ଅସିତ୍‌ ତ୍ରିପାଠୀ ହେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅସିତ୍ ତ୍ରିପାଠୀ ହେଲେ ମୁଖ୍ୟ ଶାସନ ସଚିବ। ୧୯୮୬ ବ୍ୟାଚ୍‌ର ଆଇଏଏସ୍ ଅଫିସର୍‌ ଅସିତ୍ ତ୍ରିପାଠୀ ଏବେ ଉନ୍ନୟନ କମିଶନର୍ ଅଛନ୍ତି। ମୁଖ୍ୟ ଶାସନ ସଚିବ ଥିବା ଆଦିତ୍ୟ ପ୍ରସାଦ ପାଢ଼ି ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି। ଏଥିସହ ଗତକାଲି ସେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି। ଏହାପରେ ମୁଖ୍ୟ ଶାସନ ସଚିବ ପଦବୀ ଖାଲି ପଡ଼ିଥିଲା। ଅନ୍ୟପକ୍ଷରେ ସୁରେଶ ମହାପାତ୍ର ଉନ୍ନୟନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି। ଏଥିସହ […]

Asit-Tripathy..

Jyoshna Pradhan
  • Published: Thursday, 15 August 2019
  • , Updated: 15 August 2019, 12:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅସିତ୍ ତ୍ରିପାଠୀ ହେଲେ ମୁଖ୍ୟ ଶାସନ ସଚିବ। ୧୯୮୬ ବ୍ୟାଚ୍‌ର ଆଇଏଏସ୍ ଅଫିସର୍‌ ଅସିତ୍ ତ୍ରିପାଠୀ ଏବେ ଉନ୍ନୟନ କମିଶନର୍ ଅଛନ୍ତି।

ମୁଖ୍ୟ ଶାସନ ସଚିବ ଥିବା ଆଦିତ୍ୟ ପ୍ରସାଦ ପାଢ଼ି ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି। ଏଥିସହ ଗତକାଲି ସେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି। ଏହାପରେ ମୁଖ୍ୟ ଶାସନ ସଚିବ ପଦବୀ ଖାଲି ପଡ଼ିଥିଲା।

ଅନ୍ୟପକ୍ଷରେ ସୁରେଶ ମହାପାତ୍ର ଉନ୍ନୟନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି। ଏଥିସହ ସୁରେଶଙ୍କୁ ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ପ୍ରଦୀପ୍ତ ମହାପାତ୍ରଙ୍କୁ  କୃଷି ଉତ୍ପାଦନ କମିଶନର ଭାବେ ନିଯୁକ୍ତି ମିଳିଛି। ସେହିପରି କ୍ରିଷନ୍ କୁମାରଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। କ୍ରିଷନ୍ କୁମାର ଏବେ ପୂର୍ତ୍ତ ବିଭାଗ ସଚିବ ଅଛନ୍ତି। ଆର. ବାଲ୍‌  କ୍ରିଷ୍ଣନଙ୍କୁ CMO ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି।

ଆସନ୍ତା ୧୯ତାରିଖରୁ ନୂଆ ନିଯୁକ୍ତି କାର୍ଯ୍ୟକାରୀ ହେବ।

 

 

Related story