ଆସନ୍ତାକାଲିଠୁ ସାନଖେମୁଣ୍ଡି ବ୍ଲକରୁ ଆରମ୍ଭ ହେବ ବିଜୁ ବିକାଶ ସମାବେଶ

ଆସିକା: ଆସନ୍ତାକାଲିଠୁ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରୁ ଆରମ୍ଭ ହେବ ବିଜୁ ବିକାଶ ସମାବେଶ। ପାଟପୁର ଗାନ୍ଧୀଛକ ଠାରେ ଏହି ସମାବେଶ ହେବ। ପାଟପୁରଠାରେ ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରୁ ଏ ସମାବେଶ ପ୍ରଥମେ ଆରମ୍ଭ ହେବ। ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀଙ୍କ ନେତୃତ୍ୱରେ ଏହି ସମାବେଶ ହେବାକୁ ଯାଉଥିବା ବେଳେ ବ୍ରହ୍ମପୁର ଓ ଆସିକା ସାଂସଦ ଏବଂ ଜିଲ୍ଲାର ସମସ୍ତ ବିଧାୟକ ଓ ମନ୍ତ୍ରୀ ସମାବେଶକୁ ସଫଳ […]

biju sambasha

Rakesh Mallick
  • Published: Friday, 08 January 2016
  • , Updated: 08 January 2016, 05:56 AM IST

ଆସିକା: ଆସନ୍ତାକାଲିଠୁ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରୁ ଆରମ୍ଭ ହେବ ବିଜୁ ବିକାଶ ସମାବେଶ। ପାଟପୁର ଗାନ୍ଧୀଛକ ଠାରେ ଏହି ସମାବେଶ ହେବ। ପାଟପୁରଠାରେ ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରୁ ଏ ସମାବେଶ ପ୍ରଥମେ ଆରମ୍ଭ ହେବ। ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀଙ୍କ ନେତୃତ୍ୱରେ ଏହି ସମାବେଶ ହେବାକୁ ଯାଉଥିବା ବେଳେ ବ୍ରହ୍ମପୁର ଓ ଆସିକା ସାଂସଦ ଏବଂ ଜିଲ୍ଲାର ସମସ୍ତ ବିଧାୟକ ଓ ମନ୍ତ୍ରୀ ସମାବେଶକୁ ସଫଳ କରିବାକୁ ଲାଗିପଡ଼ିଛନ୍ତି। ଆସିକା କାର୍ଡ ବ୍ୟାଙ୍କ ସଭାପତି ତଥା ରାଜ୍ୟ ସମବାୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ ସଭାପତି ଯୋଗେନ୍ଦ୍ର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଏହି ସମାବେଶ   ପାଇଁ ପ୍ରସ୍ତୁତି ଚାଲିଛି।

Related story