ଅସରାଏ ବର୍ଷାରେ ବେହାଲ ରାଉରକେଲା ସରକାରୀ ହସ୍ପିଟାଲ

ରାଉରକେଲା: ପ୍ରାକ-ମୌସୁମୀର ଅସରାଏ ବର୍ଷାରେ ବେହାଲ୍ ହୋଇଯାଉଛି ରାଉରକେଲା ସରକାରୀ ହସ୍ପିଟାଲ। ରୋଗୀ ରହୁଥିବା ୱାର୍ଡ, ଡାକ୍ତରଙ୍କ ରୁମ୍, ହସପିଟାଲର ବାରଣ୍ଡା ସବୁଠି ବର୍ଷା ପାଣିର ସୁଅ। ଛାତରୁ ପାଣି ଗଳିବା ଫଳରେ ପୁରା ହସ୍ପିଟାଲରେ ସୃଷ୍ଟି ହୋଇଛି ସନ୍ତସନ୍ତିଆ ପରିବେଶ। ଏଥିପାଇଁ ହନ୍ତସନ୍ତ ହେଉଛନ୍ତି ରୋଗୀ। ଅଭିଯୋଗ ପରେ ମଧ୍ୟ କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହେଉଛି। ରୋଗୀଙ୍କ ସଂପର୍କୀୟମାନେ ବାଧ୍ୟ ହୋଇ ନିଜେ ଜଳ ନିଷ୍କାସନ ପାଇଁ ଉଦ୍ୟମ କରୁଛନ୍ତି। ଅସରାଏ ବର୍ଷା […]

rkl HOSPITAL

Rakesh Mallick
  • Published: Monday, 15 June 2015
  • , Updated: 15 June 2015, 02:37 AM IST

ରାଉରକେଲା: ପ୍ରାକ-ମୌସୁମୀର ଅସରାଏ ବର୍ଷାରେ ବେହାଲ୍ ହୋଇଯାଉଛି ରାଉରକେଲା ସରକାରୀ ହସ୍ପିଟାଲ। ରୋଗୀ ରହୁଥିବା ୱାର୍ଡ, ଡାକ୍ତରଙ୍କ ରୁମ୍, ହସପିଟାଲର ବାରଣ୍ଡା ସବୁଠି ବର୍ଷା ପାଣିର ସୁଅ। ଛାତରୁ ପାଣି ଗଳିବା ଫଳରେ ପୁରା ହସ୍ପିଟାଲରେ ସୃଷ୍ଟି ହୋଇଛି ସନ୍ତସନ୍ତିଆ ପରିବେଶ। ଏଥିପାଇଁ ହନ୍ତସନ୍ତ ହେଉଛନ୍ତି ରୋଗୀ। ଅଭିଯୋଗ ପରେ ମଧ୍ୟ କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହେଉଛି। ରୋଗୀଙ୍କ ସଂପର୍କୀୟମାନେ ବାଧ୍ୟ ହୋଇ ନିଜେ ଜଳ ନିଷ୍କାସନ ପାଇଁ ଉଦ୍ୟମ କରୁଛନ୍ତି। ଅସରାଏ ବର୍ଷା ପରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ୱାର୍ଡ ଚଟାଣରେ ଜମି ରହିଛି ପାଣି। ଏଭଳି ଅବସ୍ଥା ଲାଗି ରହିଲେ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି। ଏହାକୁ ନେଇ ଚିନ୍ତାରେ ରୋଗୀ ଓ ସେମାନଙ୍କ ସଂପର୍କୀୟ। ଗତକାଲି ସନ୍ଧ୍ୟାରୁ ଏମିତି ଅବସ୍ଥା ଲାଗି ରହିଥିଲେ ବି ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ କିମ୍ୱା ମୁଖ୍ୟ ମେଡିକାଲ ଅଫିସର କେହି ଆସିନଥିବା ଜଣାପଡିଛି।

Related story