କାଳିଆକୁ ଜମି ଓ ଘର ଦାନ କଲେ ଆସାମ ମହିଳା

ପୁରୀ (ଓଡ଼ିଶା ରିପୋର୍ଟର): କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ତାଙ୍କର ସାନିଧ୍ୟ ପାଇବା ପାଇଁ ରାଜ୍ୟ ବାହାରୁ ଧାଇଁ ଆସୁଛନ୍ତି କୋଟିକୋଟି ଭକ୍ତ। ଆଉ ଫେରିଲା ବେଳେ ଦେଇଯାଉଛନ୍ତି ଦାନ। କିଏ ସୁନା ଦେଇଥାଏ ତ ପୁଣି କିଏ ରୁପା। ଆଉ କିଏ ଦାନସୂତ୍ରରେ ଶ୍ରୀଜଗନ୍ନାଥଙ୍କ ନାଁରେ ଲେଖିଯାଇଥାଏ ତା’ର ସମ୍ପତ୍ତି। ହେଲେ ମହାପ୍ରଭୁଙ୍କର ସେହି ଅର୍ଥକୁ ଘୋଟାଲା କରାଯାଉଥିବା ଅନେକ ସମୟରେ ଅଭିଯୋଗ ହୋଇଥାଏ। ଯାହା ସଦ୍ୟତମ ଉଦାହରଣ ହେଉଛି ୟେସ୍‌ […]

puri

puri

Manoranjan Sial
  • Published: Friday, 13 March 2020
  • Updated: 13 March 2020, 05:30 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ତାଙ୍କର ସାନିଧ୍ୟ ପାଇବା ପାଇଁ ରାଜ୍ୟ ବାହାରୁ ଧାଇଁ ଆସୁଛନ୍ତି କୋଟିକୋଟି ଭକ୍ତ। ଆଉ ଫେରିଲା ବେଳେ ଦେଇଯାଉଛନ୍ତି ଦାନ। କିଏ ସୁନା ଦେଇଥାଏ ତ ପୁଣି କିଏ ରୁପା। ଆଉ କିଏ ଦାନସୂତ୍ରରେ ଶ୍ରୀଜଗନ୍ନାଥଙ୍କ ନାଁରେ ଲେଖିଯାଇଥାଏ ତା’ର ସମ୍ପତ୍ତି। ହେଲେ ମହାପ୍ରଭୁଙ୍କର ସେହି ଅର୍ଥକୁ ଘୋଟାଲା କରାଯାଉଥିବା ଅନେକ ସମୟରେ ଅଭିଯୋଗ ହୋଇଥାଏ। ଯାହା ସଦ୍ୟତମ ଉଦାହରଣ ହେଉଛି ୟେସ୍‌ ବ୍ୟାଙ୍କ ଘୋଟାଲା। ଏହାକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ ଆସାମରୁ ଆସିଥିବା ଜଣେ ମହିଳା ନିଜର ସମସ୍ତ ସମ୍ପତ୍ତି ମହାପ୍ରଭୁଙ୍କୁ ଦାନ କରିଛନ୍ତି।

ଆସାମ ରାଜ୍ୟର ତେଜପୁର ସୁନିତପୁର ନିବାସୀ ରାମେଶ୍ୱରୀ ଦେବୀ। ବନ ବିଭାଗରେ ଚାକିରି କରୁଥିଲେ। ସ୍ୱାମୀ, ଦୁଇ ପୁଅ ଓ ଦୁଇ ଝିଅଙ୍କୁ ନେଇ ସଂସାର। ଚାରି ଝିଅ ଓ ପୁଅଙ୍କ ବିବାହ ସରିଯାଇଛି। ସେମାନେ ଏବେ ହସଖୁସିରେ ରହୁଛନ୍ତି। ନିଜର ଚାକିରିକୁ ସାନ ପୁଅକୁ ଦେଇ ମହାପ୍ରଭୁଙ୍କ ଶରଣ ପଶିବାକୁ ଶ୍ରୀକ୍ଷେତ୍ର ଚାଲି ଆସିଲେ ରାମେଶ୍ୱରୀ ଦେବୀ। ସେ ୨୦୧୧ ଫେବୃଆରୀରେ ଓଡ଼ିଶା ଆସିଥିଲେ। ଆସାମ ପଣ୍ଡାଙ୍କ ସହଯୋଗରେ ସେ ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ନତମସ୍ତକ ହୋଇଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ନିଜ ସ୍ୱାମୀଙ୍କ ନାଁରେ ଥିବା ୩ କଠା ଜମି ଓ ୩ଟା ଘରକୁ ଦାନ କରିଥିଲେ। ହେଲେ ସେହି ଦାନ ସମ୍ପତ୍ତି କେମିତି ଶ୍ରୀଜଗନ୍ନାଥଙ୍କ ନାଁକୁ ଆସିବ? ତା’କୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ ରାମେଶ୍ୱରୀ ଦେବୀ। ସେଥିପାଇଁ ଗତ ଦେଢ ବର୍ଷ ହେଲା ସେ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ନିକଟରେ ଥିବା ଆସାମ ନିବାସରେ ରହି ଆସୁଥିଲେ। ମାତ୍ର ତାହା ଉଚ୍ଛେଦ କରାଯିବାରୁ ସେ ବାଗିଡିଆ ଧର୍ମଶାଳାରେ ଏବେ ରହୁଛନ୍ତି।

ଦାନସୂତ୍ରରେ ଦେଇଥିବା ଜମି ମହାପ୍ରଭୁଙ୍କ ନାଁରେ କିପରି ହୋଇପାରିବ ସେ ସମ୍ପର୍କରେ ରାମେଶ୍ୱରୀ ଦେବୀ ଆଜି ଶ୍ରୀମନ୍ଦିର ନୀତିପ୍ରଶାସକଙ୍କ ସହ ଆଲୋଚନା କରିଛନ୍ତି। ଏପରିକି ଶ୍ରୀମନ୍ଦିର ପ୍ରଶାସନର କୌଣସି ଅଧିକାରୀ ଆସାମ ଯାଇ ଦାନ ଜମିକୁ ରେଜିଷ୍ଟ୍ରି କରିବା ପାଇଁ ଅନୁରୋଧ କରିଛନ୍ତି ରାମେଶ୍ୱରୀ ଦେବୀ। ନୀତି ପ୍ରଶାସକ ତାଙ୍କୁ ଆଶ୍ୱାସନା ଦେବା ସହିତ ଲିଖିତ ଆକାରରେ ଆବେଦନ କରିବାକୁ ନିବେଦନ କରିଛନ୍ତି। ତା’ପରେ ବିଧିବଦ୍ଧ ବ୍ୟବସ୍ଥା ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ନୀତି ପ୍ରଶାସକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos