କୃଷିମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ ଆଣିଲେ ବିରୋଧି

ଭୁବନେଶ୍ୱର: ଆଜି ବିଧାନସଭାରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ହୋହାଲ୍ଲା ହୋଇଥିଲା। ଗୃହରେ ମିଥ୍ୟା ତଥ୍ୟ ରଖିଥିବା ଅଭିଯୋଗ କରି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ ଆଣିଥିଲା କଂଗ୍ରେସ। ଏହାକୁ ନେଇ ଆଜି ଶୂନ୍ୟକାଳରେ ପ୍ରବଳ ହଟ୍ଟଗୋଲ ହୋଇଥିଲା। ପ୍ରଥମ ଦିନରେ ପ୍ରଶ୍ନାକଳ ସ୍ୱାଭାବିକ ଭାବେ ଚାଲିଥିଲା। ହେଲେ ଶୂନ୍ୟକାଳରେ ଚାଷୀ ହାଡୁ ବଗର୍ତ୍ତିଙ୍କ ଆତ୍ମହତ୍ୟା ପ୍ରସଙ୍ଗ ଉଠିଥିଲା। ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି […]

narashingha

Rakesh Mallick
  • Published: Tuesday, 14 March 2017
  • , Updated: 14 March 2017, 10:01 PM IST

ଭୁବନେଶ୍ୱର: ଆଜି ବିଧାନସଭାରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ହୋହାଲ୍ଲା ହୋଇଥିଲା। ଗୃହରେ ମିଥ୍ୟା ତଥ୍ୟ ରଖିଥିବା ଅଭିଯୋଗ କରି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ ଆଣିଥିଲା କଂଗ୍ରେସ। ଏହାକୁ ନେଇ ଆଜି ଶୂନ୍ୟକାଳରେ ପ୍ରବଳ ହଟ୍ଟଗୋଲ ହୋଇଥିଲା।

ପ୍ରଥମ ଦିନରେ ପ୍ରଶ୍ନାକଳ ସ୍ୱାଭାବିକ ଭାବେ ଚାଲିଥିଲା। ହେଲେ ଶୂନ୍ୟକାଳରେ ଚାଷୀ ହାଡୁ ବଗର୍ତ୍ତିଙ୍କ ଆତ୍ମହତ୍ୟା ପ୍ରସଙ୍ଗ ଉଠିଥିଲା। ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ସେ କହିଥିଲେ,“ଫସଲ ହାନୀ ଓ ଋଣ ବୋଝରେ ହାଡୁ ଆତ୍ମହତ୍ୟା କରିଥିବା ବେଳେ କୃଷିମନ୍ତ୍ରୀ ଭୁଲ ତଥ୍ୟ ଦେଇ ଗୃହକୁ ବିଭ୍ରାନ୍ତ କରିଛନ୍ତି।”

ଏହି ଘଟଣାରେ ବରଗଡ଼ ଜିଲ୍ଲାପାଳଙ୍କୁ ନିଲମ୍ବନ କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା। ଏହି ସମୟରେ କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟଭାଗକୁ ଚାଲିଆସି ହୋହାଲ୍ଲା କରିବା ସହ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଉଠିବାକୁ ଉଦ୍ୟମ କରିଥିଲେ। ଫଳରେ ବାଚସ୍ପତି ଗୃହକୁ ଅଧଘଣ୍ଟା ପାଇଁ ମୁଲତବୀ କରି ଦେଇଥିଲେ।

ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ବିଜେପି ମଧ୍ୟ ରଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲା।

Related story