ଆସନ୍ତା ୧୩ରେ ହୀରାକୁଦ ଡ୍ୟାମରୁ ଛଡାଯିବ ପ୍ରଥମ ବନ୍ୟାଜଳ
ସମ୍ୱଲପୁର: ଆସନ୍ତା ୧୩ ତାରିଖରେ ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟାଜଳ ଛଡାଯିବ । ଦିନ ୧୧ଟାରୁ ଗୋଟାଏ ମଧ୍ୟରେ ଜଳ ଛଡାଯିବ ବୋଲି ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ କହିଛନ୍ତି । ଏଥିପାଇଁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି। ଶନିବାର ସକାଳ ସୁଦ୍ଧା ହୀରାକୁଦ ଡ୍ୟାମରେ ୨ ଲକ୍ଷ ୧୪ ହଜାର ୩୨୭ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୨୦ ହଜାର ୩୯୨ କ୍ୟୁସେକ ଜଳ ନିଷ୍କାସିତ ହେଉଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।