ଆଶୀର୍ବାଦଙ୍କୁ ଝଟକା: ଲଢ଼ି ପାରିବେନି ଅଲିମ୍ପିକ ଆସୋସିଏସନର କୌଣସି ନିର୍ବାଚନ

ଭୁବନେଶ୍ୱର: ଓଡ଼ିଶା ଅଲିମ୍ପିକ ଆସୋସିଏସନର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ସୁପ୍ରିମ୍‌କୋର୍ଟ ଝଟକା ଦେଇଛନ୍ତି। ଅଲିମ୍ପିକ ଆସୋସିଏସନ୍‌ର କୌଣସି ପଦପଦବୀ ପାଇଁ ଆଶୀର୍ବାଦ ନିର୍ବାଚନ ଲଢ଼ିବା ଉପରେ ସୁପ୍ରିମ୍‌କୋକର୍ଟ ରୋକ୍‌ ଲଗାଇଛନ୍ତି। ବାରବାଟୀ ଜମି ଜବରଦଖଲ ଅଭିଯୋଗ ମାମଲାର ବିଚାର କରି ସୁପ୍ରିମ୍‌କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଜବରଦଖଲ ମାମଲାର ସିବିଆଇ ତଦନ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ନେଇଛନ୍ତି। ଆକାଉଣ୍ଟାଣ୍ଟ ଜେନେରାଲଙ୍କ ରିପୋର୍ଟକୁ ଭିତ୍ତି କରି ଏହି ନିର୍ଦ୍ଦେଶ ଦିଆଯାଇଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସିବିଆଇ […]

Barabati

Rakesh Mallick
  • Published: Monday, 03 April 2017
  • , Updated: 03 April 2017, 08:50 PM IST

ଭୁବନେଶ୍ୱର: ଓଡ଼ିଶା ଅଲିମ୍ପିକ ଆସୋସିଏସନର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ସୁପ୍ରିମ୍‌କୋର୍ଟ ଝଟକା ଦେଇଛନ୍ତି। ଅଲିମ୍ପିକ ଆସୋସିଏସନ୍‌ର କୌଣସି ପଦପଦବୀ ପାଇଁ ଆଶୀର୍ବାଦ ନିର୍ବାଚନ ଲଢ଼ିବା ଉପରେ ସୁପ୍ରିମ୍‌କୋକର୍ଟ ରୋକ୍‌ ଲଗାଇଛନ୍ତି। ବାରବାଟୀ ଜମି ଜବରଦଖଲ ଅଭିଯୋଗ ମାମଲାର ବିଚାର କରି ସୁପ୍ରିମ୍‌କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଜବରଦଖଲ ମାମଲାର ସିବିଆଇ ତଦନ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ନେଇଛନ୍ତି। ଆକାଉଣ୍ଟାଣ୍ଟ ଜେନେରାଲଙ୍କ ରିପୋର୍ଟକୁ ଭିତ୍ତି କରି ଏହି ନିର୍ଦ୍ଦେଶ ଦିଆଯାଇଛି।

କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସିବିଆଇ ବାରବାଟୀ ପ୍ୟାଲେସ୍‌ର ଆୟବ୍ୟୟ ଓ ୨୩ଟି ଦୋକାନ ଘର ଆବଣ୍ଟନର ତଦନ୍ତ କରିବ। ଏହାସହ ବାରବାଟୀ ପ୍ୟାଲେସ୍‌ ଓ ଏହି ଦୋକାନ ଘର ଗୁଡିକୁ ପ୍ରଶାସନ ନିଜ ହାତକୁ ନେବାକୁ ମଧ୍ୟ କୋର୍ଟ କହିଛନ୍ତି।

ଆଶୀର୍ବାଦ କହିଛନ୍ତି,‘ମୁଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଉଛି। ସିବିଆଇ ଯେଉଁ ତଦନ୍ତ କରିବେ ସେଥିରେ ପୂର୍ଣ୍ଣ ସହଯୋଗ କରିବୁ। ପୂର୍ବରୁ କୋର୍ଟ କହିଥିଲେ ଓଓଏ ଠାରୁ ଦୂରେଇ ରହିବାକୁ କେବଳ ଦୂରେଇ ରହିବାକୁ କହିଥିଲେ, ମୁଁ ନିର୍ବାଚନ ଲଢ଼ିଲି ନାହିଁ। ମୋର ନିର୍ବାଚନ ଲଢ଼ିବାକୁ କୌଣସି ପ୍ରୟାସ ନାହିଁ।”

ଆଶୀର୍ବାଦ ଯୁଗର ଅନ୍ତ

ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ ବାରବାଟୀରେ ଆଶୀର୍ବାଦଙ୍କ ଯୁଗ ଶେଷ ହୋଇଯାଇଛି। ଓଡ଼ିଶା କ୍ରୀଡା ଜଗତର ଏହି ମୋଷ୍ଟ ପାୱାରଫୁଲ ବ୍ୟକ୍ତିଙ୍କ ବିପକ୍ଷରେ କୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

- ଅଲିମ୍ପିକ ଆସୋସିଏସନ ଏବଂ ଇନ୍‌କନ୍‌ ଆସୋସିଏସନ ମଧ୍ୟରେ ବାରବାଟୀ ପ୍ୟାଲେସ୍‌କୁ ନେଇ ହୋଇଥିବା ଏଗ୍ରିମେଣ୍ଟକୁ କୋର୍ଟ ରଦ୍ଦ କରିଛନ୍ତି।

- ଇନ୍‌କନ୍‌ ସହ ଅଲିମ୍ପିକ ଆସୋସିଏସନର ଏଗ୍ରିମେଣ୍ଟ ବେଳେ ଆର୍ଶୀବାଦ ଥିଲେ ଆସୋସିଏସନର ସମ୍ପାଦକ। ଆଉ ଇନ୍‌କନ୍‌ ଆସୋସିଏଟ୍ସ ଫାର୍ମରେ ପାର୍ଟନର ଥିଲେ ତାଙ୍କ ପୁଅ ଓ ଜ୍ୱାଇଁ। ତେଣୁ ଏହା କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟ୍ରେଷ୍ଟ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

- କୋର୍ଟ କହିଲେ ଜଣାପଡ଼ୁଛି ଆସୋସିଏସ୍‌ନ ସମ୍ପାଦକ (ଆଶୀର୍ବାଦ ବେହେରା) ତାଙ୍କ ବିବେକକୁ ଛୁଟିରେ ପଠାଇ ଦେଇଥିଲେ।

Related story