ଅଟଳ ମିଶନ ଯୋଜନରେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ୪୩.୬୩ କୋଟି ଟଙ୍କା ମଂଜୁର

ଭୁବନେଶ୍ୱର: ଅଟଳ ମିଶନ ଯୋଜନାରେ ଓଡ଼ିଶା ପ୍ରଥମ ପର୍ଯ୍ୟାୟରେ ୪୩.୬୩ କୋଟି ଟଙ୍କା ପାଇବ। ସହରାଞ୍ଚଳର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏହି ଅର୍ଥ ବ୍ୟୟ କରାଯିବ। ବୁଧବାର କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଛି ଏହି ଘୋଷଣା। ଏହି ଘୋଷଣା ପ୍ରକାରେ ଅଟଳ ମିଶନରେ ୧୩ଟି ରାଜ୍ୟ ପାଇଁ ୧୦୬୨ କୋଟି ଟଙ୍କା ମଂଜୁର କରାଯାଇଛି। ସୂଚନାଯୋଗ୍ୟ, ଦେଶର ୫୦୦ଟି ସିଟି ଓ ଟାଉନକୁ ବସବାସ ପାଇଁ ଉପଯୁକ୍ତ ସହରାଞ୍ଚଳ ଭାବେ ଗଢ଼ି ତୋଳିବା ପାଇଁ […]

urban

Rakesh Mallick
  • Published: Wednesday, 02 December 2015
  • , Updated: 02 December 2015, 11:31 AM IST

ଭୁବନେଶ୍ୱର: ଅଟଳ ମିଶନ ଯୋଜନାରେ ଓଡ଼ିଶା ପ୍ରଥମ ପର୍ଯ୍ୟାୟରେ ୪୩.୬୩ କୋଟି ଟଙ୍କା ପାଇବ। ସହରାଞ୍ଚଳର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏହି ଅର୍ଥ ବ୍ୟୟ କରାଯିବ। ବୁଧବାର କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଛି ଏହି ଘୋଷଣା। ଏହି ଘୋଷଣା ପ୍ରକାରେ ଅଟଳ ମିଶନରେ ୧୩ଟି ରାଜ୍ୟ ପାଇଁ ୧୦୬୨ କୋଟି ଟଙ୍କା ମଂଜୁର କରାଯାଇଛି।

ସୂଚନାଯୋଗ୍ୟ, ଦେଶର ୫୦୦ଟି ସିଟି ଓ ଟାଉନକୁ ବସବାସ ପାଇଁ ଉପଯୁକ୍ତ ସହରାଞ୍ଚଳ ଭାବେ ଗଢ଼ି ତୋଳିବା ପାଇଁ କେନ୍ଦ୍ର ସରକାର ଅଟଳ ମିଶନ ଯୋଜନା ଆରମ୍ଭ କରିଛନ୍ତି। ଏଥିରେ ବିଶେଷ କରି ସ୍ୱାସ୍ଥ୍ୟ ଓ ସବୁଜ ପରିବେଶକୁ ଗୁରୁତ୍ୱ ଦିଆଯାଇଛି। ସରକାର ଏହି ଯୋଜନାରେ ଆଗାମୀ ଦିନରେ ୫୦,୦୦୦ କୋଟି ଟଙ୍କା ବ୍ୟୟ କରିବାକୁ ଲକ୍ଷ୍ୟ ରଖିଛନ୍ତି।

Related story