ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବିଧାନସଭା ଅଧିବେଶନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି। ଏହି ଅବସରରେ ନବ ନିର୍ବାଚିତ ବିଧାୟକମାନେ ଶପଥ ନେଉଛନ୍ତି । କାମଚଳା ବାଚସ୍ପତି ଅମର ଶତପଥୀ ବିଧାୟକ ମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଉଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଧାୟକ ଶପଥ ନେବେ। ଆଜି ଓ ଆସନ୍ତାକାଲି ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଚାଲିବ। ସଂଧ୍ୟା ୫ଟା ଯାଏ ବିଧାନସଭା ଗୃହରେ ଏହି ଶପଥ ପାଠ କାର୍ଯ୍ୟକ୍ରମ […]

naveenmmmmmmmmmmmmmmmmmmmmmm

Tapaswini Nayak
  • Published: Thursday, 30 May 2019
  • , Updated: 30 May 2019, 12:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି। ଏହି ଅବସରରେ ନବ ନିର୍ବାଚିତ ବିଧାୟକମାନେ ଶପଥ ନେଉଛନ୍ତି । କାମଚଳା ବାଚସ୍ପତି ଅମର ଶତପଥୀ ବିଧାୟକ ମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଉଛନ୍ତି।

ଆଜି ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଧାୟକ ଶପଥ ନେବେ। ଆଜି ଓ ଆସନ୍ତାକାଲି ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଚାଲିବ। ସଂଧ୍ୟା ୫ଟା ଯାଏ ବିଧାନସଭା ଗୃହରେ ଏହି ଶପଥ ପାଠ କାର୍ଯ୍ୟକ୍ରମ ହେବ।

ଜୁନ ୧ ତାରିଖରେ ବାଚସ୍ପତି ନିର୍ବାଚନ ହେବ। ଶାସକ ଦଳ ପକ୍ଷରୁ ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି ପ୍ରାର୍ଥୀ କରାଯିବାକୁ ସ୍ଥିର କରାଯାଇଛି।

Related story