ଆସନ୍ତାକାଲିଠାରୁ ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନରେ ରାଜସୁନାଖଳା ପର୍ଯ୍ୟନ୍ତ ଚାଲିବ ଟ୍ରେନ୍

ଖୋର୍ଦ୍ଧା: ଆସନ୍ତାକାଲିଠାରୁ ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନରେ ରାଜସୁନାଖଳା ପର୍ଯ୍ୟନ୍ତ ଚାଲିବ ଟ୍ରେନ୍।  ଖୋର୍ଧା ରୋଡ ବେଗୁନିଆ ଖୋର୍ଧା ପାସେଞ୍ଜର ଟ୍ରେନକୁ ରାଜସୁନାଖଳା ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ବେଗୁନିଆ ଓ ରାଜସୁନାଖଳା ରେଳଲାଇନ କାମ ଚାଲୁରହିଥିବାରୁ ଯାତ୍ରୀଙ୍କ ସୁବିଧା ନିମନ୍ତେ ଏହି ପଦକ୍ଷେପ ନିଆଯାଇଥିବା ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି। ଖୋର୍ଦ୍ଧା ରୋଡ-ରାଜସୁନାଖଳା ପ୍ୟାସେଞ୍ଜର ଟ୍ରେନ୍ ସକାଳ ୬ଟା ୪୫ ମିନିଟ୍,  ସନ୍ଧ୍ୟା ୭ଟା ୩୫ ମିନିଟରେ  ରାଜସୁନାଖଳା ଅଭିମୁଖେ ଯିବ। ସେହିପରି ଏହା ଭୋର ୫ଟାରେ ଏବଂ  […]

rajsunakhala

Rakesh Mallick
  • Published: Monday, 02 November 2015
  • , Updated: 02 November 2015, 05:05 AM IST

ଖୋର୍ଦ୍ଧା: ଆସନ୍ତାକାଲିଠାରୁ ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନରେ ରାଜସୁନାଖଳା ପର୍ଯ୍ୟନ୍ତ ଚାଲିବ ଟ୍ରେନ୍।  ଖୋର୍ଧା ରୋଡ ବେଗୁନିଆ ଖୋର୍ଧା ପାସେଞ୍ଜର ଟ୍ରେନକୁ ରାଜସୁନାଖଳା ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ବେଗୁନିଆ ଓ ରାଜସୁନାଖଳା ରେଳଲାଇନ କାମ ଚାଲୁରହିଥିବାରୁ ଯାତ୍ରୀଙ୍କ ସୁବିଧା ନିମନ୍ତେ ଏହି ପଦକ୍ଷେପ ନିଆଯାଇଥିବା ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି। ଖୋର୍ଦ୍ଧା ରୋଡ-ରାଜସୁନାଖଳା ପ୍ୟାସେଞ୍ଜର ଟ୍ରେନ୍ ସକାଳ ୬ଟା ୪୫ ମିନିଟ୍,  ସନ୍ଧ୍ୟା ୭ଟା ୩୫ ମିନିଟରେ  ରାଜସୁନାଖଳା ଅଭିମୁଖେ ଯିବ। ସେହିପରି ଏହା ଭୋର ୫ଟାରେ ଏବଂ  ସକାଳ ୮ଟା ୨୫ ମିନିଟରେ ରାଜସୁନାଖଳାରୁ ଛାଡ଼ିବ।

Related story