ସାନ ଭଉଣୀଙ୍କୁ କେତେ ଟଙ୍କା ଦେଇଛନ୍ତି ଦୂତୀ ? ଫେସ୍‌ବୁକ୍‌ରେ ଦେଲେ ହିସାବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାରିବାରିକ ବିବାଦକୁ ନେଇ ପୁଣି ଥରେ ସୋଶାଲ ମିଡିଆରେ ମୁହଁ ଖୋଲିଛନ୍ତି ଦୌଡ଼ ରାଣୀ ଦୂତୀ ଚାନ୍ଦ। ଘରୋଇ କଳହକୁ କେନ୍ଦ୍ର କରି ଦୂତୀଙ୍କୁ ପରିବାର ଲୋକେ ଗ୍ରହଣ କରୁନଥିବାରୁ ଦୂତୀ କ୍ଷୋଭ ପ୍ରକାଶ କରିବା ସହ ତାଙ୍କ ନାମରେ ହେଉଥିବା ଅପପ୍ରଚାର ମିଛ ବୋଲି କହିଛନ୍ତି ଦୂତୀ। ଏନେଇ ଦୂତୀ ବହନ କରିଥିବା ପାରିବାରିକ ଖର୍ଚ୍ଚର ହିସାବ ଦେଇଥିବା ବେଳେ ତାଙ୍କ ସାନ ଭଉଣୀଙ୍କୁ କେତେ ଟଙ୍କା ଦେଇଛନ୍ତି ତାର ମଧ୍ୟ ପ୍ରମାଣ […]

dutee

dutee

Tapas Behera
  • Published: Saturday, 31 October 2020
  • Updated: 31 October 2020, 05:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାରିବାରିକ ବିବାଦକୁ ନେଇ ପୁଣି ଥରେ ସୋଶାଲ ମିଡିଆରେ ମୁହଁ ଖୋଲିଛନ୍ତି ଦୌଡ଼ ରାଣୀ ଦୂତୀ ଚାନ୍ଦ। ଘରୋଇ କଳହକୁ କେନ୍ଦ୍ର କରି ଦୂତୀଙ୍କୁ ପରିବାର ଲୋକେ ଗ୍ରହଣ କରୁନଥିବାରୁ ଦୂତୀ କ୍ଷୋଭ ପ୍ରକାଶ କରିବା ସହ ତାଙ୍କ ନାମରେ ହେଉଥିବା ଅପପ୍ରଚାର ମିଛ ବୋଲି କହିଛନ୍ତି ଦୂତୀ। ଏନେଇ ଦୂତୀ ବହନ କରିଥିବା ପାରିବାରିକ ଖର୍ଚ୍ଚର ହିସାବ ଦେଇଥିବା ବେଳେ ତାଙ୍କ ସାନ ଭଉଣୀଙ୍କୁ କେତେ ଟଙ୍କା ଦେଇଛନ୍ତି ତାର ମଧ୍ୟ ପ୍ରମାଣ ମଧ୍ୟ ଥୋଇଛନ୍ତି।

ଦୂତୀ ତାଙ୍କ ସାନ ଭଉଣୀଙ୍କ ଆକାଉଣ୍ଟକୁ କେତେ ଟଙ୍କା ଟ୍ରାନ୍ସଫର କରିଛନ୍ତି ସେ ସବୁର ସ୍କ୍ରିନ୍‌ ସଟ ସେଆର କରିଛନ୍ତି। ଦୂତୀ ଲେଖିଛନ୍ତି ଯେ, ବାପା ଚକ୍ରଧର ଚାନ୍ଦ ଏବଂ ସାନ ଭଉଣୀ ଅଞ୍ଜନା ଚାନ୍ଦଙ୍କ ବ୍ୟାଙ୍କ ଅକାଉଣ୍ଟକୁ ଟ୍ରାନ୍ସଫର କରିଥିବା ଟଙ୍କାର ପ୍ରମାଣ ସବୁର ସ୍କ୍ରିନ୍ ସଟ ସେଆର କରୁଛି।


ଏଥିସହ ଗାଁରେ ଏକ ବିଲଡିଂ ତିଆରି ପାଇଁ ଦୂତୀ ଟଙ୍କା ଦେଇଥିବା ଲେଖିଛନ୍ତି। ଦୂତୀ କହିଛନ୍ତି ଯେ, ତାଙ୍କର ଜଣେ ପରିବାର ସଦସ୍ୟ ତାଙ୍କ ନାମରେ ଅପପ୍ରଚାର କରୁଛନ୍ତି। ଦୂତୀ ଘରର ଦାୟିତ୍ୱ ନେଉ ନଥିବା ଯେଉଁ ଅଭିଯୋଗ କରାଯାଉଛି ତାହା ସମ୍ପୂର୍ଣ୍ଣ ମିଛ। ଏମିତି ମିଛ ଅଭିଯୋଗ ତାଙ୍କୁ ସମ୍ମାନକୁ ହାନି ପହଞ୍ଚାଉଛି ବୋଲି ଦୂତୀ ପ୍ରକାଶ କରିଛନ୍ତି। ଯାହାର ପ୍ରମାଣ ଦୂତୀ ଏଠାରେ ପ୍ରକାଶ କରିଛନ୍ତି।

କିଛି ମାସ ପୂର୍ବରୁ ସମଲିଙ୍ଗୀ ସମ୍ପର୍କକୁ ନେଇ  ଦୂତୀ ଏବଂ ତାଙ୍କ ବଡ଼ ଭଉଣୀ ସରସ୍ୱତୀ ଚାନ୍ଦ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଚର୍ଚ୍ଚାରେ ଥିଲା । ନିଜ ସମ୍ପର୍କକୁ ନେଇ ଦୂତୀ ଖୋଲାଖୋଲି ପ୍ରକାଶ କରିବା ପରଠାରୁ  ଭଉଣୀ ସରସ୍ୱତୀ ଏହାକୁ ବିରୋଧ କରୁଥିବା ବେଳେ ନିଜେ ସରସ୍ୱତୀ ଅନ୍ୟ ଜଣଙ୍କ ସହ ସେଇ ସମଲିଙ୍ଗୀ ସମ୍ପର୍କରେ ଅଛନ୍ତି ବୋଲି ଦୂତୀ ପାଲଟା ଅଭିଯୋଗ ଆଣିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos