ବିଜେପି ଛାଡ଼ିଲେ ଅଶୋକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସବୁ ଚର୍ଚ୍ଚାର ଅନ୍ତ ଘଟାଇ ବିଜେପିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଅଶୋକ ପାଣିଗ୍ରାହୀ। ୨୦୧୮ ବିଜେପୁର ଉପନିର୍ବାଚନରେ ସେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ବିଜେଡିରୁ ସସ୍‌ପେଣ୍ଡ ହେବା ପରେ ସେ ବିଜେପିରେ ମିଶି ପ୍ରାର୍ଥୀ ହୋଇଥିଲେ। ତେବେ ଦଳ ତାଙ୍କୁ ଗୁରୁତ୍ୱ ନଦେବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି। ଶ୍ରୀ ପାଣିଗ୍ରାହୀ କହିଛନ୍ତି-“ଦଳ ମୋତେ ବିଶ୍ୱାସ କଲାନି। କୌଣସି ପ୍ରକାର ଦାୟିତ୍ୱ ଦେଲାନି। କର୍ମୀମାନଙ୍କ ପରାମର୍ଶରେ ମୁଁ ଇସ୍ତଫା ଦେବାକୁ ବାଧ୍ୟ […]

ashok

Manoranjan Sial
  • Published: Saturday, 12 October 2019
  • , Updated: 12 October 2019, 03:36 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସବୁ ଚର୍ଚ୍ଚାର ଅନ୍ତ ଘଟାଇ ବିଜେପିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଅଶୋକ ପାଣିଗ୍ରାହୀ। ୨୦୧୮ ବିଜେପୁର ଉପନିର୍ବାଚନରେ ସେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ବିଜେଡିରୁ ସସ୍‌ପେଣ୍ଡ ହେବା ପରେ ସେ ବିଜେପିରେ ମିଶି ପ୍ରାର୍ଥୀ ହୋଇଥିଲେ। ତେବେ ଦଳ ତାଙ୍କୁ ଗୁରୁତ୍ୱ ନଦେବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି।

ଶ୍ରୀ ପାଣିଗ୍ରାହୀ କହିଛନ୍ତି-“ଦଳ ମୋତେ ବିଶ୍ୱାସ କଲାନି। କୌଣସି ପ୍ରକାର ଦାୟିତ୍ୱ ଦେଲାନି। କର୍ମୀମାନଙ୍କ ପରାମର୍ଶରେ ମୁଁ ଇସ୍ତଫା ଦେବାକୁ ବାଧ୍ୟ ହେଲି। ଦଳର ସାଙ୍ଗଠନିକ କାର୍ଯ୍ୟରେ ଯିଏ ଅଛନ୍ତି, ସେମାନେ ଏଥିପାଇଁ ଦାୟୀ।”

ବିଜେଡିକୁ ଯିବେ କି ପ୍ରଶ୍ନରେ ଅଶୋକ କହିଛନ୍ତି-“ବିଜେଡିକୁ ଯିବାର ପ୍ରଶ୍ନ ଉଠୁନି। ମୁଁ ସେମାନଙ୍କ ସହ କିଛି ସଂପର୍କ ରଖିନି କି ଅଫର ପାଇନି। ନିଜ ଅଞ୍ଚଳକୁ ଯାଇ କର୍ମୀମାନଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବି।”

ନିର୍ବାଚନରେ ବିଜେପି ବିରୋଧରେ ପ୍ରଚାର କରିବେ କି ପ୍ରଶ୍ନରେ ସେ କହିଛନ୍ତି-“ଯଦି କର୍ମୀମାନେ କହିବେ କରାଯିବ।”

 

Related story