‘ବିଜେପି ନରହନ୍ତା ପାଲଟିଛି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କୁ ଆକ୍ରମଣ ଘଟଣାରେ ଗାଡ଼ି ଡ୍ରାଇଭର ଦିଲେଶ୍ୱର ସାହୁଙ୍କ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ କଟକ ବଡ଼ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ। ସେ ଏ ଘଟଣା ପାଇଁ ବିଜେପିକୁ ଦାୟୀ କରିଛନ୍ତି। ସେ କହିଛନ୍ତି, ଏହି ଘଟଣାକୁ ନିନ୍ଦା କରିବା ପାଇଁ ଭାଷା ନାହିଁ। ଭୋଟ୍ ପାଇଁ ବିଜେପି ତଳ ସ୍ତରକୁ ଖସି […]

atanucopy

Rakesh Mallick
  • Published: Saturday, 24 February 2018
  • , Updated: 24 February 2018, 12:48 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କୁ ଆକ୍ରମଣ ଘଟଣାରେ ଗାଡ଼ି ଡ୍ରାଇଭର ଦିଲେଶ୍ୱର ସାହୁଙ୍କ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ କଟକ ବଡ଼ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ। ସେ ଏ ଘଟଣା ପାଇଁ ବିଜେପିକୁ ଦାୟୀ କରିଛନ୍ତି। ସେ କହିଛନ୍ତି, ଏହି ଘଟଣାକୁ ନିନ୍ଦା କରିବା ପାଇଁ ଭାଷା ନାହିଁ। ଭୋଟ୍ ପାଇଁ ବିଜେପି ତଳ ସ୍ତରକୁ ଖସି ଯାଇଛି। ଦଳ ନରହନ୍ତା ପାଲଟି ଯାଇଛି।

ଅନ୍ୟପକ୍ଷରେ ଦିଲେଶ୍ୱରଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିଲେଶ୍ୱରଙ୍କ ପିଲାମାନଙ୍କ ପଢ଼ା ଖର୍ଚ୍ଚ ବିଜେଡି ବହନ କରିବ ବୋଲି ସେ ଘୋଷଣା କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

ଦିଲେଶ୍ୱରଙ୍କୁ ଭୁବନେଶ୍ୱର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ବି ଏଥିରେ ସାମିଲ ହୋଇଥିଲେ।

ବିଜେପିକୁ ଟାର୍ଗେଟ କରି ଅତନୁ କ’ଣ କହିଛନ୍ତି ଏହି ଭିଡିଓରୁ ଶୁଣନ୍ତୁ:   

Related story