ଆସନ୍ତା ୧୦ ତାରିଖରେ ଭୁବନେଶ୍ୱରରେ ଅବତରଣ କରିବ ଅନ୍ତର୍ଜାତୀୟ ବିମାନ

ଭୁବନେଶ୍ୱର: ଆସନ୍ତା ୧୦ ତାରିଖ  ସକାଳ ୯ଟା ୫ରେ ଭୁବନେଶ୍ୱରରେ ପ୍ରଥମ କରି ଅବତରଣ କରିବ ଏୟାର ଇଣ୍ଡିଆର ସିଡ୍ୟୁଲ୍ ଅନ୍ତର୍ଜାତୀୟ ବିମାନ । ଭୁବନେଶ୍ୱର ବିମାନ ବନ୍ଦରର ଟି-୨ ଟର୍ମିନାଲରେ ଏୟାର ଇଣ୍ଡିଆର ଏ-୧୦୭୭ ସିଡ୍ୟୁଲ୍ ବିମାନ ଅବତରଣ କରିବା ନେଇ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପୂର୍ବରୁ ନୂଆଦିଲ୍ଲୀରୁ ଆସୁଥିବା ଘରୋଇ ଏୟାର ଇଣ୍ଡିଆ ବିମାନ ଏ-୧୮୭୭ ନାମ ପରିବର୍ତ୍ତନ କରି ଏ-୧୦୭୭ ନାଁରେ ଅନ୍ତର୍ଜାତୀୟ ବିମାନ ଭାବେ ଭୁବନେଶ୍ୱର ଆସିବ । […]

air-india

Rakesh Mallick
  • Published: Sunday, 05 July 2015
  • , Updated: 05 July 2015, 04:32 AM IST

ଭୁବନେଶ୍ୱର: ଆସନ୍ତା ୧୦ ତାରିଖ  ସକାଳ ୯ଟା ୫ରେ ଭୁବନେଶ୍ୱରରେ ପ୍ରଥମ କରି ଅବତରଣ କରିବ ଏୟାର ଇଣ୍ଡିଆର ସିଡ୍ୟୁଲ୍ ଅନ୍ତର୍ଜାତୀୟ ବିମାନ । ଭୁବନେଶ୍ୱର ବିମାନ ବନ୍ଦରର ଟି-୨ ଟର୍ମିନାଲରେ ଏୟାର ଇଣ୍ଡିଆର ଏ-୧୦୭୭ ସିଡ୍ୟୁଲ୍ ବିମାନ ଅବତରଣ କରିବା ନେଇ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପୂର୍ବରୁ ନୂଆଦିଲ୍ଲୀରୁ ଆସୁଥିବା ଘରୋଇ ଏୟାର ଇଣ୍ଡିଆ ବିମାନ ଏ-୧୮୭୭ ନାମ ପରିବର୍ତ୍ତନ କରି ଏ-୧୦୭୭ ନାଁରେ ଅନ୍ତର୍ଜାତୀୟ ବିମାନ ଭାବେ ଭୁବନେଶ୍ୱର ଆସିବ । ଏହି ବିମାନରେ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ଯାତ୍ରୀ ଆସିବେ । ଟି-୨ ଟର୍ମିନାଲରେ ଅନ୍ତର୍ଜାତୀୟ ଯାତ୍ରୀଙ୍କ କଷ୍ଟମ ଓ ଇମିଗ୍ରେସନ ଯାଞ୍ଚ କରାଯିବା ବେଳେ ଘରୋଇ ଯାତ୍ରୀଙ୍କୁ ଲଗଜରିୟସ ବସ୍ ଯୋଗେ ଟି-୧ ଟର୍ମିନାଲକୁ ନିଆଯିବ । ସେହିଭଳି ଅପରାହ୍ନ ୨ଟାରେ ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ବିମାନ ଏ-୧୮୭୪ ଭୁବନେଶ୍ୱର ଟି-୨ ଟର୍ମିନାଲରୁ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ନେଇ ଅନ୍ତର୍ଜାତୀୟ ବିମାନ ଏ-୧୦୭୮ ଭାବେ ଯାତ୍ରା କରିବ । ଏହି ସେବା ଆରମ୍ଭ ପରେ ବିଦେଶର ବିଭିନ୍ନ ପ୍ରାନ୍ତରୁ ନୂଆଦିଲ୍ଲୀ ଦେଇ ଆସୁଥିବା ଯାତ୍ରୀମାନେ କଷ୍ଟମ ଓ ଇମିଗ୍ରେସନ ନୂଆଦିଲ୍ଲୀରେ ଯାଞ୍ଚ ନ କରି ଭୁବନେଶ୍ୱରରେ କରିବେ। ସେହିଭଳି ଭୁବନେଶ୍ୱରରୁ ନୂଆଦିଲ୍ଲୀ ଦେଇ ବିଦେଶକୁ ଯାତ୍ରା କରୁଥିବା ଯାତ୍ରୀଙ୍କ କଷ୍ଟମ ଓ ଇମିଗ୍ରେସନ ଯାଞ୍ଚ ଭୁବନେଶ୍ୱରରେ ହେବା ନେଇ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Related story