ ଉପରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସେହିପରି ଯୋଗ୍ୟତା ଅର୍ଜନ କଲେ ଦୂତୀ ଲଣ୍ଡନ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପ୍‌ରେ ଭାଗ ନେଇ ପାରିବେ। ୨୦୧୭ ଜୁଲାଇ ସୁଦ୍ଧା ଆଣ୍ଡ୍ରୋଜେନ୍ ସଂପର୍କିତ ରିପୋର୍ଟ ଦେବାକୁ କୋର୍ଟ IAAFକୁ କହିଥିଲେ। ଯଦି ତଥ୍ୟ ସନ୍ତୋଷଜନକ ନହୁଏ ତେବେ କୋର୍ଟ ଆଣ୍ଡ୍ରୋଜେନ୍ କଟକଣାକୁ ଉଠାଇ ଦେଇପାରନ୍ତି।

Related story