ବରଗଡ଼(ଦୀପକ ଶର୍ମା): ଧାନ ସଂଗ୍ରହ ପ୍ରକ୍ରିୟାରେ ଟୋକନ୍ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ଚାଷୀ ଏବଂ ଚାଷୀ ସଙ୍ଗଠନ ବିରୋଧ ଜାରି ରଖିଛନ୍ତି । ଟୋକନକୁ ବିରୋଧ କରି ଅତାବିରାରେ ଆଜି ବନ୍ଦ ପାଳନ କରାଯାଉଛି। ସମାଧାନ ଲାଗି ଗତକାଲି ବରଗଡ଼ ଜିଲ୍ଲାପାଳ ଏକ ବୈଠକ ଡାକି ଚାଷୀ ଓ ଚାଷୀ ନେତାଙ୍କ ସହ ଆଲୋଚନା କରିଥିଲେ । ବୈଠକ ସଫଳ ହୋଇଥିବା ଜିଲ୍ଲାପାଳ କହିଥିଲେ ମଧ୍ୟ କିଛି ସମାଧାନ ବାହାରି ପାରିନଥିବା କହିଛନ୍ତି ଚାଷୀ ନେତା ।
ଧାନ ମାର୍କେଟ ୟାର୍ଡରେ ପହଞ୍ଚି ସାରିଛି। ସେସବୁକୁ ଅଗ୍ରାଧିକାର ଭିତ୍ତିରେ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଅନ୍ୟପଟେ ବୈଠକ ବିଫଳ ହୋଇଥିବା କହି ଟୋକନ ବ୍ୟବସ୍ଥାରେ ଧାନ ବିକ୍ରି କରିବେ ନାହିଁ ବୋଲି ସଫା ସଫା ମନା କରିଦେଇଛନ୍ତି ଚାଷୀ ଓ ଚାଷୀନେତା । ପୂର୍ବବର୍ଷ ଭଳି ପି-ପାସ ମାଧ୍ୟମରେ ଧାନ କିଣାଯାଉ । ଟୋକନ୍ ବ୍ୟବସ୍ଥା ଉଚ୍ଛେଦ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ଜିଦ୍ରେ ଅଡ଼ି ବସିଛନ୍ତି ଚାଷୀ।