ଆଠଗଡ଼ରେ ହାତୀ ଆତଙ୍କ

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ରେ  ପୁଣି  ହାତୀପଲ ଉପଦ୍ରବ  କରିଛନ୍ତି। ଆଜି ସକାଳେ ୫୫ ନମ୍ବର ଜାତୀୟ ରାଜପଥ ଉପରେ ହାତୀପଲ ଦେଖିବାକୁ ମିଳିଥିଲା। ଫଳରେ  ରାସ୍ତାର ଉଭୟ ପାର୍ଶ୍ୱରେ  ଶହ ଶହ ଗାଡ଼ି ଅଟକ ରହିଥିଲା। ବନ ବିଭାଗ କର୍ମଚାରୀଙ୍କ ପକ୍ଷରୁ ହାତୀ ପଲଙ୍କୁ ଘଉଡାଇବାକୁ ଉଦ୍ୟମ କରାଯାଇଥିଲା।  ତେବେ ହାତୀ ପଲ ରାସ୍ତାକଡ଼ରେ ଠିଆ ହୋଇଥିଲେ। ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ଯାତାୟତ କରିଥିଲେ। ହାତୀ ପଲରେ ୨୦ରୁ ଅଧିକ ହାତୀ ଥିବା ବନ […]

elephent

Rakesh Mallick
  • Published: Tuesday, 27 December 2016
  • , Updated: 27 December 2016, 01:28 PM IST

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ରେ  ପୁଣି  ହାତୀପଲ ଉପଦ୍ରବ  କରିଛନ୍ତି। ଆଜି ସକାଳେ ୫୫ ନମ୍ବର ଜାତୀୟ ରାଜପଥ ଉପରେ ହାତୀପଲ ଦେଖିବାକୁ ମିଳିଥିଲା। ଫଳରେ  ରାସ୍ତାର ଉଭୟ ପାର୍ଶ୍ୱରେ  ଶହ ଶହ ଗାଡ଼ି ଅଟକ ରହିଥିଲା। ବନ ବିଭାଗ କର୍ମଚାରୀଙ୍କ ପକ୍ଷରୁ ହାତୀ ପଲଙ୍କୁ ଘଉଡାଇବାକୁ ଉଦ୍ୟମ କରାଯାଇଥିଲା।  ତେବେ ହାତୀ ପଲ ରାସ୍ତାକଡ଼ରେ ଠିଆ ହୋଇଥିଲେ। ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ଯାତାୟତ କରିଥିଲେ। ହାତୀ ପଲରେ ୨୦ରୁ ଅଧିକ ହାତୀ ଥିବା ବନ ବିଭାଗ ସୂଚନା ଦେଇଛି।

ଅନ୍ୟପକ୍ଷରେ  ଆଠଗଡ଼ ବନାଞ୍ଚଳ ରାଜନଗର ଗାଁରେ ଦନ୍ତା ହାତୀ ପଶି ବ୍ୟାପକ ଫସଲ ନଷ୍ଟ କରିଦେଇଛନ୍ତି।

 

Related story