‘ଅସାନି’ ଏବେ ଦୁର୍ବଳ ହେବ, ପାର୍‌ କରିସାରିଛି ତୀବ୍ରସ୍ତର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୀଷଣ ବାତ୍ୟା ‘ଅସାନି’ ସମୁଦ୍ର ମଧ୍ୟରେ ସବୁଠାରୁ ତୀବ୍ର ସ୍ତର ଅତିକ୍ରମ କରିସାରିଛି।  ଏହା ଏବେ ଧୀରେ ଧୀରେ ଦୁର୍ବଳ ହେବ । ଏହି ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ସେ କହିଛନ୍ତି, ଆଜି ସନ୍ଧ୍ୟାରେ ‘ଅସାନି’ ଆନ୍ଧ୍ର ଉପକୂଳ ନିକଟବର୍ତ୍ତୀ ହୋଇ ଦିଗ ବଦଳାଇବ ।  ଏହା ସହ ଆସନ୍ତାକାଲିଠୁ ଓଡ଼ିଶା ଉପକୂଳ ସମାନ୍ତରାଳରେ ଗତି କରିବ । ଏହି ସମୟରେ ଓଡ଼ିଶା […]

cyclone

Niharika Rout
  • Published: Tuesday, 10 May 2022
  • , Updated: 10 May 2022, 03:25 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୀଷଣ ବାତ୍ୟା ‘ଅସାନି’ ସମୁଦ୍ର ମଧ୍ୟରେ ସବୁଠାରୁ ତୀବ୍ର ସ୍ତର ଅତିକ୍ରମ କରିସାରିଛି।  ଏହା ଏବେ ଧୀରେ ଧୀରେ ଦୁର୍ବଳ ହେବ । ଏହି ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

ସେ କହିଛନ୍ତି, ଆଜି ସନ୍ଧ୍ୟାରେ ‘ଅସାନି’ ଆନ୍ଧ୍ର ଉପକୂଳ ନିକଟବର୍ତ୍ତୀ ହୋଇ ଦିଗ ବଦଳାଇବ ।  ଏହା ସହ ଆସନ୍ତାକାଲିଠୁ ଓଡ଼ିଶା ଉପକୂଳ ସମାନ୍ତରାଳରେ ଗତି କରିବ । ଏହି ସମୟରେ ଓଡ଼ିଶା ଉପକୂଳ ସମୁଦ୍ରରେ ୪୦ରୁ ୬୦ କିମି ପବନ ବହିପାରେ । ଉପକୂଳ ଜିଲ୍ଲାମାନଙ୍କରେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।

୧୨ ତାରିଖ ବେଳକୁ ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ୭ ରୁ ୧୧ ସେମି ବର୍ଷା ହେବାର ସମ୍ଭାବନା ରହିଛି । କେତେକ ସ୍ଥାନରେ ମଧ୍ୟମ ଓ ସର୍ବାଧିକ ୭ରୁ ୧୧ ସେମି ବର୍ଷା ହୋଇପାରେ  । ‘ଅସାନି’ ପାଇଁ ଗୋପାଳପୁର ବନ୍ଦର ପାଇଁ  ୩ ନମ୍ବର ବିପଦ ସଂକେତ ଜାରି କରାଯାଇଥିବା ବେଳେ ପୁରୀ,  ଚାନ୍ଦବାଲି/ଧାମରା ଏବଂ  ପାରାଦ୍ୱୀପ ବନ୍ଦର  ପାଇଁ ୨ନମ୍ବର ବିପଦ ସଂକେତ ଜାରି କରାଯାଇଛି।

୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବା ନିମନ୍ତେ ମତ୍ସ୍ୟଜୀବୀଙ୍କ ଲାଗି କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ଏସଆରସି । କେହି ନିର୍ଦ୍ଦେଶ ଅମାନ୍ୟ କଲେ ବିପର୍ଯ୍ୟୟ ଆଇନରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ବାରଣ ସତ୍ତ୍ୱେ କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ଯାଉଥିବାରୁ ଏପରି ଚେତାବନୀ ଦେଇଛନ୍ତି ଏସଆରସି।

Related story