ଆସନ୍ତାକାଲି ଦୀପାବଳୀ, ବାଣ ଦୋକାନରେ ଭିଡ଼

ଭୁବନେଶ୍ୱର: ଆଜିଠାରୁ ମା’ କାଳୀଙ୍କ ପୂଜା ଆରମ୍ଭ ହୋଇଛି। ଏଥିପାଇଁ ଭଦ୍ରକ ସମେତ ସାରା ରାଜ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ମା’ଙ୍କ ପୂଜା ଆଜି ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଆଲୋକର ପର୍ବ ଦୀପାବଳୀ ପାଳନ ହେବ। ଏଥିପାଇଁ ବାଣ ଓ ମିଠା ଦୋକାନରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳୁଛି। ଏହାସହ ଦୀପ ଦୋକାନରେ ମଧ୍ୟ ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହେଉଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏଥର ବାଣ ଦୋକାନ ଗୁଡିକ ଖୋଲା ସ୍ଥାନରେ ନିର୍ମାଣ କରାଯାଇଛି। […]

bana

Rakesh Mallick
  • Published: Saturday, 29 October 2016
  • , Updated: 30 October 2016, 07:11 AM IST

ଭୁବନେଶ୍ୱର: ଆଜିଠାରୁ ମା’ କାଳୀଙ୍କ ପୂଜା ଆରମ୍ଭ ହୋଇଛି। ଏଥିପାଇଁ ଭଦ୍ରକ ସମେତ ସାରା ରାଜ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ମା’ଙ୍କ ପୂଜା ଆଜି ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଆଲୋକର ପର୍ବ ଦୀପାବଳୀ ପାଳନ ହେବ। ଏଥିପାଇଁ ବାଣ ଓ ମିଠା ଦୋକାନରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳୁଛି। ଏହାସହ ଦୀପ ଦୋକାନରେ ମଧ୍ୟ ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହେଉଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏଥର ବାଣ ଦୋକାନ ଗୁଡିକ ଖୋଲା ସ୍ଥାନରେ ନିର୍ମାଣ କରାଯାଇଛି।

ଉରୀ ଆତଙ୍କୀ ଆକ୍ରମଣ ପରେ ଭାରତ ପାକିସ୍ତାନ ମଧ୍ୟରେ ବିବାଦ ବଢିଥିବା ବେଳେ ଚୀନ ପାକିସ୍ତାନକୁ ବିଭିନ୍ନ କ୍ଷେତ୍ରରେ ସମର୍ଥନ କରିବା ଭାରତୀୟଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ବିଭିନ୍ନ ସୋସିଆଲ ମିଡିଆରେ ଚାଇନା ବାଣ ବର୍ଜନ ପାଇଁ ଜୋରଦାର କ୍ୟାମ୍ପେନ ଚାଲିଥିବା ବେଳେ ଏହାର ପ୍ରଭାବ ବାଣ ବଜାର ଉପରେ ପଡ଼ିଛି। ଲୋକେ ଚାଇନା ବାଣ ଅପେକ୍ଷା ଦେଶୀ ବାଣ ଅଧିକ କିଣିବାକୁ ପସନ୍ଦ କରୁଛନ୍ତି।

Related story