ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଦାୟିତ୍ୱ ନେଲେ ଅସିତ୍ ତ୍ରିପାଠୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ପୂର୍ବତନ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଭାବେ ମଧ୍ୟ ଦାୟିତ୍ୱ ନେଇଛନ୍ତି। ବିଜେଡି ନେତା ସୁବାସ ଚୌହାନଙ୍କର ଗତବର୍ଷ ମେ’ ୧୦ତାରିଖରେ ମୃତ୍ୟୁ ହେବାପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା। ଶ୍ରୀ ତ୍ରିପାଠୀ ଆଜି ରାଜୀବଭବନସ୍ଥିତ ପରିଷଦ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିବାପରେ ଏକ ସମୀକ୍ଷା ବୈଠକ […]

asit

Tapas Behera
  • Published: Monday, 11 January 2021
  • , Updated: 11 January 2021, 09:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ପୂର୍ବତନ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଭାବେ ମଧ୍ୟ ଦାୟିତ୍ୱ ନେଇଛନ୍ତି। ବିଜେଡି ନେତା ସୁବାସ ଚୌହାନଙ୍କର ଗତବର୍ଷ ମେ’ ୧୦ତାରିଖରେ ମୃତ୍ୟୁ ହେବାପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା।

ଶ୍ରୀ ତ୍ରିପାଠୀ ଆଜି ରାଜୀବଭବନସ୍ଥିତ ପରିଷଦ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିବାପରେ ଏକ ସମୀକ୍ଷା ବୈଠକ କରିଥିଲେ। ପରିଷଦକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସେ ଆବଶ୍ୟକ ପ୍ରକଳ୍ପ ପ୍ରସ୍ତୁତ, ନିର୍ଦ୍ଧାରିତ ସମୟରେ ଏହାକୁ ଶେଷ ସହ ଲୋକଙ୍କୁ ତ୍ୱରିତ୍ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଇଥିଲେ। ଏହାସହିତ ତୃଣମୂଳସ୍ତରୀୟ ସର୍ଭେ ରିପୋର୍ଟ ଆଧାରରେ ବିକାଶ ମାନଦଣ୍ଡର ଏକ ଡାଟାବେସ୍ ପ୍ରସ୍ତୁତ ନିମନ୍ତେ ସେ ପରିଷଦର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିଷ୍ପତ୍ତିରେ ପାରଦର୍ଶିତା ଓ ଶୀଘ୍ର ଫାଇଲ କାମ କରିବା ନିମନ୍ତେ ଫାଇଭ-ଟି ନୀତି ଅନୁସରଣ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଫାଇଲର କମ୍ପୁଟରୀକରଣ ସ ତାକୁ ଓସ୍ୱାସ୍ ମାଧ୍ୟମରେ ସଂଯୋଗ କରିବାକୁ ସେ ପରିଷଦ ସିଇଓ ସରୋଜ କୁମାର ପଟେଲଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସାମାଜିକ-ଅର୍ଥନୀତିକ ବିକାଶ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ସଫଳତା ହାସଲ ନିମନ୍ତେ ପ୍ରଦର୍ଶନ ବୃଦ୍ଧି ପାଇଁ ସେ ସମସ୍ତ ଅଫିସରଙ୍କୁ ପରାମର୍ଶ ଦେଇଥିଲେ। ଆବଶ୍ୟକ ପଡ଼ିଲେ ଅଫିସର ଓ କର୍ମଚାରୀଙ୍କୁ ଦକ୍ଷତା ବିକାଶ ବୃଦ୍ଧି ନିମନ୍ତେ ପରାମର୍ଶ ଦେଇଛନ୍ତି। ପରିଷଦ ଅଧୀନରେ ଥିବା ୧୦ଟି ଜିଲ୍ଲାରେ ପ୍ରାୟ ୩ହଜାର ପ୍ରୋଜେକ୍ଟ ଏବେ କାର୍ଯ୍ୟକାରୀ ସ୍ଥିତିରେ ରହିଥିବା ସମୀକ୍ଷା ବେଳେ ଜଣାପଡ଼ିଥିଲା।

ସୂଚନାଯୋଗ୍ୟ, ଡିସେମ୍ବର ୩୧ତାରିଖରେ ସରକାରୀ ଚାକିରିରୁ ଅବସର ନେବାପରେ ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଥିଲା। ସେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଭାବେ ଆଚଂଳିକ ବିକାଶ, ପର୍ଯ୍ୟଟନ ଓ ନିଯୁକ୍ତି କ୍ଷେତ୍ରରେ ସରକାରଙ୍କୁ ପରାମର୍ଶ ଦେବେ। ପଶ୍ଚିମ ଓଡ଼ିଶାବ ବିକାଶ ପରିଷଦ ଭଳି ରାଜନୀତିକ ପଦବୀରେ ଶ୍ରୀ ତ୍ରିପାଠୀଙ୍କୁ ଅବସ୍ଥାପିତ କରି ବିଜେଡି ସରକାର ଭବିଷ୍ୟତରେ ତାଙ୍କୁ ରାଜନୀତିକ ମଇଦାନକୁ ଓହ୍ଲାଇବାକୁ ମାର୍ଗ ପ୍ରଶସ୍ତ କରୁଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧୀନରେ ଥିବା ଜିଲ୍ଲାଗୁଡ଼ିକରେ ବିଜେଡି ନିଜର ଭୋଟବ୍ୟାଙ୍କ ବୃଦ୍ଧି କରିବା ଲକ୍ଷ୍ୟରେ ଶ୍ରୀ ତ୍ରିପାଠୀଙ୍କୁ ଅବସ୍ଥାପିତ କରିଥିବା ଜଣାପଡ଼ିଛି।

Related story