ଆସନ୍ତାକାଲି ଓଡିଶା ଆସୁଛନ୍ତି ୪ କେନ୍ଦ୍ରମନ୍ତ୍ରୀ

PicMonkey Collage 1

Rakesh Mallick
  • Published: Wednesday, 08 July 2015
  • , Updated: 08 July 2015, 11:02 AM IST

ଭୁବନେଶ୍ୱର: ଗୁରୁବାର ୪ଜଣ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଆସୁଛନ୍ତି । ଏହି ଅବସରରେ ସେମାନେ ନବକଳେବର ଭିତ୍ତିଭୂମି ସମ୍ପର୍କିତ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବେ । ଗତ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ୧୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପର ଉଦଘାଟନ ପରେ କେନ୍ଦ୍ରମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଆସନ୍ତାକାଲି ଅପରାହ୍ନ ସାଢେ ୪ଟାରେ ପିପିଲି ନିକଟରେ ଏନଏଚ୍ ୨୦୩ ବାଇପାସର ଲୋକାର୍ପଣ କରିବେ । ଏହି ଅବସରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ । ସେହିପରି ଟେଲିକମ୍ ଓ ସୂଚନା ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ ରବିଶଙ୍କର ପ୍ରସାଦ ଦିନ ୧ଟା ବେଳେ ପୁରୀରେ ବିଏସଏନଏଲର ୱାଇଫ।ଇ ସେବା ଲୋକାର୍ପଣ କରିବେ । ଏହାସହ ରାଜ୍ୟରେ ଚାଲିଥିବା ପୋଷ୍ଟାଲ, ବିଏସଏନଏଲ୍ ଓ ଆଇଟି କାର୍ଯ୍ୟର ସମୀକ୍ଷା କରିବେ।

Related story