ଓଡ଼ିଶାର ତିନିଟି ଐତିହ୍ୟ ସ୍ଥଳର ରକ୍ଷଣାବେକ୍ଷଣ କାମ ଡିସେମ୍ୱରରୁ ଆରମ୍ଭ ହେବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲାର ବଜ୍ରକୋଟ ଭ୍ରିଙ୍ଗେଶ୍ୱର ମନ୍ଦିର, ଢେଙ୍କାନାଳର କୁଆଳ ସ୍ଥିତ କନକେଶ୍ୱର ମହାଦେବ ମନ୍ଦିର ଓ ମୟୂରଭଞ୍ଜ ହରିପୁରଗଡ ସ୍ଥିତ ଦୂର୍ଗ ଏଏସ୍‌ଆଇ ଦ୍ୱାରା ସଂରକ୍ଷଣ ଓ ରକ୍ଷଣାବେକ୍ଷଣ କରାଯିବ। ଏଥିପାଇଁ ଡିସେମ୍ୱରରୁ କାମ ଆରମ୍ଭ ହେବ। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଡ. ମହେଶ ଶର୍ମା ଏନେଇ ଚିଠି ଲେଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଣାଇଛନ୍ତି। ପୂର୍ବରୁ ଏନେଇ ଧର୍ମେନ୍ଦ୍ର ପ୍ରଧାନ ଏଏସ୍‌ଆଇକୁ ଅନୁରୋଧ କରିଥିଲେ। ଗତ ମେ’ ମାସରେ ଏହି ତିନି […]

haripur-gara

Manoranjan Sial
  • Published: Saturday, 17 November 2018
  • , Updated: 17 November 2018, 09:49 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲାର ବଜ୍ରକୋଟ ଭ୍ରିଙ୍ଗେଶ୍ୱର ମନ୍ଦିର, ଢେଙ୍କାନାଳର କୁଆଳ ସ୍ଥିତ କନକେଶ୍ୱର ମହାଦେବ ମନ୍ଦିର ଓ ମୟୂରଭଞ୍ଜ ହରିପୁରଗଡ ସ୍ଥିତ ଦୂର୍ଗ ଏଏସ୍‌ଆଇ ଦ୍ୱାରା ସଂରକ୍ଷଣ ଓ ରକ୍ଷଣାବେକ୍ଷଣ କରାଯିବ। ଏଥିପାଇଁ ଡିସେମ୍ୱରରୁ କାମ ଆରମ୍ଭ ହେବ। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଡ. ମହେଶ ଶର୍ମା ଏନେଇ ଚିଠି ଲେଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଣାଇଛନ୍ତି। ପୂର୍ବରୁ ଏନେଇ ଧର୍ମେନ୍ଦ୍ର ପ୍ରଧାନ ଏଏସ୍‌ଆଇକୁ ଅନୁରୋଧ କରିଥିଲେ।

ଗତ ମେ’ ମାସରେ ଏହି ତିନି ସ୍ଥଳର ରକ୍ଷଣାବେକ୍ଷଣ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଏସ୍‌ଆଇକୁ ଅନୁରୋଧ କରିଥିଲେ। ମନ୍ତ୍ରୀଙ୍କ ଅନୁରୋଧକୁ ଧ୍ୟାନ ଦେଇ ଭୁବନେଶ୍ୱର ଏଏସ୍‌ଆଇ ସର୍କଲର ଅଧିକାରୀମାନେ ତିନୋଟି ସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ। ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ। ଯାହାକୁ ଅନୁମୋଦନ ପ୍ରଦାନ କରାଯାଇଛି। ଅନୁଗୋଳର ବଜ୍ରକୋଟ୍‌ ଭ୍ରିଙ୍ଗେଶ୍ୱର ମନ୍ଦିର ଓ ଢେଙ୍କାନାଳର କୁଆଳ ସ୍ଥିତ କନକେଶ୍ୱର ମହାଦେବ ମନ୍ଦିର ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ମୟୂରଭଞ୍ଜ ଜିଲ୍ଲା ହରିପୁରଗଡ ସ୍ଥିତ ଦୂର୍ଗ ପାଇଁ ଟେଣ୍ଡର ଆବେଦନ ପ୍ରକ୍ରିୟା ଚାଲିଛି।

Related story