ଆଠମଲ୍ଲିକ୍‌ ଦୁର୍ଘଟଣା: ପ୍ରଶାସନର ସ୍ଥାଣୁତା ବିରୋଧରେ ଛାତ୍ରଛାତ୍ରୀଙ୍କ ଶୋଭାଯାତ୍ରା

କାମାକ୍ଷାନଗର: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ୍‌ ପୁରୁଣା ମାଣିତ୍ରୀରେ ସଡ଼କ ଦୁର୍ଘଟଣା ଘଟିବା ପରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ପ୍ରଶାସନର ଅପାରଗତାକୁ ବିରୋଧ କରି ଆଜି  ଆଠମଲ୍ଲିକ୍‌ କଲେଜର ଛାତ୍ରଛାତ୍ରୀମାନେ ଶୋଭାଯାତ୍ରା କରିଛନ୍ତି। ଗାନ୍ଧୀଛକ ଠାରୁ ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ବାହାରି  ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ବିନିକେୟୀ-ଆଠମଲ୍ଲିକ୍‌-କିଆକଟା ରୁଟ୍‌ରେ ସରକାରୀ ବସ୍‌ଚଳାଚଳ କରିବା,ସମସ୍ତ ବସ୍‌ର ଫିଟ୍‌ନେସ୍ ଯାଞ୍ଚ, ମହାରାଜା ବସ୍‌କୁ ଫିଟ୍‌ନେସ୍‌ ଦେଇଥିବା ଅଧିକାରୀଙ୍କ ବିରୋଧରେ […]

student

Rakesh Mallick
  • Published: Sunday, 18 September 2016
  • , Updated: 18 September 2016, 01:02 PM IST

କାମାକ୍ଷାନଗର: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ୍‌ ପୁରୁଣା ମାଣିତ୍ରୀରେ ସଡ଼କ ଦୁର୍ଘଟଣା ଘଟିବା ପରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ପ୍ରଶାସନର ଅପାରଗତାକୁ ବିରୋଧ କରି ଆଜି  ଆଠମଲ୍ଲିକ୍‌ କଲେଜର ଛାତ୍ରଛାତ୍ରୀମାନେ ଶୋଭାଯାତ୍ରା କରିଛନ୍ତି। ଗାନ୍ଧୀଛକ ଠାରୁ ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ବାହାରି  ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।

ବିନିକେୟୀ-ଆଠମଲ୍ଲିକ୍‌-କିଆକଟା ରୁଟ୍‌ରେ ସରକାରୀ ବସ୍‌ଚଳାଚଳ କରିବା,ସମସ୍ତ ବସ୍‌ର ଫିଟ୍‌ନେସ୍ ଯାଞ୍ଚ, ମହାରାଜା ବସ୍‌କୁ ଫିଟ୍‌ନେସ୍‌ ଦେଇଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ଡାକ୍ତରଖାନାରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।

Related story