ଆସନ୍ତା ୨୬ରେ ଭୁବନେଶ୍ୱରରେ ଏଭିବିପିର ୪ଦିନିଆ ରାଷ୍ଟ୍ରୀୟ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ଭୁବନେଶ୍ୱରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏଭିବିପି)ର ୪ଦିନିଆ ରାଷ୍ଟ୍ରୀୟ ଅଧିବେଶନ ଅନୁଷ୍ଠିତ ହେବ। ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ୨ହଜାରରୁ ଊର୍ଦ୍ଧ୍ୱ କର୍ମକର୍ତ୍ତା ସାମିଲ ହେବେ। ଏଥିପାଇଁ ସଂଗଠନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ସୋମବାର ସନ୍ଧ୍ୟାରେ ଏବିଭିପିର ରାଷ୍ଟ୍ରୀୟ ସଭାପତି ନଗେଶ ଠାକୁର ଏବଂ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀହରି ଭୁବନେଶ୍ୱରରେ ପହଞ୍ଚିଥିଲେ। ସଂଗଠନ ପକ୍ଷରୁ ସେମାନଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ଭୁବନେଶ୍ୱରରେ ଏକ ବାଇକ୍ ରାଲିର […]

bhu

Rakesh Mallick
  • Published: Tuesday, 24 November 2015
  • , Updated: 24 November 2015, 10:38 AM IST

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ଭୁବନେଶ୍ୱରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏଭିବିପି)ର ୪ଦିନିଆ ରାଷ୍ଟ୍ରୀୟ ଅଧିବେଶନ ଅନୁଷ୍ଠିତ ହେବ। ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ୨ହଜାରରୁ ଊର୍ଦ୍ଧ୍ୱ କର୍ମକର୍ତ୍ତା ସାମିଲ ହେବେ। ଏଥିପାଇଁ ସଂଗଠନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ସୋମବାର ସନ୍ଧ୍ୟାରେ ଏବିଭିପିର ରାଷ୍ଟ୍ରୀୟ ସଭାପତି ନଗେଶ ଠାକୁର ଏବଂ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀହରି ଭୁବନେଶ୍ୱରରେ ପହଞ୍ଚିଥିଲେ। ସଂଗଠନ ପକ୍ଷରୁ ସେମାନଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ଭୁବନେଶ୍ୱରରେ ଏକ ବାଇକ୍ ରାଲିର ଆୟୋଜନ ହୋଇଥିଲା। ଅଧିବେଶନରେ ଶିକ୍ଷା, ମହିଳାଙ୍କ ସମସ୍ୟା ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ।

Related story