ଏଟି ଚିଟ୍‌ଫଣ୍ଡ ମାମଲାରେ ଜଗବନ୍ଧୁଙ୍କୁ ସର୍ତ୍ତମୂଳକ ଜାମିନ୍‌

କଟକ (ଓଡ଼ିଶା ରିପୋର୍ଟର): ଅର୍ଥତତ୍ତ୍ୱ (ଏଟି) ଚିଟ୍‌ଫଣ୍ଡ ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ଜଗବନ୍ଧୁ ପଣ୍ଡାଙ୍କୁ ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଜାମିନ। ୧୦ ଲକ୍ଷ ଟଙ୍କ।ର ବ୍ୟାଙ୍କ ଜମା ସହ ୧ ଲକ୍ଷ ଟଙ୍କ। ଲେଖାଏଁ ୨ ଜଣ ଜାମିନଦାର ବଦଳରେ ତାଙ୍କୁ ଜାମିନ୍‌ ମିଳିଛି। ସର୍ତ୍ତ ଅନୁଯାୟୀ ସେ ପାସପୋର୍ଟ ଜମା କରିବା ସହ ସମାନ ପ୍ରକାର ଅପରାଧରେ ସାମିଲ ନହେବାକୁ ପରାମର୍ଶ ଦେଇଛନ୍ତି କୋର୍ଟ। ପୂର୍ବରୁ ଜଗବନ୍ଧୁଙ୍କୁ ଅନୁରୂପ ଏକ ମାମଲାରେ ହାଇକୋର୍ଟରୁ ଜାମିନ ପାଇଛନ୍ତି। […]

highcourt

Rakesh Mallick
  • Published: Friday, 22 December 2017
  • , Updated: 22 December 2017, 06:07 PM IST

କଟକ (ଓଡ଼ିଶା ରିପୋର୍ଟର): ଅର୍ଥତତ୍ତ୍ୱ (ଏଟି) ଚିଟ୍‌ଫଣ୍ଡ ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ଜଗବନ୍ଧୁ ପଣ୍ଡାଙ୍କୁ ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଜାମିନ। ୧୦ ଲକ୍ଷ ଟଙ୍କ।ର ବ୍ୟାଙ୍କ ଜମା ସହ ୧ ଲକ୍ଷ ଟଙ୍କ। ଲେଖାଏଁ ୨ ଜଣ ଜାମିନଦାର ବଦଳରେ ତାଙ୍କୁ ଜାମିନ୍‌ ମିଳିଛି। ସର୍ତ୍ତ ଅନୁଯାୟୀ ସେ ପାସପୋର୍ଟ ଜମା କରିବା ସହ ସମାନ ପ୍ରକାର ଅପରାଧରେ ସାମିଲ ନହେବାକୁ ପରାମର୍ଶ ଦେଇଛନ୍ତି କୋର୍ଟ। ପୂର୍ବରୁ ଜଗବନ୍ଧୁଙ୍କୁ ଅନୁରୂପ ଏକ ମାମଲାରେ ହାଇକୋର୍ଟରୁ ଜାମିନ ପାଇଛନ୍ତି। ତେଣୁ ତାଙ୍କୁ ଜେଲରୁ ମୁକୁଳିବାର ବାଟ ଫିଟିଛି। ୨୦୧୩ ମସିହା ମେ ମାସ ୨୬ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା।

Related story