ଆସନ୍ତାକାଲି ବସିବ ବିଜେପି ରାଜ୍ୟ ପଦାଧିକାରୀ ବୈଠକ

ଭୁବନେଶ୍ୱର: ଆସନ୍ତାକାଲି ବସିବ ବିଜେପିର ରାଜ୍ୟ ପଦାଧିକାରୀ ଓ ଜିଲ୍ଲା ପ୍ରଭାରୀଙ୍କ ବୈଠକ। ଦଳର ରାଜ୍ୟ ପ୍ରଭାରୀ ଅରୁଣ ସିଂ ଏହି ବୈଠକରେ ଯୋଗଦେବେ। କେନ୍ଦ୍ର ଅବହେଳା ନେଇ ରାଜ୍ୟ ସରକାର ଉଠାଉ ଥିବା ପ୍ରସଙ୍ଗର କିପରି ଜବାବ ଦିଆଯିବ ସେ ନେଇ ରୋଡ଼ମ୍ୟାପ୍‌ ପ୍ରସ୍ତୁତ କରାଯିବ। ବୈଠକରେ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେପି ଆନ୍ଦୋଳନକୁ ଜୋରଦାର କରିବାକୁ ଯୋଜନା ପ୍ରସ୍ତୁତ କରିବ। ବିଜେପି ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, “କେନ୍ଦ୍ରରୁ […]

bjp

Rakesh Mallick
  • Published: Saturday, 09 July 2016
  • , Updated: 10 July 2016, 08:31 AM IST

ଭୁବନେଶ୍ୱର: ଆସନ୍ତାକାଲି ବସିବ ବିଜେପିର ରାଜ୍ୟ ପଦାଧିକାରୀ ଓ ଜିଲ୍ଲା ପ୍ରଭାରୀଙ୍କ ବୈଠକ। ଦଳର ରାଜ୍ୟ ପ୍ରଭାରୀ ଅରୁଣ ସିଂ ଏହି ବୈଠକରେ ଯୋଗଦେବେ। କେନ୍ଦ୍ର ଅବହେଳା ନେଇ ରାଜ୍ୟ ସରକାର ଉଠାଉ ଥିବା ପ୍ରସଙ୍ଗର କିପରି ଜବାବ ଦିଆଯିବ ସେ ନେଇ ରୋଡ଼ମ୍ୟାପ୍‌ ପ୍ରସ୍ତୁତ କରାଯିବ।

ବୈଠକରେ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେପି ଆନ୍ଦୋଳନକୁ ଜୋରଦାର କରିବାକୁ ଯୋଜନା ପ୍ରସ୍ତୁତ କରିବ।

ବିଜେପି ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, “କେନ୍ଦ୍ରରୁ ଆସିଥିବା ଅର୍ଥକୁ ରାଜ୍ୟ ସରକାର ବିନିଯୋଗ କରିପାରୁ ନ ଥିବାରୁ ତାହା ଫେରି ଯାଉଛି। ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ରାଜ୍ୟ ସରକାର ଓ କ୍ରାଇମବ୍ରାଞ୍ଚ ଯେଉଁ ଘଟଣାର ତଦନ୍ତ କରୁଛନ୍ତି, ତାହା ଆଗକୁ ନାହିଁ। ଏସବୁ ପ୍ରସଙ୍ଗ ଆସନ୍ତାକାଲି ଆଲୋଚନା କରିବୁ।”

Related story