ଆଠଗଡ଼: ରାହାଙ୍ଗୁଳ ଆଶ୍ରମ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅସୁସ୍ଥ, ୩୨ ଡାକ୍ତରଖାନାରେ ଭର୍ତ୍ତି

କଟକ: ଆଠଗଡ଼ ଉପଖଣ୍ଡର କଣ୍ଡରେଇ ପଞ୍ଚାୟତ ଅନ୍ତର୍ଗତ ରାହାଙ୍ଗୁଳ ଆଶ୍ରମ ବିଦ୍ୟାଳୟର ଶତାଧିକ ଛାତ୍ର-ଛାତ୍ରୀ ହଠାତ୍ ଅସୁସ୍ଥ ହୋଇପଡିଥିବା ଖବର ମିଳିଛି। ଗତକାଲି ରାତିଠାରୁ ପ୍ରାୟ ୩୨ଜଣ ଛାତ୍ରଛାତ୍ରୀ ଝାଡ଼ା-ବାନ୍ତି-ଜ୍ୱରରେ ଆକ୍ରାନ୍ତ ହୋଇ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଅସୁସ୍ଥତାର ସଠିକ କାରଣ ଜଣାପଡ଼ି ନଥିବା ବେଳେ ଏହା ଖାଦ୍ୟ ବିଷାକ୍ତକରଣ ଯୋଗୁଁ ହୋଇଥିବା ଡାକ୍ତର କହିଛନ୍ତି। ବିଦ୍ୟାଳୟ ପରିସରରେ ଏକ ଡାକ୍ତରୀ ଟିମ୍ ପହଞ୍ଚି ଅସୁସ୍ଥ ଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ ରକ୍ତ ନମୂନା ସଂଗ୍ରହ […]

bhusan

Rakesh Mallick
  • Published: Saturday, 04 July 2015
  • , Updated: 04 July 2015, 07:08 AM IST

କଟକ: ଆଠଗଡ଼ ଉପଖଣ୍ଡର କଣ୍ଡରେଇ ପଞ୍ଚାୟତ ଅନ୍ତର୍ଗତ ରାହାଙ୍ଗୁଳ ଆଶ୍ରମ ବିଦ୍ୟାଳୟର ଶତାଧିକ ଛାତ୍ର-ଛାତ୍ରୀ ହଠାତ୍ ଅସୁସ୍ଥ ହୋଇପଡିଥିବା ଖବର ମିଳିଛି। ଗତକାଲି ରାତିଠାରୁ ପ୍ରାୟ ୩୨ଜଣ ଛାତ୍ରଛାତ୍ରୀ ଝାଡ଼ା-ବାନ୍ତି-ଜ୍ୱରରେ ଆକ୍ରାନ୍ତ ହୋଇ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଅସୁସ୍ଥତାର ସଠିକ କାରଣ ଜଣାପଡ଼ି ନଥିବା ବେଳେ ଏହା ଖାଦ୍ୟ ବିଷାକ୍ତକରଣ ଯୋଗୁଁ ହୋଇଥିବା ଡାକ୍ତର କହିଛନ୍ତି। ବିଦ୍ୟାଳୟ ପରିସରରେ ଏକ ଡାକ୍ତରୀ ଟିମ୍ ପହଞ୍ଚି ଅସୁସ୍ଥ ଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ ରକ୍ତ ନମୂନା ସଂଗ୍ରହ କରି ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛି। ଘଟଣାସ୍ଥଳରେ କଟକ ଏଡିଏମ, ଆଠଗଡ଼ ଉପ-ଜିଲ୍ଲାପାଳ, ଆଠଗଡ଼ ଉପଖଣ୍ଡ ଚିକିତ୍ସାଧୀକାରୀ ପ୍ରମୁଖ ଉପସ୍ଥିତ ରହି ଅନୁସନ୍ଧାନ ଆରମ୍ଭ କରିଛନ୍ତି। ଏହି ଆଶ୍ରମ ବିଦ୍ୟାଳୟରେ ମୋଟ ୪୩୫ ଜଣ ପଢୁଥିବା ବେଳେ ବିଦ୍ୟାଳୟ ପରିସରରେ ଥିବା ଛାତ୍ରାବାସରେ ୩୨୬ ଜଣ ଛାତ୍ରଛାତ୍ରୀ ରହନ୍ତି।

Related story