ସହକାରୀ ଜିଲ୍ଲାପାଳଙ୍କ ପତ୍ନୀଙ୍କ ନାଁରେ ବିପିଏଲ୍ କାର୍ଡ! ସ୍ୱାମୀ କହିଲେ ସ୍ୱଚକ୍ଷୁରେ ଦେଖିନି

ମାଲକାନଗିରି(ଜିତେନ୍ଦ୍ର ବେଉରା): ସହକାରୀ ଜିଲ୍ଲାପାଳଙ୍କ ପତ୍ନୀଙ୍କ ନାଁରେ ରହିଛି ବିପିଏଲ୍ କାର୍ଡ । ଏହି ବିପିଏଲ୍ କାର୍ଡ ବ୍ୟବହାର କରି ସେ ଖଜଣା ଫାଙ୍କିଥିବା ଅଭିଯୋଗ ଆସିଛି । ଏପରି ସାଂଘାତିକ ଅଭିଯୋଗ ମାଲକାନଗିରି ଜିଲ୍ଲାରୁ  ଆସିଥିବା ବେଳେ ଏପରି ଚଞ୍ଚକତା କରିଥିବା ମହିଳାଜଣକ ସହକାରୀ ଜିଲ୍ଲାପାଳଙ୍କ ପତ୍ନୀ ବୋଲି ଜଣାଯାଇଛି। ହେଲେ ଏ ସମ୍ପର୍କରେ କିଛି ଜାଣି ନ ଥିବା ବା ଏପରି କାର୍ଡ ଦେଖି ନ ଥିବା କହି ଅଭିଯୋଗକୁ ଫାଙ୍କି ଦେଇଛନ୍ତି ମାଲକାନଗିରି […]

card

  • Published: Tuesday, 23 August 2022
  • , Updated: 23 August 2022, 01:39 PM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ସହକାରୀ ଜିଲ୍ଲାପାଳଙ୍କ ପତ୍ନୀଙ୍କ ନାଁରେ ରହିଛି ବିପିଏଲ୍ କାର୍ଡ । ଏହି ବିପିଏଲ୍ କାର୍ଡ ବ୍ୟବହାର କରି ସେ ଖଜଣା ଫାଙ୍କିଥିବା ଅଭିଯୋଗ ଆସିଛି । ଏପରି ସାଂଘାତିକ ଅଭିଯୋଗ ମାଲକାନଗିରି ଜିଲ୍ଲାରୁ  ଆସିଥିବା ବେଳେ ଏପରି ଚଞ୍ଚକତା କରିଥିବା ମହିଳାଜଣକ ସହକାରୀ ଜିଲ୍ଲାପାଳଙ୍କ ପତ୍ନୀ ବୋଲି ଜଣାଯାଇଛି। ହେଲେ ଏ ସମ୍ପର୍କରେ କିଛି ଜାଣି ନ ଥିବା ବା ଏପରି କାର୍ଡ ଦେଖି ନ ଥିବା କହି ଅଭିଯୋଗକୁ ଫାଙ୍କି ଦେଇଛନ୍ତି ମାଲକାନଗିରି ଉପଜିଲ୍ଲାପାଳ ଲଳିତ ମଣ୍ଡଳ ।

ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସରେ ଜରୁରୀକାଳୀନ ବିଭାଗର ସହକାରୀ ଜିଲ୍ଲାପାଳଙ୍କ ଅଫିସରେ କାମ କରୁଛନ୍ତି ଲଳିତ ମଣ୍ଡଳ । ଲଳିତ ମଣ୍ଡଳ ଜଣେ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ହୋଇଥିବା ବେଳେ ଆର୍ଥିକ ସ୍ୱଚ୍ଛଳ ବର୍ଗର ବ୍ୟକ୍ତି। ହେଲେ ତାଙ୍କ ପତ୍ନୀ ବିନୋତାରାଣୀ ମଣ୍ଡଳଙ୍କ ନାଁରେ ରହିଛି ବିପିଏଲ୍ କାର୍ଡ ।

ମ୍ୟୁନିସିପାଲିଟି ଲ୍ୟାଣ୍ଡ ରାଇଟ୍ ଜମି ପଟ୍ଟା ପାଇଁ ସେ ଏହି ବିପିଏଲ୍ କାର୍ଡ ବ୍ୟବହାର କରି ଖଜଣା ଫାଙ୍କୁଥିବାର ଅଭିଯୋଗ ହୋଇଛି । ଆର୍ଥିକ ସ୍ବଚ୍ଛଳ ଲୋକଙ୍କୁ ପଟ୍ଟା ପାଇଁ ଦେବାକୁ ପଡ଼ିଥାଏ ପ୍ରାୟ ୬୫ ହଜାର ଟଙ୍କା । କିନ୍ତୁ ବିପିଏଲ୍ କାର୍ଡଧାରୀଙ୍କ ପାଇଁ ଏହା ହେଉଛି ୧୦ ହଜାର ୮ ଶହ ଟଙ୍କା । ଲଳିତ ମଣ୍ଡଳଙ୍କ ପତ୍ନୀ ବିନୋତାରାଣୀ ମଣ୍ଡଳ ପଟ୍ଟା ପାଇଁ ଏହି ବିପିଏଲ୍ କାର୍ଡ ଜରିଆରେ ଆବେଦନ କରିଥିବା ଜଣାଯାଇଛି।

ବିପିଏଲ୍ କାର୍ଡରେ ସ୍ୱାମୀଙ୍କ ନାମ ରହିବାର ନିୟମ ଥିବା ବେଳେ ସେହି ସ୍ଥାନରେ ତାଙ୍କ ବାପାଙ୍କ ନାଁ ବିମଳ ମଣ୍ଡଳ ଉଲ୍ଲେଖ ଅଛି । ଏପରି ଚଞ୍ଚକତା ସାମନାକୁ ଆସିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

Related story